Wednesday , December 11 2019
Home / ଶିକ୍ଷା / ପୌରାଂଚଳ ସ୍ତରୀୟ ଶିଶୁ ମହୋତ୍ସବ-ସୁରଭି ଅନୁଷ୍ଠିତ

ପୌରାଂଚଳ ସ୍ତରୀୟ ଶିଶୁ ମହୋତ୍ସବ-ସୁରଭି ଅନୁଷ୍ଠିତ

କେନ୍ଦ୍ରାପଡା , ୨୪/୧୦/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳ  ଅନ୍ତର୍ଗତ କାକଟ ମଙ୍ଗଳା ଉଚ୍ଚ ପ୍ରାଥମିକବିଦ୍ୟାଳୟ  କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଜଇପୁରା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ବଳଦେବ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ହେମନ୍ତ କୁମାର  ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ହେଉଛି ଏହି ସୁରଭି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ବୋଲି ମତବ୍ୟକ୍ତ  କରିଥିଲେ । ସହକାରୀ ଶିକ୍ଷା ମଣ୍ଡଳ ଅଧିକାରୀ ଭାଗିରଥି ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସୁରଭିର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ପୌର ପାଳିକା ଅଧିନସ୍ଥ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ୧୫୦ ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ସଂଗୀତ,  ପ୍ରବନ୍ଧ ଲିଖନ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗୀତା  ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ମାଟ୍ରିକ ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ପ୍ରଥମ ମାସ ସୁଦ୍ଧା ଦାଖଲ କର ଅନୁଧ୍ୟାନ ରିପୋର୍ଟ – ବିଦ୍ୟୁତ ସଂଯୋଗ ନଥିଲେ ସୋଲାର ବ୍ୟବସ୍ଥା ଭୁବନେଶ୍ୱର ,୦୯/୧୨/୨୦୧୯(ଓଡ଼ିଶା …

Leave a Reply

Your email address will not be published. Required fields are marked *