Thursday , November 14 2019
Breaking News
Home / ତାଜା ଖବର / ପିପିଏଲ ବ୍ୟାଗିଙ୍ଗ ପ୍ଲାଂଟର ରେଳ ଧାରଣାରେ କଟିଯାଇ ଶ୍ରମିକର ମୃତୁ୍ୟ

ପିପିଏଲ ବ୍ୟାଗିଙ୍ଗ ପ୍ଲାଂଟର ରେଳ ଧାରଣାରେ କଟିଯାଇ ଶ୍ରମିକର ମୃତୁ୍ୟ

ପାରାଦ୍ୱୀପ ୧୬/୧୦/୨୦୧୯ ( ଓଡ଼ିଶା ସମାଚାର)- ପାରାଦ୍ୱୀପ ଫସଫେଟ୍ ଲିମିଟେଡ (ପିପିଏଲ) ସାରକାରଖାନାରେ ସାର ବୋଝେଇ ସମୟରେ ଜଣେ ଶ୍ରମିକ ରେଳ ଧାରଣାରେ କଟି ଯାଇ ମୃତୁ୍ୟ ବରଣ କରିଥିବା ବେଳେ ଅଭିଯୋଗ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଶ୍ରମିକ ଜଣଙ୍କ ପିପିଏଲ ବ୍ୟାଗିଙ୍ଗ ପ୍ଲାଂଟରେ ରେଳରେ ସାର ବୋଝେଇ କରୁଥିଲେ । ହେଲେ ସକାଳୁ ତାଙ୍କର ରେଳ ଧାରଣାରେ ମୁଣ୍ଡ ଗଣ୍ଡି କଟା ଅବସ୍ଥାରେ ମୃତୁ୍ୟ ଦେଖିବାକୁ ମିଳିଥିଲା । ମୃତକଙ୍କ ନାମ ମୋହନ ସ୍ୱାଇଁ(୫୨) , କଟକ ଜିଲ୍ଲାର ନିଆଳି ଥାନା ସୁଆଁଲ ଗ୍ରାମର ମାଧବ ସ୍ୱାଇଁଙ୍କ ପୁଅ । ସେ ଦୀର୍ଘ ଦିନ ଧରି ପିପିଏଲରେ ରେଳରେ ସାର ବୋଝେଇ କାମ କରୁଥିଲେ । କିନ୍ତୁ ସବୁ ଦିନ ପରି ଗତ କାଲି ମଧ୍ୟ ସାର ବୋଝେଇ କରୁଥିଲେ । କିନ୍ତୁ ଏହି କାର୍ଯ୍ୟ ର୍ପତି ଯେତିକି ନିରାପତା ବ୍ୟବସ୍ଥା ଗ୍ରହଣ କରାଯିବା କଥା ସେତିକି ନିଆ ଯାଉ ନ ଥିଲା । ଏ ପରି କି ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିଲା । କିନ୍ତୁ ବହୁ କଷ୍ଟରେ ଏହି ଚାକିରୀ ଯୋଗାଡ ହୋଇଥିବାରୁ ମୋହନ ସ୍ୱାଇଁ ଯେତେ କଷ୍ଟ ହେଲେ ମଧ୍ୟ ତାକୁ ହାତ ଛଡା କରି ନଥିଲେ । କିନ୍ତୁ ଏହି ଚାକିରୀ ଦିନେ ନା ଦିନେ ତାର ଜୀବନ ନେବ ସେ ସେ କଥା ଜାନୀ ନ ଥିଲେ । ତେବେ ମୋହନର ମୃତୁ୍ୟ ଖବର ପାଇ ଶ୍ରମିକ ତଥା ତାର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ମୃତୁ୍ୟ ମୋହନର ଶବକୁ ଧରି କ୍ଷତି ପୂରଣ ଦାବିରେ ବସି ରହିଥେô÷ଲେ । ଅପରାହ୍ନରେ ଠିକାଦାର, ଏବଂ ଶ୍ରମିକ ସଂଘ, ପିପିଏଲ କତୃପକ୍ଷ ୮ ଲକ୍ଷ ଟଙ୍କା ସହ ଝିଅକୁ ଚାକିରୀ ଦେବାକୁ ନିଷ୍ପତି ନେବାରୁ ମୋହନଙ୍କ ପରିବାର ଏବଂ ଶ୍ରମିକମାନେ ଶବକୁ ଗ୍ରହଣ କରିଥିଲେ । ଶେଷରେ ଆବଶ୍ୟକ ନିରାପତା ବ୍ୟବସ୍ଥା ଯୋଗାଇ ଦେବାକୁ ଶ୍ରମିକମାନେ ପିପିଏଲ କତୃପକ୍ଷଙ୍କୁ ନିବେଦନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ମୁଣ୍ଡ କାଟିନେଲେ

ଗଜପତି ,୧୩/୧୧/୨୦୧୯(ଓଡ଼ିଶା ସମାଚାର)- ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ମୁଣ୍ଡ କାଟିନେଲେ ଦୁର୍ବୃତ । ଏପରି …

Leave a Reply

Your email address will not be published. Required fields are marked *