Friday , February 28 2020
Breaking News
Home / ବିଶେଷ / ପାଲାକାର ସଂଘର ମିଳିତ ଉଦ୍ୟମରେ ବାର୍ଷିକ ମହୋତ୍ସବ ସହ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଲାକାର ସଂଘର ମିଳିତ ଉଦ୍ୟମରେ ବାର୍ଷିକ ମହୋତ୍ସବ ସହ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର, ୨୬/୦୧/୨୦୨୦ (ଓଡ଼ିଶା ସମାଚାର)- ମା ତାରିଣୀ ପାଲା କମିଟି ଆନୁକୁଲ୍ୟ ଓ ଅଭୟପୁର ପଂଚାୟତବାସୀଙ୍କ ସହଯୋଗିତାରେ, ଧର୍ମଶାଳା ବ୍ଲକ ଅଭୟପୁର ମା ତାରିଣୀଙ୍କ ମଣ୍ଡପରେ ଗତ ୨୪ ତାରିଖ ଠାରୁ ତିନି ଦିନ ବ୍ୟାପି ନିଖିଳ ଉତ୍‌କଳ ପାଲା ଗାୟକ ପରିଷଦ ଓ ସତ୍ୟନାରାୟଣଙ୍କ ପାଲାକାର ସଂଘ ଜିଲ୍ଲା ଶାଖା ପକ୍ଷରୁ ଏହାର ପଂଚଦଶ ବାର୍ଷିକୀ ମହୋତ୍‌ସବ ଓ ମା ତାରିଣୀ ପାଲା କମିଟି ପକ୍ଷରୁ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଥମ ଦିବସରେ ପଂଚାୟତ ପକ୍ଷରୁ ଜିଲ୍ଲାର ୨୨ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ରାତ୍ରିରେ ଓଡିଶାର ସୁନାମ୍ୟଧନ୍ୟ ପାଲା ଗାୟକ ତାଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ ଶ୍ୟାମସୁନ୍ଦର ସାହୁ, ବରିଷ୍ଠ ପାଲାକାର ପ୍ରମୋଦ ଜେନା, ଜିଲ୍ଲା ସଭାପତି ଦାଶରଥି ମିଶ୍ର, ସଭାପତି ସୁର୍ଯ୍ୟମଣି ରାଉତ, ଚକ୍ରଧର ଖଟୁଆ ଆଦି ଯୋଗ ଦେଇ ପାଲାର ମାହାତ୍ମ୍ୟ ବିଷୟରେ ଆଲୋକପାତ କରିଥିଲେ । ଉକ୍ତ ଦିବସରେ ଦାଶରଥି ମିଶ୍ରଙ୍କୁ ଗାୟକ ମହାରଥି ଉପାଧିରେ ସମ୍ମାନିତ କରାଯାଇଥିଲା ।
ଦ୍ୱିତୀୟ ଦିବସରେ ସତ୍ୟନାରାୟଣ ପାଲାକାର ସଂଘ ପକ୍ଷରୁ ରାଜ୍ୟରୁ ୫୯ଜଣ ପ୍ରତିଭା ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଦାଶରଥି ମିଶ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ମଦନମୋହନ ଜେନା, ଟ୍ରଷ୍ଟ ବୋର୍ଡ ସଂପାଦକ ସୁଦର୍ଶନ ମହାପାତ୍ର ଜିଲ୍ଲା ସାଧାରଣ ସଂପାଦକ ଗୟାଧର ମହାପାତ୍ର, ରାଜ୍ୟ ଅର୍ଥ ସଂପାଦକ ସନ୍ତୋଷ ପଟ୍ଟନାୟକ, ଜିଲ୍ଲା ସଂପାଦକ ଲକ୍ଷ୍ମୀଧର ପଣ୍ଡା, ଅଜୟ ଦାଶ, ପ୍ରମୁଖ ବରିଷ୍ଠ ପାଲାକାର ଯୋଗଦେଇ ଆଜିର ଯୁଗରେ ପାଲାକାର ମାନଙ୍କ ସମସ୍ୟା ସମ୍ବନ୍ଧରେ ଆଲୋକପାତ କରିବା ସହ ପାଲାକାର ମାନଙ୍କୁ ଯୋଗାଇ ଦେଇଥିବା ପେନସନ ନିମନ୍ତେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳରୁ ବହୁ ପାଲା ପ୍ରେମି ପ୍ରତ୍ୟହ ରାତ୍ରରେ ପରିବେଷଣ ହେଉଥିବା ପାଲାର ମଜା ନେଇଥିଲେ । ଏହି ଜିଲ୍ଲାରୁ ଦୁଇ ବରିଷ୍ଠ ପାଲା ଗାୟକଙ୍କ ଦେହାନ୍ତ ଯୋଗୁଁ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ନିଜର ମାତା ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବରିଷ୍ଠ ପାଲାକାର ଅଜୟ ଦାଶ ଗାୟକ ସୈାରଭ ଭରତ ଶତପଥୀ ପ୍ରତିଭା ମାନଙ୍କୁ ମାନପତ୍ର, ଉପଢୈାକନ ଦେଇ ସମ୍ମାନୀତ କରିଥିବାରୁ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରା୍‌ଯାଇଥିଲା । ବରିଷ୍ଠ ପାଲାକାର ପ୍ରସନ୍ନ କୁମାର କରଙ୍କ ଦ୍ୱାରା ସଂଘର ବାର୍ଷିକ ବିବରଣୀ ପାଠ କରାଯିବା ସହ ସଂଘ ପକ୍ଷରୁ “କଳା କାଇଁଚ“ ଶୀର୍ଷକ ଏକ ବାର୍ଷିକ ସ୍ମରଣିକା ଲୋକାର୍ପିତ ହୋଇଥିଲା ।
ସଭାପତି ଦାଶରଥି ମିଶ ଓ ମୁଖ୍ୟ ବକ୍ତା ସନ୍ତୋଷ ପଟ୍ଟନାୟକ, ମା ତାରିଣୀ ପାଲାକାର ସଂଘର ସଭାପତି ସୂର୍ଯ୍ୟମଣୀ ରାଉତ ଓ ସହଯୋଗୀଙ୍କ ସହଯୋଗିତା ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *