Monday , February 24 2020
Home / ବିଶେଷ / ପୋଲିସ ସେବା ପାଇଁ ରାଷ୍ଟ୍ରପତି ପଦକପ୍ରାପ୍ତ  ପ୍ରଶାନ୍ତ କୁମାର ସାହୁଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ପୋଲିସ ସେବା ପାଇଁ ରାଷ୍ଟ୍ରପତି ପଦକପ୍ରାପ୍ତ  ପ୍ରଶାନ୍ତ କୁମାର ସାହୁଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

 ଯାଜପୁର,୨୮/୦୧/୨୦୨୦ (ଓଡ଼ିଶା ସମାଚାର)- ପୋଲିସ ସେବା ପାଇଁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗରେ କାର‌୍ୟ୍ୟରତ ପ୍ରଶାନ୍ତ କୁମାର ସାହୁ ଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି ତାଙ୍କୁ ୨୦୧୯ ମସିହା ସ୍ଵାଧୀନତା ଦିବସରେ ପୋଲିସ ସେବା ପଦକ ପ୍ରଦାନ କରିବା ସହିତ ରାଜ୍ୟ ସରକାର ମାନପତ୍ର ଓ ସାଢେ ସାତ ହଜାର ଟଙ୍କା ର ପୁରସ୍କାର ରାଶି ୨୦୨୦ ସାଧାରଣତନ୍ତ୍ର ଦିବସରେ ପ୍ରଦାନ କରିଅଛନ୍ତି । “ପ୍ରଶାନ୍ତ” ବରୀ ବ୍ଲକ  କିମ୍ଭିରିଆପାଳ ଗ୍ରାମ ପଞ୍ଚାୟତ ଭଳିନୂଆଗା ର ଶ୍ରୀ ନୃସିଂହ ଚରଣ ସାହୁ ଓ ଶ୍ରୀ ମତୀ ସୁଷମା ସାହୁଙ୍କର କନିଷ୍ଠ ପୁତ୍ର ଓ ବରୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ କାର‌୍ୟ୍ୟରତ ସୁଶାନ୍ତ କୁମାର ସାହୁଙ୍କର କନିଷ୍ଠ ଭ୍ରାତା ଅଟନ୍ତି । ଚଳିତ ବର୍ଷ ଜାନୁଆରୀ ୨୬ତାରିଖ ଦିନ ପ୍ରଶାନ୍ତ ଓଡିଶା ରାଜଭବନରୁ ପୁରସ୍କୃତ ହୋଇ ରାତି ଆଠଟା ସମୟରେ ନିଜ ଗ୍ରାମରେ ପହଞ୍ଚିବା ପରେ ନବଭାରତୀ ବିଦ୍ୟାଭବନ,ଭଳିନୂଆଗାର ପୁରାତନ ଛାତ୍ରପରିଷଦର କର୍ମକର୍ତା ଓ କିମ୍ଭିରିଆପାଳ ଗ୍ରାମ ପଞ୍ଚାୟତର ଦୁଇ ଶହରୁ ଉର୍ଦ୍ଧ୍ବ ବ୍ୟକ୍ତି ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଶଙ୍ଖାରିଗଡା ଛକରେ ସମ୍ବର୍ଦ୍ଧିତ କରିବା ସହ ଗ୍ରାମର ସମସ୍ତ ଦେବା ଦେବୀ ମନ୍ଦିର ପରିକ୍ରମା କରାଇ ତାଙ୍କ ବାସଭବନରେ ପହଞ୍ଚାଇଥିଲେ ।”ପ୍ରଶାନ୍ତ”ବରୀ ଅଞ୍ଚଳରେ ଜଣେ ମିଷ୍ଠଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଅଛନ୍ତି ।ତାଙ୍କ ସଫଳତାରେ ସ୍ଥାନୀୟ ଅଂଚଳରୁ ବହୁ ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ

ଫୁଲବାଣୀ, ୨୪/୦୨/୨୦୨୦ (ଓଡ଼ିଶା ସମାଚାର)- ବନ୍ଧଗଡ଼ ସ୍ଥିତ ସ୍ୱାତୀ ସମ୍ବଳ କେନ୍ଦ୍ର ଠାରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ …

Leave a Reply

Your email address will not be published. Required fields are marked *