ପାରାଦ୍ୱୀପ ୧୬/୧୧/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ରୋଟାରୀ କ୍ଳବ, ପାରାଦ୍ୱୀପ ମହାବିଦ୍ୟାଳୟର ଏନସିସି, ଏନ୍.ଏସ୍.ଏସ୍ ଏବଂ ରେଡକ୍ରସ ତରଫରୁ ଏକ ରକ୍ତଦାନ ଶିବରି ଶନିବାର ଦିନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁପ୍ରିମା କାନୁନଗୋ ଆନୁଷ୍ଠାନିକ ଭାବେ ଉଦ୍ଘାନ କରିଥିଲେ । ଏହି ଶିବିରରେ ୬୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରକୁ ରୋଟାରୀ କ୍ଳବର ସଭାପତି ଡଃ.ଦୁର୍ଗାପ୍ରସାଦ ସେଠୀ, କ୍ୟାପଟେନ୍ ଅଲେଖ ଚନ୍ଦ୍ର ସାହୁ, ଅଭୟ ସ୍ୱାଇଁ, ଇଂ ଦୀପକ ଷଡଙ୍ଗୀ, ଡଃ. ପ୍ରଶାନ୍ତ ମହାପାତ୍ର, ଏଚ.ଡି.ଏଫ.ସି ବ୍ୟାଙ୍କର ଶାଖା ପରିଚାଳକ ଚିରଞ୍ଜିବୀ ଦାସ, ମହାବିଦ୍ୟାଳୟର ଅଧ୍ୟାପକ ଗଣେଶ୍ୱର ପାତ୍ର, ସୁବାଷ ଚନ୍ଦ୍ର ବିଶ୍ୱାଳ, ବ୍ରହ୍ମାନନ୍ଦ ବିଶ୍ୱାଳ ପ୍ରମୁଖ ପରିିଚାଳନା କରିଥିଲେ । ଏହି ଶିବିର ସମ୍ପର୍କରେ ପାରାଦ୍ୱୀପ ମହାବିଦ୍ୟାଳୟର ଏନସିସି ଅଫିସର ଲେଫ୍ନାଂଟଣ୍ଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ରଙ୍କ ଏହି ଶିବିର ସମ୍ପର୍କରେ ସୂଚନା ଦେଇଥିôବା ବେଳେ କଟକ ରକ୍ତ ଭଣ୍ଡାରର ଅଧିକାରୀ ମାନେ ରକ୍ତ ସଂଗ୍ରହ କରିଥିଲେ । ଓଡ଼ିଶା ସମାଚାର
