Tuesday , August 20 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ପିପିଏଲ୍ ପରିସରରେ ଦୁଇଦିନିଆ ନିରାପତା କର୍ମଶାଳା

ପିପିଏଲ୍ ପରିସରରେ ଦୁଇଦିନିଆ ନିରାପତା କର୍ମଶାଳା

ପାରାଦ୍ୱୀପ ୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପ ପିପିଏଲ ସାର କାରାଖାନା ପରିସରରେ ଏକ ଦୁଇଦିନଆ ନିରାପତା କର୍ମଶାଳା ଉଦ୍ଘାଟିତ ହୋଇଯାଇଅଛି । ଏହି କର୍ମଶାଳାକୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଆନୁଷ୍ଠାନିକ ଭାବେ ଗୁରୁବାର ଦିନ ଉଦ୍ଘାଟିତ କରିଛନ୍ତି । ଓଡିଶା ଫାକ୍ଟ୍ରି ଆଣ୍ଡ ବଏଲର ସଂସ୍ଥା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସମସ୍ତ କମ୍ପାନୀ କର୍ମଚାରୁ, ବ୍ୟବହାରକାରୀ ସଂସ୍ଥା, ଶ୍ରମିକ ଏବଂ ସେପ୍ଟି ଅଧିକାରୀମାନ ଯୋଗଦେଇଥିଲେ । କିଭଳି ଭାବେ ଶୂନ୍ୟଦୁର୍ଘଟଣା ହେବ ସେନେଇ ସମସ୍ତଙ୍କ ମଧ୍ୟରେ ସଚ୍ଚେତନତା ସୃଷ୍ଟି କରିବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟବୋଲି କୁହାଯାଇଥିବା ବେଳେ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ ଏହି କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ  କେଶରୀ ମହାପାତ୍ର, ପିପିଏଲ ର ମୁଖ୍ୟ ରଞ୍ଜିତ ସିଂ ଚୁଗ୍, ଧାମରା ବନ୍ଦର ସିଇଓ ସୁବ୍ରତ ତ୍ରିପାଠିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଇଫକୋରେ ୭୩ତମ ସ୍ୱାଧୀନତା ଦିବସ ପାଳିତ

ପାରାଦ୍ୱୀପ ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ପ୍ରତି ବର୍ଷ ଅଗଷ୍ଟ ୧୫ ତାରିଖ ଦେଶର ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ …

Leave a Reply

Your email address will not be published. Required fields are marked *