Thursday , September 19 2019
Breaking News
Home / ରାଜନୀତି / ପୁରୀ ଜିଲ୍ଲା ବିଜୁ ଜନତା ଦଳରପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ପୁରୀ ଜିଲ୍ଲା ବିଜୁ ଜନତା ଦଳରପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ପୁରୀ୧୧/୦୯/୨୦୧୯(ଓଡ଼ିଶା ସମାଚାର)- ରବିବାର ପୂର୍ବାହ୍ନରେ ପୁରୀ ଜିଲ୍ଲା ବିଜୁ ଜନତା ଦଳରପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତହୋଇଯାଇଛି । ଜିଲ୍ଲା ବିଜେଡି ସଭାପତିତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସଭାପତିତ୍ୱର ଆୟୋଜିତ ଏହି ବୈଠଳରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଉପସଭାପତି ସଞ୍ଜୟ କୁମାର ଦାଶବର୍ମା, କ୍ରୀଡା ଓ ଯୁବବ ସେବା ଏବଂ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଇଂତୁଷାରକାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଶାନ୍ତିଲତା ପ୍ରଧାନ ଏବଂ ବିଜେଡି ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ । ପିପିଲି ବିଧାୟକ ପ୍ରଦୀପ ମହାରଥୀ ଭାଷଣ ଦେବା ସମୟରେ ଜିଲ୍ଲା ବିଜେଡିରେ ଥିବା ଅସନ୍ତୋଷକୁ ପ୍ରକାଶ କରି ମହେଶ୍ୱର ମହାନ୍ତିଙ୍କୁ ଆକ୍ଷେପ କରି କହିଥିଲେ, ଜିଲ୍ଲା ସଭାପତି ମହେଶ୍ୱରବାବୁ ଆଉ ଘରେ ନବସି ଲୋକଙ୍କ ପାଖକୁ ଯାଆନ୍ତୁ । ଗତ ନିର୍ବାଚନ ସମୟରେ ଭୋଟଗୁଡାକ ପକେଟରେ ଅଛି ଆଉ ଜିତିବା ନିଶ୍ଚିତ ବୋଲି ଭାବି ଶୋଇରହିବା ରଫଳ ଆପଣ ପାଇ ଶାରିଛନ୍ତି । ଏହାପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇଙ୍କୁ ଟାର୍ଗେଟ କରି କହିଲେ, ତୁମେ ଜିତିବାର ବର୍ଷେ ପୂରିଲା, ଏଯାବତ୍ ଜିଲ୍ଲା ପରିଷଦର ଗୋଟିଏ ହେଲେ ବୈଠକ ଡାକିପାରିଲନି । ମହାରଥୀଙ୍କ ଆକ୍ଷେପର ପ୍ରତୁ୍ୟତରରେ କୌଣସି ନେତା ନିଜ ନିଜବକ୍ତବ୍ୟରେ ପ୍ରତିକ୍ରିୟା ପ୍ରକାଶ କରିନଥିଲେ ।ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତୃଣମୂଳ ସ୍ତରରୁ ଦଳୀୟ ସଙ୍ଗଠନକୁମଜବୁତ କରିବା ପାଇଁ ହେଲେ କୃଷକ,ମହିଳା ଓ ସଂଖ୍ୟାଲଘୁ ବର୍ଗର ଯୁବକଯୁବତୀ ତଥା ତୃଣମୂଳସ୍ତରର ଛାମୁଆସଙ୍ଗଠକମାନଙ୍କୁ ସଭ୍ୟ ସଂଗ୍ରହ ଅଭିଯାନ ସାମିଲ କରିବା ସହ ରାଜ୍ୟ ସରକାରଙ୍କ ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ପ୍ରଣୟନ କରଯାଯାଇଥିବା ସମସ୍ତ ଯୋଜନାର ପ୍ରଚାର ପ୍ରସାର କରି ଲୋକାଭିମୂଖୀ କରିବାପାଇଁ ୱାର୍ଡ ସ୍ତରରୁ କର୍ମୀମାନେ ଉଦ୍ୟମ ଅବ୍ୟାହତ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକାରିଣୀ ବୈଠକରେ ପଂଚାୟତ ଓ ୱାର୍ଡ ସ୍ତରରେ୪ଜଣ ସକ୍ରିୟ ସଭ୍ୟ ୧୦୦ଜଣ ନୂତନ ସଭ୍ୟ କରିବେ, ଏନଏସିରେ ୱାର୍ଡସ୍ତରରେ ୫ଜଣ ସକ୍ରିୟ ସଭ୍ୟ୧୨୫ଜଣ ସଭ୍ୟ ଓ ମୁ୍ୟନିସିପାଲିଟିରେ୧୫ଜଣ ସକ୍ରିୟ ସଭ୍ୟଙ୍କ ମାଧ୍ୟମରେ ୩୨୫ଜଣ ନୂତନସଭ୍ୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ସଭ୍ୟସଂଗ୍ରହ ଅଭିଯାନରେ ମହିଳା, ଯୁବ ଓ ଅଭିଜ୍ଞ ସଙ୍ଗଠକ ମାନଙ୍କୁ ସାମିଲି କରି ଅନଲାଇନ ମାଧ୍ୟମରେ ଆଧାର କାର୍ଡସଂଯୋଗ କରାଯାଇ ଏହି ପ୍ରକ୍ରିୟାକୁ ତ୍ୱରାନିତ କରାଯାଇ ଓଡିଶାରେ ପୁରୀ ଜିଲ୍ଲାକୁଏକ ନମ୍ବର କରିବା ପାଇଁ ଉଦ୍ୟମ ଅଭ୍ୟାହତ କରାଯିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ବୈଠଳରେ ପୁରୀ, ପିପିଲି, ନିମାପଡା, ସତ୍ୟବାଦୀ,ବ୍ରହ୍ମଗିରୀ ଓ କାକଟପୁର ନିର୍ବାଚନ ମଣ୍ଡଳୀରୁଯୁବକ, ଛାତଛାତ୍ରୀ୍ର, ମହିଳା, ସଂଖ୍ୟାଲଘୁ,ନିର୍ବାଚିତ ପ୍ରତିନିଧି, ବ୍ଳକ ଅଧ୍ୟକ୍ଷ,ପଂଚାୟତ ସଭାପତି ସମେତ ଦୁଇ ହଜାରରୁଉଦ୍ଧ୍ୱର୍ କର୍ମୀ ଯୋଗଦେଇଥିଲେ । ଏହିକାର୍ଯ୍ୟକ୍ରମକୁ କୋଣାର୍କ ବିଜେଡି ସଭାପତିଗୋପାଳ ଚନ୍ଦ୍ର ବେହେରା, ଅସ୍ତରଙ୍ଗ ବ୍ଳକ୍ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକପରିଚାଳନା କରିଥିବାବେଳେ କୋଣାର୍କଏନଏସିର ଭରତ ଚନ୍ଦ୍ର ନାୟକ, ପଦ୍ମଚରଣବେଉରା, ପ୍ରଫୁଲ୍ଲ ପାତ୍ର ଓ ସୁଶାନ୍ତ କୁମାରବେଉରା ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶହେ ଦିନର କାମ ସମ୍ପର୍କରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ମଣ୍ଡାଭିଆ

ମୋଦି ସରକାର ଦେଶର ଗରୀବ, ବଂଚିତ ଓ ଶୋଷିତଙ୍କ ପାଇଁ ସମର୍ପିତ ଭୁବନେଶ୍ୱର ,୧୧/୦୯/୨୦୧୯(ଓଡ଼ିଶା ସମାଚାର)- ମୋଦିସରକାରଙ୍କ ଦ୍ୱିତୀୟ ପାଳିର …

Leave a Reply

Your email address will not be published. Required fields are marked *