Sunday , December 8 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ପୋସ୍କୋ ପରେ ଏବେ ଜେଏସଡବ୍ଳ୍ୟୁ କମ୍ପାନୀକୁ ବିରୋଧ

ପୋସ୍କୋ ପରେ ଏବେ ଜେଏସଡବ୍ଳ୍ୟୁ କମ୍ପାନୀକୁ ବିରୋଧ

ପାରାଦ୍ୱୀପ ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-ବିରୋଧ କଲେ ଏରସମା ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମବାସୀ । ପ୍ରସ୍ତାବିତ ପୋସ୍କୋ ଅଂଚଳରେ ଜେଏସ୍ଡବ୍ଳ୍ୟୁ କମ୍ପାନୀ ତାର ସର୍ଭେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏହାକୁ ତିବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ବିଗତ ଦିନରେ ପୋସ୍କୋ କମ୍ପାନୀ ପାଇଁ ନିଜର ପାନ ବରଜ ଠାରୁ ଆରମ୍ଭ କରି କାଜୁ ଗଛ ଏପରିକି ଅନେକ ଭିଟାମାଟି ମଧ୍ୟ ହରାଇଛନ୍ତି । ଏମିତିକି ଏବେବି କ୍ଷତି ପୂରଣ ପାଇନଥିବା ବେଳେ ପ୍ରଶାସନ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା ନକରି କମ୍ପାନୀର ସର୍ଭେ କାର୍ଯ୍ୟ ଆରମ୍ଭ ନେଇ ବିରୋଧ ମୁଣ୍ଡ ଟେକିଛି । ତେବେ ଆଜି ଜେଏସଡବ୍ଳ୍ୟୁ କମ୍ପାନୀର କିଛି କର୍ମଚାରୀ ସର୍ଭେ କରିବା ପାଇଁ ଗୋବିନ୍ଦପୁର ଗ୍ରାମବାସୀ ମାନେ ଜଙ୍ଗଲ ଭିତରକୁ ଯାଇ ସର୍ଭେ କାର୍ଯ୍ୟକୁ ବିରୋଧ କରିଥିଲେ । କୌଣସି ସୁୁତ୍ରରୁ କମ୍ପାନୀ କର୍ମଚାରୀ ଖବର ପାଇ ସର୍ଭେ ହେଉଥିବା ସ୍ଥାନରୁ ଲୁଚି ପଳାଇ ଯାଇଥିଲେ । ତେବେ ଗ୍ରାମବାସୀ ମାନେ କର୍ମଚାରୀ ଆସିଥିବା ବୋଲେରୋ ଗାଡିକୁ ଅଟକ ରଖିବା ସହିତ କମ୍ପାନୀ ଆଣିଥିବା ମେସିନ ଓ ଗାଡି ଡ୍ରାଇଭରକୁ ଅଟକ ରଖିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ସାଲେପୁରର ଗ୍ରାମାଂଚଳରେ ଥିବା ବହୁ ଦୋକାନମାନଙ୍କରେ ବିକ୍ରି ହେଉଛି ନକଲି ସିମେଂଟ୍‌!

ସାଲେପୁର,୨୬/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଅଂଚଳରେ ଗ୍ରାମାଂଚଳରେ ଥିବା ବିଭିନ୍ନ ବଜାରମାନଙ୍କରେ ବ୍ୟାପକ ମାତ୍ରାରେ ବିଭିନ୍ନ କମ୍ପାନୀର …

Leave a Reply

Your email address will not be published. Required fields are marked *