Saturday , January 25 2020
Breaking News
Home / ତାଜା ଖବର / ପାରାଦ୍ୱୀପ ଲକ୍ ପଡାରେ ଅଘଟଣ – ମୋବାଇଲ ଫୋନ ବିଷ୍ପୋରଣରେ ଜଣଙ୍କ ମୃତୁ୍ୟ ଅଭିଯୋଗ

ପାରାଦ୍ୱୀପ ଲକ୍ ପଡାରେ ଅଘଟଣ – ମୋବାଇଲ ଫୋନ ବିଷ୍ପୋରଣରେ ଜଣଙ୍କ ମୃତୁ୍ୟ ଅଭିଯୋଗ

 ପାରାଦ୍ୱୀପ ୧୧/୧୧/୨୦୧୯(ଓଡ଼ିଶା ସମାଚାର)-ରବିବାର ବିଳମ୍ବିତ ରାତ୍ରିରେ ପାରାଦ୍ୱୀପ ଜଗନ୍ନାଥ ଟ୍ରକ୍ ମାଲିକ ସଙ୍ଘ କାର୍ଯ୍ୟାଳୟ  ଭିତରେ ଶୋଇଥିôବା ଅବସ୍ଥାରେ ଜନୈକ ରାଜମିସ୍ତ୍ରୀର ମୋବାଇଲ ବିସ୍ପୋରଣରେ ମୃତୁ୍ୟ ଘଟିଛି ।  ଖବରରୁ ପ୍ରକାଶ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ନିକଟରେ ଏକ ଜଗନ୍ନାଥ ମନ୍ଦିର ସଂଘ ଦ୍ୱାରା ନିର୍ମାଣ କରାଯାଉଛି । ଏହି ନିର୍ମାଣ କାର୍ଯ୍ୟରେ ନିୟୋଜିତ ନୟାଗଡ ଜିଲ୍ଲାର ରଣପୁର ଅଂଚଳର ଜଣେ ରାଜମିସ୍ତ୍ରି କୁନା ପ୍ରଧାନ ଶୋଇଥିବା ବେଳେ ଛାତି ଉପରେ ଚାର୍ଜ ଅବସ୍ଥାରେ ରଖିଥିବା ମୋବାଇଲଟି ବିଷ୍ପୋରଣ ହେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟଥିବା ସନ୍ଦେହ କରାଯାଉଛି । ତେବେ ସୋମବାର ସକାଳ ୫ଟା ସମୟରେ ସଂଘ ସଭାପତି ଛଇଳ ଜେନା ଖବର ପାଇ ଘଟଣା ସ୍ଥଳରେ ପହଁଚିି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପାରାଦ୍ୱୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ସାମଲ ସଦଳବଳେ ଘଟଣା ସ୍ଥଳରେ ପହଂଚିି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ମୃତ କୁନାର ପରିବାର ଏହି ମୃତୁ୍ୟକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ରେଳ ଆଗକୁ ଡ଼େଇଁ ଆତ୍ମହତ୍ୟା କଲା ଯୁବତୀ

ଭଦ୍ରକ ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)- ଜଣେ ଯୁବତୀ ଏକ ରେଳ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି । ସମ୍ପୃକ୍ତ ଯୁବତୀ …

Leave a Reply

Your email address will not be published. Required fields are marked *