Sunday , December 8 2019
Breaking News
Home / ବିଶେଷ / ପୁରୁଣା ଭୁବନେଶ୍ୱରରେ ଛୋଟ ପିଲାଙ୍କ ନିଳାଦ୍ରୀବିଜେ

ପୁରୁଣା ଭୁବନେଶ୍ୱରରେ ଛୋଟ ପିଲାଙ୍କ ନିଳାଦ୍ରୀବିଜେ

ଭୁବନେଶ୍ୱର, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ଶ୍ରୀଗୁଣ୍ଡିଚା ଠାରୁ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ନୀତିପରେ ଯାତ୍ରା ଶେଷ କରି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମା ସୁଭଦ୍ରାଙ୍କ ନିଳାଦ୍ରୀବିଜେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଏକ ବିଶ୍ୱାଳ ଶୋଭାଯାତ୍ରା ପୁରୁଣା ଭୁବନେଶ୍ୱର ଜମେଶ୍ୱର ପାଟଣାରୁ ବାହାରି ତିନିମୁଣ୍ଡିଆ ଛକ ଭ୍ରମଣ କରି, ଲିଙ୍ଗରାଜ ମନ୍ଦିର ନିକଟ ପରିଭ୍ରମଣ କରି ନାରାୟଣୀ ମନ୍ଦିର ପାଟଣାସାହି ଓ ପରକରଣସାହି ନିକଟ ନାରାୟଣୀ ମନ୍ଦିର ନିକଟକୁ ଯାଇଥିଲେ । ଦେବାଦେବୀଙ୍କୁ ସୁସଜ୍ଜିତ ବିମାନରେ ବିରାଜମାନ କରାଯାଇ ଶିଶୁମାନଙ୍କ ନିଳାଦ୍ରୀବିଜେ ବାହାରିଥିଲା । ଏଥିରେ ଘୁମୁରା, ମାଦଳ, ଘଂଟ, ଘୋଡ଼ାନାଚ, ହନୁମାନ ନାଚ, କଣ୍ଢେଇନାଚ, ରାବଣମେଢ଼, ଦୁର୍ଗାମେଢ଼, ନାଗାମେଢ଼, ପର୍ଶୁରାମମେଢ଼, ନୃସିଂହମେଢ଼, କାଳୀମେଢ଼, ବଗୁଲାବଗୁଲି, ଷଣ୍ଢଲଢ଼େଇ, ଭୁତଭୁତୁଣୀ ଆତସବାଜୀ ସମେତ ୨୦ପ୍ରକାର ବିଭିନ୍ନ ବାଦ୍ୟରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ କମିଟିର ସମ୍ପାଦକ ବସନ୍ତ କୁମାର ସମର୍ଥା, ଗୌରୀ କୁମାର ଖଟୋଇ, ବାବୁ ଖୁଂଟିଆ, ସୁବାଷ ବାରିକ୍, ସୁବାଷ ଦାସ, ରବି ବାରିକ, ମୋହନ ପ୍ରଧାନ, କେଦାର ପ୍ରଧାନ ଓ ଶତାଧିକ ସଭ୍ୟମାନେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ଶିଶୁ ଦୁଷ୍କର୍ମକାରୀଙ୍କୁ କୌଣସି ରାଜକ୍ଷମା ମିଳିବ ନାହିଁ: ରାଷ୍ଟ୍ରପତି

ନୂଆଦିଲ୍ଲୀ/ ଭୁବନେଶ୍ୱର ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- ବର୍ତମାନଦେଶରେ ବଢ଼ୁଥିବା ଦୁଷ୍କର୍ମ ଓ ହତ୍ୟାଘଟଣାକୁ ନେଇ ସବୁଠି ବିକ୍ଷୋଭ ଜାରି ରହିଛି । …

Leave a Reply

Your email address will not be published. Required fields are marked *