Wednesday , December 11 2019
Home / ବିଶେଷ / ପୁଷ୍ଟି ହୀନତା ଦୂର ପାଇଁ ସରକାରଙ୍କ ନୂଆ ନୀତି –   ଅଙ୍ଗନବାଡି କେନ୍ଦ୍ରରେ ସୃଷ୍ଟି ହେବ ପୃଷ୍ଟି ବଗିଚା

ପୁଷ୍ଟି ହୀନତା ଦୂର ପାଇଁ ସରକାରଙ୍କ ନୂଆ ନୀତି –   ଅଙ୍ଗନବାଡି କେନ୍ଦ୍ରରେ ସୃଷ୍ଟି ହେବ ପୃଷ୍ଟି ବଗିଚା

ମାଲକାନଗିରି, ୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟରେ ଶିଶୁ ଓ ମାଆଙ୍କ ପୁଷ୍ଟି ହୀନତା ଦୂର ପାଇଁ ରାଜ୍ୟ ସରକାର ନୂଆ ନୀତି ପ୍ରଣୟନ କରିଛନ୍ତି । ଏଥିପାଇଁ ପ୍ରତି ଅଙ୍ଗନବାଡି କେନ୍ଦ୍ର ଏବଂ ବିଦ୍ୟାଳୟ ଗୁଡିକରେ ପୁଷ୍ଟି ବଗିଚା ପ୍ରସ୍ତୁତ କରାଯିବ । ସେହି ବଗିଚାରୁ ଉତ୍ପାଦିତ  ତଟକା ପନିପରିବା ଶିଶୁ ଛାତ୍ରଛାତ୍ରୀ ଏବଂ ମାଆଙ୍କୁ ରନ୍ଧା ଖାଦ୍ୟରେ ଦିଆଯିବ । ଏହି ଅବସରରେ ମାଲକାନଗିରି ଜିଲା ତରଫରୁ ପୁଷ୍ଟି ବଗିଚା ସମ୍ବନ୍ଧୀୟ ଜ୍ଞାନ କୌଶଳ ଏବଂ ବିଭିନ୍ନ ପୁଷ୍ଟିଜାତ ଚାରାରୋପଣ ପାଇଁ ଅଙ୍ଗନବାଡି କର୍ମୀ, ପଂଚାୟତ ସୁପରଭାଇଜର ଏବଂ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ତାଲିମ୍ ଦିଆଯାଉଛି । ଏ ନେଇ ସ୍ଥାନୀୟ ସଦର ମହକୁମା ସଂସ୍କୁତି ଭବନ ପରିସରରେ ମାଲକାନଗିରି ବ୍ଲକର ୨୦୦ରୁ ଊଦ୍ଧ୍ୱର୍ ଅଙ୍ଗନବାଡି କର୍ମୀ, ସୁପରଭାଇଜର, ସିଡିପିଓଙ୍କ ନେଇ ଏକ କାର୍ଯ୍ୟକ୍ରମକୁ ଜିଲାପାଳ ମନିଷ ଅଗ୍ରୱାଲ ଉଦଘାଟନ କରିଛନ୍ତି । ଜିଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ତଥା ବିଡିଓ ଡ. ଗୁଣନିଧି ନାୟକ ଏ ସମ୍ବନ୍ଧରେ ଉପସ୍ଥିତ କର୍ମଚାରୀଙ୍କୁ ନିଜ ଅନୁଷ୍ଠାନ ପରିସରରେ କଲିମି ଆମ୍ବ, ଲେମ୍ବୁ, ସଜନା ଚାରାରୋପଣ ଓ ତାର ରକ୍ଷଣା ବେକ୍ଷଣ ଏବଂ ସେହି ବୃକ୍ଷରୁ ଉତ୍ପାଦିତ   ସାମଗ୍ରୀ, ନ୍ଧାଖାଦ୍ୟରେ ବ୍ୟବହାର କରାଗଲେ କିପରି ପୁଷ୍ଟି ସାଧନ ହୋଇ ପାରିବ ସେ ସମ୍ବନ୍ଧରେ ତାଲିମ୍ ଦେଇଥିଲେ । ଜିଲାପାଳ ଅଗ୍ରୱାଲ କର୍ମୀମାନଙ୍କୁ ପୁଷ୍ଟି ବଗିଚା ପ୍ରସ୍ତୁତ ସମ୍ପର୍କରେ ଉଦବୋଧନ ଦେଇଥିଲେ । ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ମାଲକାନଗିରି ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ଗୋଟିଏ ଗୋଟିଏ କଲିମି ଆମ୍ବ ଗଛ ବିତରଣ କରାଯାଇଥିଲା । ଜିଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ୪୫ ଫାଷ୍ଟଟ୍ରାକ କୋର୍ଟ

ଭୁବନେଶ୍ୱର ,୧୧/୧୨/୨୦୧୯(ଓଡ଼ିଶା ସମାଚାର)-ମହିଳା ଓ ଶିଶୁ ନିର୍ଯ୍ୟାତନା ମାମଲାର ତ୍ୱରିତ ବିଚାର ପାଇଁ ରାଜ୍ୟରେ ଖୁବଶୀଘ୍ର ୪୫ଟି ଫାଷ୍ଟଟ୍ରାକ କୋର୍ଟ …

Leave a Reply

Your email address will not be published. Required fields are marked *