Tuesday , February 25 2020
Breaking News
Home / ବ୍ୟବସାୟ ବାଣିଜ୍ୟ / ପିପିଏଲ୍ ସମ୍ମୁଖରେ ଜେସିସି କର୍ମକର୍ତ୍ତାଙ୍କ ଧାରଣା

ପିପିଏଲ୍ ସମ୍ମୁଖରେ ଜେସିସି କର୍ମକର୍ତ୍ତାଙ୍କ ଧାରଣା

ପାରାଦ୍ୱୀପ, ୦୫/୦୨/୨୦୨୦ (ଓଡ଼ିଶା ସମାଚାର)- ଜିପସମ ପରିବହନ ଦାବିକୁ ନେଇ ଆଜି ପିପିଏଲ ସମ୍ମୁଖରେ ଜେସିସି କର୍ମକର୍ତ୍ତା ଧାରଣାକୁ ଓହ୍ଲାଇଛନ୍ତି। କମିଟିର ଶତାଧିକ ଟ୍ରକମାଲିକ ପିପିଏଲ ଫାଟକ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। କୌଣସି ଗଣ୍ଡଗୋଳ ଆଶଙ୍କା କରି ପିପିଏଲ୍ ନିକଟରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ଜେସିସି କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ, ୨୦୧୪ ଅକ୍ଟୋବର ୨୦ରେ ପାରାଦ୍ୱୀପ ସର୍କିଟ ହାଉସରେ ଜିଲା ପ୍ରଶାସନ, ପିପିଏଲ୍ କମ୍ପାନୀର ପ୍ରତିନିଧି ଓ ଜେସିସି ମଧ୍ୟରେ ଜିପସମ ପରିବହନ ସଂକ୍ରାନ୍ତରେ ଏକ ବୈଠକ ବସିଥିଲା। କମ୍ପାନୀରୁ ଉତ୍ପାଦିତ ଜିପସମ୍ ର ମୋଟ ୩୦ ଭାଗ ୩ଟି ଟ୍ରକ ମାଲିକ ସଂଘ ଦ୍ୱାରା ଓ ଅବଶିଷ୍ଟ ୭୦ ଭାଗ ରେଳ ଦ୍ୱାରା ପରିବହନ କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା। କିନ୍ତୁ କମ୍ପାନୀ ଗତ ୨ବର୍ଷ ହେବ ୩ଟି ଟ୍ରକ ମାଲିକ ସଂଘକୁ ୨୦ ଭାଗ ଜିପ୍ ସମ ପରିବହନ କରିବାକୁ ଯୋଗାଇ ଆଉ ୧୦ ଭାଗ ଦେଉନଥିବା ଜେସିସି ପକ୍ଷରୁ ଅଭିଯୋଗ ହୋଇଛି।
ଅନ୍ୟପଟେ ପିପିଏଲ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବୁଧବାର ପ୍ରଶାସନ ଆମକୁ ବୈଠକ ଡାକିଛି, ସେଠାରେ ସବୁ ସତ ଜଣାପଡିବ ବୋଲି ପିପିଏଲ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ପାରାଦ୍ୱୀପ ୪ଟି ମାଲିକ ସଂଘ ପକ୍ଷରୁ ପିପିଏଲରୁ ଜିପସମ୍ ପରିବହନ ଆରମ୍ଭ ହୋଇଛି। ସାମାନ୍ୟ ସମସ୍ୟା ଯୋଗୁଁ ଦୁଇଦିନ ହେବ ସଂଘ ପକ୍ଷରୁ ଜିପସମ ପରିବହନ ବନ୍ଦ ରହିଛି। ଦୁଇ ତିନିଦିନ ପରେ କାମ ଆରମ୍ଭ ହେବ ବୋଲି ୪ଟି ସଂଘର ସଂପାଦକ ବାମଦେବ ସାହୁ କହିଛନ୍ତି। ଓଡ଼ିଶା ସମାଚାର

About admin

Check Also

ତିନି ଦିବ୍ୟାଙ୍ଗଙ୍କୁ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ

ରାୟଗଡ, ୧୮/୦୨/୨୦୨୦ (ଓଡ଼ିଶା ସମାଚାର)-ରାୟଗଡଜିଲ୍ଲାର ଥେରୁବାଲି ସ୍ଥିତ ଇାମ୍‌ଫା ୍‌କାରଖାନା ଦ୍ୱାରା ପରିଚାଳିତ ସାମାଜିକ ପ୍ରତିବଦ୍ଧାତା କାର୍ଯ୍ୟକ୍ରମ ବଂଶୀଧର ଇଲା …

Leave a Reply

Your email address will not be published. Required fields are marked *