Tuesday , January 28 2020
Breaking News
Home / ତାଜା ଖବର / ପୁଅକୁ ବଳିଦେବା ଅଭିଯୋଗରେ ବାପା ଗିରଫ

ପୁଅକୁ ବଳିଦେବା ଅଭିଯୋଗରେ ବାପା ଗିରଫ

ଭୁବନ,୦୬/୧୨/୨୦୧୯(ଓଡ଼ିଶା ସମାଚାର)-ଭୁବନ  ଥାନା କେନ୍ଦୁପଡା ଗ୍ରାମର ଜନୈକ ଅଙ୍ଗନବାଡି ସହାୟିକାଙ୍କ ସ୍ୱାମୀ ପୁରସ୍ତମ ନିଜ ପୁଅକୁ  ଗୁଣିଗାରେଡି କରି ବଳି ଦେବାକୁ ନେଉଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯିବାକୁ ପଡିଛି  । ପୋଲିସ ସୂତ୍ରରୁ ଜଣାଯାଏ ଯେ ଭୁବନ ଥାନା କୁନିନ୍ଦା ପଚାଂୟତ କେନ୍ଦୁପଡା ଗ୍ରାମର ପୂର୍ବତନ ସରପଚଂ ଗୁନେଇ ନାୟକଙ୍କ ଦେଢଶୂର ପୁରସ୍ତମ ଦୀର୍ଘଦିନ ହେବ ଧୃବ ଦେହୁରୀଙ୍କ ଠାରୁ ଗୁଣିଗାରେଡି ଶିକ୍ଷା କରୁଥିଲେ  । ଏହାର ପ୍ରୟୋଗ ପାଇଁ ନିଜର ଦେଢ ବର୍ଷର ପୁଅ କୁ ବଳି ଦେଲେ ନିଜର ଦେହ ଭଲ ହେବ ବୋଲି କହି ସ୍ତ୍ରୀ ଠାରୁ ଛଡାଇନେଇଥିଲେ  ।  ଗ୍ରାମବାସୀ କୈଶଳକ୍ରମେ ପୁଅକୁ  ଛଡାଇଆଣିଥିଲେ  । ସ୍ତ୍ରୀ ମାନସୀ ନାୟକ ଭୁବନ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ କରି ଗିରଫ କରାଯାଇ ଜେଲକୁ ପଠାଇଦିଆଯାଇଛି  । ଓଡ଼ିଶା ସମାଚାର

About admin

Check Also

ଗାଡ଼ି ଧକାରେ ଜଣେ ମୃତ

ଭବାନୀ ପାଟଣା, ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ସାଙ୍ଗମାନଙ୍କ ସହ ମିଶି ଶୌଚ ହେବାକୁ ନିକଟସ୍ଥ ପାଖରୀକୁ ଜଣେ ଯୁବକ ଯାଉଥିବା …

Leave a Reply

Your email address will not be published. Required fields are marked *