କେନ୍ଦ୍ରାପଡା ୦୨/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଖଡିଅଙ୍ଗ ଗ୍ରାମର ସୁରେନ୍ଦ୍ର ସିଂଙ୍କ ପତ୍ନୀ ଅନୁସୟା ସିଂ(୫୨) ସୋମବାର ସକାଳ ପ୍ରାୟ ସାଢେ୯ଟା ସମୟରେ ଘରେ କେହି ନଥିବାର ସୁଯୋଗରେ ଘର ଭିତରୁ କବାଟ ଦେଇ ନିଜ ଉପରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ । ତାଙ୍କ ଘରୁ ଧୁଆଁ ବାହାରିବାରୁ ନିକଟସ୍ଥ ଲୋକଙ୍କ ଖବର ପାଇ ଅଗ୍ନିଶମ ବିଭାଗ ଗାଡି ଘଟଣା ସ୍ଥଳରେ ପହଁଚି ଘରର କବାଟ ଭାଙ୍ଗି ପାଣି ପକାଇଥିଲେ । ଅନୁସୟାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତୁ୍ୟ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ । ଏନେଇ ଟାଉନ ଥାନାରେ ୩୩/୨୦୧୯ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସବଇନିସପେକ୍ଟର ପ୍ରଜ୍ଞାଶ୍ରୀ ନାୟକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର
Check Also
ସଂକ୍ଷେପରେ ତାଜା ଖବର : କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ – ହତ୍ୟାକାରୀ ଭାଉଜ ଗିରଫ
ଟାଙ୍ଗୀ,୧୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲୁଗାଁ ଥାନା ଗଙ୍ଗାନଗର ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । …