Saturday , December 7 2019
Home / ବିଶେଷ / ପୋଷାକ ସିଲେଇ ପ୍ରଶିକ୍ଷଣ ଶିବିର

ପୋଷାକ ସିଲେଇ ପ୍ରଶିକ୍ଷଣ ଶିବିର

ମହାକାଳପଡା, ୦୩/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ମହାକାଳପଡା ବ୍ଲକର ବଉଲକଣୀ ପଂଚାୟତର ବେତବେଲାରୀ ଗ୍ରାମରେ ‘ଇଫକୋ-ଆଇଏଫଏଫଡିସି’ପକ୍ଷରୁ ଗତ ନଭେମ୍ବର ମାସ ୧୧ ତାରିଖ ଠାରୁ ଚଳିତ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱୟଂସହାୟିକା ଗୋଷ୍ଠୀଗୁଡିକର ମହିଳାମାନଙ୍କୁ ମାଗଣାରେ ପୋଷାକ ସିଲେଇ ପ୍ରଶିକ୍ଷଣ ଶିକ୍ଷା ପ୍ରଦାନ କରାଯାଉଛି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ସମ୍ପୃକ୍ତ ଗ୍ରାମର ମହିଳା ସ୍ୱୟଂସହାୟିକା ଗୋଷ୍ଠୀଗୁଡିକର ସଦସ୍ୟାମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଉଛନ୍ତି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଟ୍ରେନ୍ର ଭାବରେ କମଳା ମଣ୍ଡଳ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ପୋଷାକ ପାଇଁ କପଡା କାଟିବା. କଟା ଯାଇଥିବା କପଡା ଗୁଡିକୁ ସିଲେଇ କରାଯିବା, ବିଭିନ୍ନ ପୋଷାକ ତିଆରିର ଆକୃତି କରିବା ଭଳି ଦୈନିକ ଦୁଇ ଘଂଟା ଲେଖାଏଁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଦୈନନ୍ଦିନ ବ୍ୟବହୃତ ହେଉଥିବା ପୋଷାକପତ୍ର ତିଆରି , ପୋଷାକ ତିଆରି କରି ଜିବୀକା ନିର୍ବାହ କରିବା ପନ୍ଥା ପାଇଁ ଆଧୁନିକ ଢାଂଚାରେ ପୋଷାକ ତିଆରି କରାଯିବା ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଥିବାର ଜଣାଯାଇଛି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ‘ଆଇଏଫଏଫଡିସି’ର ରାଜ୍ୟ ସଂଯୋଜକ ତନବିର ନାସିକ୍ ଖାଁଙ୍କ ତତ୍ୱାବଧାନରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଗୁଡିକର ସଦସ୍ୟାମାନେ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବାର ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *