Tuesday , January 28 2020
Breaking News
Home / ଶିକ୍ଷା / ପୋଷାକ ବିତରଣ ଉତ୍ସବ

ପୋଷାକ ବିତରଣ ଉତ୍ସବ

ସାଲେପୁର ୦୭/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିଚାଳନା କମିଟିର ଅଧ୍ୟକ୍ଷ କାଳିନ୍ଦୀ ସାହୁଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ସ୍ଥାନୀୟ ସରପଂଚ ସସ୍ମିତା ସାହୁ,  ସମ୍ମାନୀତ ସିଆରସିସି ରଂଜନ ମୋହନ ବେହେରା , ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଶରତ ଚନ୍ଦ୍ର ସାହୁ ଯୋଗଦେଇ ପ୍ରଥମରୁ ପଂଚମ ଶ୍ରେଣୀ ୯୦ ଜଣ ଛାତ୍ରଛାତ୍ରୀଙ୍କୁ ୧ହଳ ପୋଷାକ,  ଜୋତା ଓ ଦୁଇ ହଳ ମୋଜା ପ୍ରଦାନ କରିଥିଲେ । ଏଥିରେ ଦଶରଥି ବିଶ୍ୱାଳ, ସୟନ୍ତୀ ପ୍ରଧାନ, କରୁଣାକର ରାଉତ, ଶାନ୍ତିଲତା ମହାପାତ୍ର, ସେବତୀବାଳା ସାହୁ, ମମତା ଲେଙ୍କା, ବିରଂଚିନାରାୟଣ ଶତପଥୀ ପ୍ରମୁଖ ପରିଚାଳନା କମିଟିର ସଭ୍ୟ , ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପୁରାତନ ଛାତ୍ର ସାଂସ୍କୃତିକ ସଂସଦ ବାର୍ଷିକ ଉତ୍ସବ ଓ ଇନ୍ଦୁପୁର ହାଇସ୍କୁଲର ପୁରସ୍କାର ବୀତରଣ ସମାରୋହ

 କେନ୍ଦ୍ରାପଡା, ୨୫/୦୧/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ  ଇନ୍ଦୁପୁର ହାଇସ୍କୁଲର  ପୁରସ୍କାର ବୀତରଣ ସମାରୋହ ଓ ପୁରାତନ ଛାତ୍ର ସାଂସ୍କୃତିକ …

Leave a Reply

Your email address will not be published. Required fields are marked *