Monday , January 27 2020
Breaking News
Home / ରାଜନୀତି / ପୁଣି କଂଗ୍ରେସ ଖୋଲିଲା ନୂଆ ରହସ୍ୟ

ପୁଣି କଂଗ୍ରେସ ଖୋଲିଲା ନୂଆ ରହସ୍ୟ

ଭୁବନେଶ୍ୱର,୩୦/୧୧/୨୦୧୯(ଓଡ଼ିଶା ସମାଚାର)- ପୁଣି କଂଗ୍ରେସ ମନ୍ତ୍ରୀଙ୍କ ବିରୁଦ୍ଧରେ ଖୋଲିଲା ନୂଆ ରହସ୍ୟ । ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶନାୟକ ମନ୍ତ୍ରୀଙ୍କ ଗସ୍ତ ଘଟଣାରେ ଅଧିକରୁ ଅଧିକ ଦୃଢତଥ୍ୟ ଏବଂ ତତସହିତ ସମସ୍ତ ଦସ୍ତାବିଜ୍ ଉପସ୍ଥାପିତ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଯଦିରାଜ୍ୟ ସରକାର ମନ୍ତ୍ରୀଙ୍କ ଗସ୍ତ ଖର୍ଚ୍ଚ କରିଛନ୍ତିବୋଲି କହୁଛନ୍ତି, ତେବେ ରାଜ୍ୟ ସରକାର କହିବେ କି ୪.୧୦.୨୦୧୯ ତାରିଖ ଏବଂ ୫.୧୦.୨୦୧୯ ତାରିଖ ଇଣ୍ଡିଗୋ ବିମାନ ଟିକେଟ୍ ପିଏନଆର ନମ୍ବର ଏମକେଏଚଏଚ ୮ଏ ରେ ଗୋଟିଏ ମାତ୍ର ଟିକେଟ୍ କଟାଯାଇଛି ।ଯେଉଁଥିରେ କି ଏହି ଟିକେଟ୍ ରେ ମନ୍ତ୍ରୀ ଶ୍ରୀପାଣିଗ୍ରାହୀ ଏବଂ ଦୁଇଜଣ ଭଦ୍ର ମହିଳା ଆର. ମହାପାତ୍ର ଏବଂଏସ୍.ଏସ୍. ମହାପାତ୍ରଙ୍କ ନାମ ଉଲ୍ଲେଖ ଅଛି । ପ୍ରଦେଶ କଂଗ୍ରେସର ପ୍ରଶ୍ନ ଯେ ରାଜ୍ୟର ମନ୍ତ୍ରୀ ରାଜ୍ୟ ବାହାରକୁ ଓଡିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଗସ୍ତ କରୁଥିବାବେଳେ ଏହି ଖର୍ଚ୍ଚ ସାଧାରଣତଃ ରାଜ୍ୟ ସରକାର ବା ପର୍ଯ୍ୟଟନ ଉନ୍ନୟନ ନିଗମ  (ଓଟିଡ଼ିସିିି) ବହନ କରିଥାଏ । କିନ୍ତୁ କିଭଳିଭାବରେ ଏବଂ କେଉଁ ଉଦ୍ଦେଶ୍ୟରେ ତାଜ୍ କ୍ରିଷ୍ଣା ଇଂଟରନ୍ୟାସନାଲ ହୋଟେଲ ଖର୍ଚ୍ଚ ଓ ବିମାନ ଭଡା ଖର୍ଚ୍ଚ ଫେଡେରେସନ୍ ଅଫ ଇଣ୍ଡିଆନ୍ ଚ୍ୟାମ୍ବର୍ସ ଅଫ୍ କମର୍ସ ବହନକରିଥିଲା ? । ଏଥିରୁ ସ୍ପଷ୍ଟ ପ୍ରମାଣିତ ରାଜ୍ୟ ସରକାରଙ୍କ ପାଖରେ ଘୋର ଆର୍ଥିକ ଅଭାବ ଯୋଗୁଁ ପ୍ରାଇଭେଟ୍ ସଂସ୍ଥାମାନେ ମନ୍ତ୍ରୀ ଏବଂ ତାଙ୍କ ଅତିଥିଙ୍କର ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିଛନ୍ତି । କିନ୍ତୁ ପବିତ୍ର ଗୃହରେ ମନ୍ତ୍ରୀ ଯେଉଁ ତଥ୍ୟ ରଖିଲେ ତାହା ଏ ଶତାବ୍ଦୀର ଡାହା ମିଛ । ରାଜ୍ୟ ସରକାର ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବାବେଳେ ଏବଂ ୫-ଟି କଥା କହୁଥିବା ବେଳେ ଏହା କିଭଳି ସ୍ୱଚ୍ଛତା ତାହା ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରକାଶ କରିବେ କି? ଯେଉଁ ପ୍ରାଇଭେଟ୍ ସଂସ୍ଥାଏ ସମସ୍ତ ଖର୍ଚ୍ଚ ବହନ କଲା ଏଥିରୁ ସ୍ପଷ୍ଟଅନୁମେୟ ରାଜ୍ୟ ସରକାର ସେ ପ୍ରାଇଭେଟ୍ ସଂସ୍ଥାକୁ କିଭଳି ଅନୁଗୃହୀତ କରିଥିବେ, ତାହା ମଧ୍ୟ ପ୍ରକାଶ କରିବା ଉଚିତ୍ । ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କର ପଦବୀ ଅନୁଯାୟୀ କୌଣସି ପଂଚତାରକା ହୋଟେଲ୍ ରେ ରହିବାର ରାଜ୍ୟ ସରକାରଙ୍କ ବିଧି ବିରୁଦ୍ଧାଚରଣ କରୁଥିବା ସତ୍ୱେ କିଭଳି ମନ୍ତ୍ରୀ ମହୋଦୟ ଓ ତାଙ୍କର ଦୁଇ ମହିଳା ଅତିଥି ପଂଚତାରକା ହୋଟେଲ ରେ ରହିଲେ ?  ଏହା ମଧ୍ୟ ତଦନ୍ତ ସାପେକ୍ଷ । ଓଡ଼ିଶା ସମାଚାର

About admin

Check Also

ରଘୁନାଥପୁର ବିଜେପି ପକ୍ଷରୁ ଜନ ଜାଗରଣ ପଦଯାତ୍ରା

ତାରପୁର,୧୮/୦୧/୨୦୨୦ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ବିଜେପି ପକ୍ଷରୁ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେପି ଜିଲା କାର୍ଯ୍ୟକାରିଣୀ ସଭ୍ୟ …

Leave a Reply

Your email address will not be published. Required fields are marked *