Friday , October 18 2019
Breaking News
Home / ବିଶେଷ / ପୈାରାଂଚଳର ୧୫୨ନୂତନ ହିତାଧିକାରୀଙ୍କୁ ଭତା ବାଂଟିଲେ ବିଧାୟକ

ପୈାରାଂଚଳର ୧୫୨ନୂତନ ହିତାଧିକାରୀଙ୍କୁ ଭତା ବାଂଟିଲେ ବିଧାୟକ

କେନ୍ଦ୍ରାପଡା,୧୨/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୈାରାଂଚଳର ନୂତନ ହିତାଧିକାରୀଙ୍କୁ ଶନିବାର ଅପରାହ୍ନରେ ଭତା ବଂଟନ କରାଯାଇଛି । ଏହି ଉପଲକ୍ଷେ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଅଧ୍ୟକ୍ଷତାରେ ଟାଉନହଲ ପରିସରରେ ଅନୁଷ୍ଠିତ ଉସôବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧୁବାବୁ ପେନସନ ଯୋଜନାରେ ୧୫୨ ଜଣ ବୃଦ୍ଧ,ବିଧବା ଓ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ନୂତନ ଭତା ବଂଟନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ଯୋଗୁଁ ଆଜି ମହିଳା ଶସକ୍ତିକରଣ ସମ୍ଭବ ହେବା ସହିତ ହଜାର ହଜାର ସଂଖ୍ୟାରେ ମହିଳାମାନେ ଘରୁ ପଦାକୁ ବାହାରି ସେମାନଙ୍କ ପରିବାରର ଆର୍ଥିକ ଅଗ୍ରଗତିରେ ସାମିଲ ହୋଇପାରିଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ । ଉସôବରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଯୋଗଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଥିଲା ଯେ ଭତା ପାଇବାରୁ ଯେଭଳି କେହି ବଂଚିତ ନହୁଅନ୍ତି । ଆଜି ସେହି ନିର୍ଦେଶର କାର୍ଯ୍ୟକାରିତା କରାଯାଇ ବୃଦ୍ଧ,ବୃଦ୍ଧା ଓ ଅସହାୟମାନଙ୍କୁ ଭତା ପ୍ରଦାନ କରାଯାଉଛି । ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଓଡିଶାର ସର୍ବପୁରାତନ ପୈାରସଂସ୍ଥା କେନ୍ଦ୍ରାପଡା ସହରକୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରିବାକୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକର ସାହାଯ୍ୟକୁ ପ୍ରସଂଶା କରିବା ସହିତ ଏ ଦିଗରେ ସମସ୍ତ ସହରବାସୀଙ୍କ ଆକୁଣ୍ଠ ସହଯୋଗ କାମନା କରିଥିଲେ । ଏହି ଅବସରରେ ୧୬ନମ୍ବର ୱାର୍ଡର ଭିନ୍ନକ୍ଷମ ମହିଳା ସାଇରା ବିବିଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା ନୂତନ ଟ୍ରାଇସାଇକେଲ ପ୍ରଦାନ କରିବା ସହ,୧୮୬୦ମସିହାର ସୋସାଇଟି ପଞ୍ଜିକରଣ ଆଇନ ଅନୁଯାଇ ପଞ୍ଜିକୃତ ହୋଇଥିବା ୫ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ପ୍ରତିନିଧିଙ୍କୁ ପଞ୍ଜିକରଣ ପ୍ରମାଣପତ୍ର ଓ ୧୫୨ଜଣ ହିତାଧିକାରୀଙ୍କୁ ନୂତନ ଭତା ବଂଟନ କରିଥିଲେ । ଏଥି ସହିତ ପୈାରାଂଚଳର ୧ନମ୍ବର ୱାର୍ଡ ଅନ୍ତର୍ଗତ ବେଙ୍ଗପାଟିଆ ଠାରେ ତିନିମୁହାଣି – ଅଙ୍ଗୁଳେଇ ରାସ୍ତା ଉପରେ ନବ ନିର୍ମିତ ଏକ ସ୍ୱାଗତ ତୋରଣକୁ ମଧ୍ୟ ବିଧାୟକ ଶ୍ରୀ ବେହେରା ଉଦଘାଟନ କରିଥିଲେ । ପୈାରସଂସ୍ଥା କର୍ମଚାରୀ ଅଶୋକ କୁମାର ସାହୁ ମଂଚ ପରିଚାଳନା କରିଥିବା ବେଳେ ଗଣେଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ, ପୂର୍ବତନ କାଉନସିଲର କାଳି ପ୍ରସାଦ ମିଶ୍ର, ହିରଣ୍ୟ ପଣ୍ଡା, ରଞ୍ଜିତ ସାହୁ, ଶକ୍ତିକାନ୍ତ ପାତ୍ର, ଦେବଦାସ ମହାନ୍ତି, ନାରଣ ସାହୁ, ସଞ୍ଜୟ କୁମାର ଜେନା, ଧିରେନ୍ଦ୍ର କୁମାର ଦାସ, ବିଜୟ ପତି, ଦୁର୍ଗା ପତି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ର କର୍ମଚାରୀ ଓ ଶ୍ରମିକ ମହାସଂଘର ଧାରଣା

କଟକ,୧୮/୧୦/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ଦାବି ନେଇ କେନ୍ଦ୍ର ସରକାରୀ କର୍ମଚାରୀ ମହାସଂଘ ଏବଂ ଡାକ, ରେଳ ଡାକସେବା ଅବସରପ୍ରାପ୍ତ କର୍ମଚାରୀ …

Leave a Reply

Your email address will not be published. Required fields are marked *