Thursday , September 19 2019
Breaking News
Home / ବିଶେଷ / ପୋଲ ସଂଯୋଗୀକରଣ ରାସ୍ତାରେ ଗର୍ତ ସୃଷ୍ଟିହେବାରୁ ଯାତାୟତରେ ବ୍ୟାଘାତ

ପୋଲ ସଂଯୋଗୀକରଣ ରାସ୍ତାରେ ଗର୍ତ ସୃଷ୍ଟିହେବାରୁ ଯାତାୟତରେ ବ୍ୟାଘାତ

ସାଲେପୁର,୧୯/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗୋବରୀ ନଦୀ ଉପରେ ନିର୍ମାଣ ହୋଇଥିବା  ପୋଲର ଗୋଟିଏ ପାଖ ପୋଲ ନିକଟରୁ ରାସ୍ତା ଦବି ଯିବାରୁ ପଥଚାରୀଙ୍କ ଯାତାୟତରେ ଘୋର ସମସ୍ୟା ଉପୁଜିଛି । ଛୋଟ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାମାନେ ମଧ୍ୟ ବହୁ କଷ୍ଟରେ ଏହି ରାସ୍ତାରେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ଖବରରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ଗୋବରୀ ନଦୀରେ କଲ୍ୟାଣପୁର ନିକଟରେ ନିର୍ମାଣ କରାଯାଇଥିବା ପୋଲର ଦକ୍ଷିଣ ପାଶ୍ୱର୍ରୁ ମାଟି ଧସି ଗର୍ତ ସୃଷ୍ଟି ହୋଇଛି । ଫଳରେ ଉକ୍ତ ରାସ୍ତାଦେଇ ନିୟମିତ ଯାତାୟତ କରୁଥିବା ସ୍କୁଲପିଲାଠାରୁ ଆରମ୍ଭ କରି ଜରୁରୀକାଳୀନ ଗାଡ଼ି, ମୋଟରସାଇକେଲ୍, ସାଇକେଲରେ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏହି ରାସ୍ତା ଉପରେ ସଉରୀ, ଶିଶୁଆ ସମେତ ୪ଟି ପଂଚାୟତର ଜନସାଧାରଣ ଯାତାୟତ କରୁଥିବାବେଳେ ପୋଲର ସମ୍ମୁଖ ଭାଗରେ ଭର୍ତ ସୃଷ୍ଟି ହେବାରୁ ଉକ୍ତ ରାସ୍ତା ଦେଇ ଯାତାୟତ କରିବାରେ ଅସୁବିଧା ସୃଷ୍ଟି ହେଉଛି । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ପୋଲର ସମ୍ମୁଖ ଭାଗରେ ସୃଷ୍ଟି ହୋଇଥିବା ଗର୍ତକୁ ତୁରନ୍ତ ମରାମତି କରି ଯାତାୟତ ଉପଯୋଗୀ କରିବାପାଇଁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ …

Leave a Reply

Your email address will not be published. Required fields are marked *