Friday , February 28 2020
Breaking News
Home / ବିଶେଷ / ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ଅଧ୍ୟାପକ ଆଶିଷ କୁମାର ଚକ୍ରବର୍ତୀ  ପୌରହିତ୍ୟ କରିଥିଲେ । ଏଥିରେ ପ୍ରାକ୍ତନ ଶିକ୍ଷକ ତାରେଣୀ ଚରଣ ବୋଷ, ନୃସିଂହ ଚରଣ ତ୍ରୀପାଠୀ, ବାବାଜୀ ଚରଣ ସାହୁ, ରବିନ୍ଦ୍ର ନାଥ ସ୍ୱାଇଁ, ଶୁକଦେବ ନାୟକ, ସୁନାକର ମହାନ୍ତି, ଅଜୟ ଚନ୍ଦ୍ର ନନ୍ଦଙ୍କୁ ପୁଷ୍ପ ଗୁଛ ଓ ମାନପତ୍ର ଦେଇ ଗୁରୁ ପୂଜା କରାଯାଇଥିଲା । ଏହି ଅବସରରେ ୨୫ ଜଣ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଆବାହକ ମହମଦ ଉବେଦା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ପ୍ରିୟଦର୍ଶିନୀ ସିଂ,ଦୁଷ୍ମନ୍ତ ପ୍ରଧାନ, ସପନ ପଣ୍ଡା, ବିଜୟ ରାଉତ, ହେମନ୍ତ ପରିଡା, ପ୍ରଶାନ୍ତ ରାଉତ, ବେଣୁଧର ସ୍ୱାଇଁ, ସୁବାଷ ରାଉତ, ସନ୍ତୋଷ ବିଟ, ରାକେଶ ପରିଡା, ଶୁଭକାନ୍ତ ପରିଡା, ଜଗନ୍ନାଥ ରାଉତ, ଶ୍ରଦ୍ଧାଞ୍ଜଳି ସାମନ୍ତ, ମୋନାଲିସା ବଳ, ଆଲୋକ ସାହୁ, ପ୍ରଦିପ ମିଶ୍ର, ସୁରେନ୍ଦ୍ର ସାହୁ, ବିଶ୍ୱଜିତ ପାଲ୍‌, ଗିରିଜା ସ୍ୱାଇଁ, ସୌମା ରାଉତ, ବିଷ୍ଣୁପ୍ରିୟା ମୁଦୁଲି, ସୁଜିତ ଦାସ, ମନୋରଞ୍ଜନ ମଲ୍ଲିକ, ରାମଚନ୍ଦ୍ର ମହାପାତ୍ର, ବିଦ୍ୟାଧର ବେହେରା,  ଜଗନ୍ନାଥ ପ୍ରଧାନ, ଲୋପାମୁଦ୍ରା ସାହୁ, ମମତା ମହାନ୍ତି, ରଞ୍ଜିତା ମହାନ୍ତି, ସୁଚିତ୍ରା ସାହୁ, ଗୀତାଞ୍ଜଳି ସାହୁ, କବିତା ମହାପାତ୍ର, ପ୍ରକାଶ ସାହୁ, ଭବାନୀ ରାଉତ, ପ୍ରସାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ୱର୍ଗାରୋହଣ କରିଥିବା ଶିକ୍ଷକ ଶିକ୍ଷୟୀତ୍ରି ମାନଙ୍କ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *