Sunday , December 8 2019
Home / ତାଜା ଖବର / ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାରେ ଦିନ ମଜୁରୀଆଙ୍କର ମୃତ୍ୟୁ

ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାରେ ଦିନ ମଜୁରୀଆଙ୍କର ମୃତ୍ୟୁ

ପାରାଦ୍ୱୀପ ୦୯/୦୮/୨୦୧୯(ଓଡ଼ିଶା ସମାଚାର)-ଗୁରୁବାର ଦିନ ମଧ୍ୟାହ୍ନରେ ପାରାଦ୍ୱୀପ ବଡପଡିଆସ୍ଥିତ ପରିବା ମାର୍କେଟରେ ମଜୁରିଆଭାବେ କାମ କରୁଥିବା ଜନୈକ ବ୍ୟକ୍ତିଙ୍କର ପିକ୍ଅପ୍ ଭ୍ୟାନ୍ ଧକ୍କାରେ ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଯେ, ପାରାଦ୍ୱୀପ ବଡପଡିଆସ୍ଥିତ ପରିବା ମାର୍କେଟରେ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ପଙ୍ଗତ ଗ୍ରାମର ଦାଶରଥି ବେହେରାଙ୍କ ପୁଅ ହରିଶ ବେହେରା (୪୨) ଦିନ ମଜୁରିଆ ଭାବେ କାମ କରନ୍ତି । ଟ୍ରକ୍ ରୁ ପରିବା ବସ୍ତା ନେଇ ବିଭିନ୍ନ ପରିବା ଦୋକନରେ ଦେଇଥାନ୍ତି । ଗୁରୁବାର ଦିନ ହରିଶ କାମ ସାରି ମଧ୍ୟାହ୍ନ ଭୋଜନ ନିମନ୍ତେ ପାରାଦ୍ୱୀପ ମଧୁବନସ୍ଥିତ ଜଗନ୍ନାଥ କଲୋନୀ (ବଙ୍ଗାଳୀପଡା) ଘରକୁ ଯାଇଥିଲେ । ମଧୁବନ ମାଉସୀମାଆ ଛକ ନିକଟରେ ଏକ କମ୍ପାନୀର ସିକ୍ୟୁରିଟି ଓ ସେଫ୍ଟି କାର୍ଯ୍ୟରେ ନିୟୋଜିତ ଏକ ପିକଅପ ଭ୍ୟାନ (ଓଡି୦୫-ଏନ୍-୨୦୫୮) ହରିଶ କୁ ଧକ୍କା ଦେଇଥିଲା । ଘଟଣାସ୍ଥଳ ରୁ ସ୍ଥାନୀୟ ଲୋକମାନେ ହରିଶଙ୍କୁ ବନ୍ଦର ଚିକିତ୍ସାଳୟକୁ ନେଇଥିଲେ । ଡାକ୍ତର ସେଠାରେ ହରିଶକୁ ମୃତ ଘୋଷଣା କରିଥିଲେ । ସ୍ଥନୀୟ ଲୋକମାନେ ଦୁର୍ଘଟଣା ଘଟାଇଥିବା ଗାଡିର ଡ୍ରାଇଭର ଓ ଜଣେ କମ୍ପାନୀ କର୍ମଚାରୀଙ୍କୁ ଧରି ପୋଲିସରେ ଜିମା ଦେଇଛନ୍ତି । ହରିଶ ଜଣେ ଗରିବ ଲୋକ ହୋଇଥିବାରୁ କ୍ଷତିପୂରଣ ଦେବାକୁ ଜଗନ୍ନାଥ କଲୋନୀ ବାସିନ୍ଦା ମାନେ ଦାବି କରିଛନ୍ତି । ମୃତକଙ୍କ ପରିବାର ପକ୍ଷରୁ ପାରାଦ୍ୱୀପ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପୁଅକୁ ବଳିଦେବା ଅଭିଯୋଗରେ ବାପା ଗିରଫ

ଭୁବନ,୦୬/୧୨/୨୦୧୯(ଓଡ଼ିଶା ସମାଚାର)-ଭୁବନ  ଥାନା କେନ୍ଦୁପଡା ଗ୍ରାମର ଜନୈକ ଅଙ୍ଗନବାଡି ସହାୟିକାଙ୍କ ସ୍ୱାମୀ ପୁରସ୍ତମ ନିଜ ପୁଅକୁ  ଗୁଣିଗାରେଡି କରି ବଳି …

Leave a Reply

Your email address will not be published. Required fields are marked *