Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ପୂର୍ବ ଭାରତ ତୈଳ ବିଶୋଧନାଗାର ପରିବାର ପକ୍ଷରୁ ଆଇଏସିଏଲ ଫାଟକ ସମୁଖରେ ଧାରଣା

ପୂର୍ବ ଭାରତ ତୈଳ ବିଶୋଧନାଗାର ପରିବାର ପକ୍ଷରୁ ଆଇଏସିଏଲ ଫାଟକ ସମୁଖରେ ଧାରଣା

ପାରାଦ୍ୱୀପ ୦୯/୦୮/୨୦୧୯(ଓଡ଼ିଶା ସମାଚାର)-ତୈଳ ବିଶୋଧନାଗାର ଫାଟକ ନିକଟରେ ଧାରଣା ରେ ବସିଲେ ପୂର୍ବ ଭାରତ ତୈଳ ବିଶୋଧନାଗାର ପରିବାର କଲ୍ୟାଣ ସମିତି । ଆଇଏସିଏଲ୍ ର ପାରାଦ୍ୱୀପ ତୈଳ ବିଶୋଧନାଗାର ପାଇଁ ସ୍ଥାନୀୟ ଫତେପୁର , ଅଭୟଚାନ୍ଦପୁର , ଖାସୁଲିଡିଆ , ଉଦୟଚାନ୍ଦପୁର ଭଳି ଗ୍ରାମରୁ ପ୍ରାୟ ୧୪୩ ପରିବାର ନିଜର ଭିଟାମଟି ହରାଇ ବିସ୍ଥାପିତ ହୋଇଛନ୍ତି । ଜମି ଅଧିଗ୍ରହଣ ବେଳେ କମ୍ପନୀ କାର୍ଯ୍ୟକ୍ଷମ ହେବା ପରେ ଏହି ୧୪୩ ପରିବାରଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଲିଖିତ ଆକାରରେ ଦିଆଯାଇଥିଲା । ଏପରିକି କମ୍ପାନୀ ପକ୍ଷରୁ ପରିବାରର ସଦସ୍ୟ ମାନଙ୍କୁ ପ୍ରଶିକ୍ଷଣ ପାଇଁ ଶିଳ୍ପ ତାଲିମ କେନ୍ଦ୍ରରେ ତାଲିମ ଦିଆ ଯାଇଥିଲା । ହେଲେ ଏବେ କିଛି ଠିକାଦାର ମାନଙ୍କ ପାଖରେ ଅଣ କୂଶଳୀ ଭାବରେ ଏହି ବିସ୍ଥାପିତ ପରିବାର ର ପିଲା ମାନଙ୍କୁ କାର୍ଯ୍ୟ କରାଯାଉଥିବା ଅଭିଯୋଗ କରିଛନ୍ତି ଧାରଣାକାରୀ । କମ୍ପାନୀ ପକ୍ଷରୁ ଦିଆ ଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ବିସ୍ଥାପିତ ଲୋକମାନଙ୍କୁ ରହିବା ପାଇଁ ଢିଙ୍କିଆ ଠାରେ ଯୋଗ ନିର୍ଦ୍ଧାରଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବାସଗୃହ ନିର୍ମାଣ କରାଯାଇ ନାହିଁ । ଏମିତିକି କମ୍ପାନୀ ତାଙ୍କୁ ସ୍ଥାୟୀ ଥଇଥାନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହାକୁ ପାଳନ କରାଯାଉନାହିଁ । ତେଣୁ ବାରମ୍ବାର ଏ ସମ୍ପର୍କରେ ଉଭୟ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତୃପକ୍ଷ ଙ୍କ ଦୃଷ୍ଟି କୁ ଆଣିଥିଲେ ମଧ୍ୟ କିଛି ଫଳ ନମିଳି ବାରୁ ଶେଷରେ ପାଲଟାଣି ବର୍ଷାରେ କମ୍ପାନୀ ଫାଟକ ନିକଟରେ ୪ ଦଫା ଦାବି ନେଇ ଧାରଣାରେ ବସିଛନ୍ତି ୧୪୩ ବିସ୍ଥାପିତ ପରିବାର । ଯେ ପର୍ଯ୍ୟନ୍ତ ଦାବି ପୁରଣ ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣା ଶାନ୍ତି ପୂର୍ଣ୍ଣ ଭାବେ ଚାଲିବ ବୋଲି ଚେତାବନୀ ଦେଇଛି ପୂର୍ବ ଭାରତ ତୈଳବିଶୋଧନା ଗାର ବିସ୍ଥାପିତ କଲ୍ୟାଣ ସମିତି । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *