Saturday , January 25 2020
Breaking News
Home / ବିଶେଷ / ପାସା ସ୍ମୃତି କମିଟି ପକ୍ଷରୁ ରକ୍ତଦାନ ଶିବିର

ପାସା ସ୍ମୃତି କମିଟି ପକ୍ଷରୁ ରକ୍ତଦାନ ଶିବିର

ତାରପୁର, ୦୮/୧୨/୨୦୧୯(ଓଡ଼ିଶା ସମାଚାର)-ବର୍ଷିୟାନ ଯାତ୍ରା କଳାକାର ପ୍ରଶାନ୍ତ କୁମାର ଦାସ (ପାସା) ଙ୍କ ୬ଷ୍ଠ ବାର୍ଷିକ ସ୍ମୃତି ଉଦେଶ୍ୟରେ ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ ଜଇପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ୫୮ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ସ୍ଥାନୀୟ ଯୁବକ ସଂଘ ଓ ସାମଜ ସେବୀ ମାନସ କୁମାର ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ସ୍ଥାନୀୟ ସରପଂଚ ବିଜୟ କୁମାର ସ୍ୱାଇଁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳରୁ ବାହାରେ ରହୁଥିବା ଯୁବକ ଯୁବତୀମାନେ ଆସି ସାମିଲ ହୋଇ ରକ୍ତ ଦାନ କରିଥିଲେ । ସେଂଟ୍ରାଲ ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କ କଟକର ଡ଼ାକ୍ତର ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ୬ ଜରିଆ ଟିମ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । କମିଟିର ସଭାପତି ଅନ୍ତର୍ଯ୍ୟାମୀ ସାମଲ, ସମ୍ପାଦକ କୁମାରରାଜ ମହାନ୍ତି, କୁଂଜବିହାରୀ ସ୍ୱାଇଁ, ଅମିତ ମହାପାତ୍ର, ଅଭୟ ପ୍ରଧାନ, ଗଣେଷ ଦାସ, ବିକାଶ ଦଳାଇଙ୍କ ସମେତ ବହୁ ଯୁବକ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ନୀଳକଂଠେଶ୍ୱର ଓ ବାବା ଗୋରେଖନାଥ ଯୁବକ ସଂଘର ସଦସ୍ୟ ମାନେ ଏଥିରେ ସହଯୋଗର ହାତ ବଢ଼ାଇଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡ଼ାକ୍ତର ବିଶ୍ୱକେତନ ଖୁଂଟିଆ ଓ କର୍ମଚାରୀମାନେ ମଧ୍ୟ ସହଯୋଗ କରିଥିଲେ । କମିଟି ପକ୍ଷରୁ ସମସ୍ତ ରକ୍ତଦାତା ମାନଙ୍କୁ ସାଲ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଚିଟଫଣ୍ଡ ଶୋଷଣ ପ୍ରତିରୋଧ ବିରୁଦ୍ଧରେ ମହିଳା ସଙ୍ଘର୍ଷ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

 କେନ୍ଦ୍ରାପଡା, ୨୫/୦୧/୨୦୨୦(ଓଡ଼ିଶା ସମାଚାର)- – ଜିଲ୍ଲାର ମାର୍ଶାଘାଇ,ମହାକାଳପଡା ଓ ତନ୍ତିଆପାଳ ଅଂଚଳରେ ଚିଟଫଣ୍ଡ ସଂସ୍ଥା ଦ୍ୱାରା ଶୋଷିତ ହୋଇଥିବା ସ୍ୱୟଂ …

Leave a Reply

Your email address will not be published. Required fields are marked *