Friday , September 20 2019
Breaking News
Home / ଶିକ୍ଷା / ପାରାଦ୍ୱୀପ ମହାବିଦ୍ୟାଳୟରେ ୪୫ତମ ପ୍ରତିଷ୍ଠା ଦିବସ ପାଳିତ

ପାରାଦ୍ୱୀପ ମହାବିଦ୍ୟାଳୟରେ ୪୫ତମ ପ୍ରତିଷ୍ଠା ଦିବସ ପାଳିତ

 

ପାରାଦ୍ୱୀପ ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ କଲେଜର ୪୫ତମ ପ୍ରତିଷ୍ଠା ଦିବସ ସୋମବାର ଦିନ କଲେଜ ପରିସରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ  ପୂର୍ବତନ ମନ୍ତ୍ରୀ ତଥା ପାରାଦ୍ୱୀପ କଲେଜ ପରିଚାଳନା ସମିତିର  ସଭାପତି ଡ.ଦାମୋଦର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟ ବକ୍ତାଭାବେ ଯୋଗଦେଇ କଲେଜ ଓ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତି ଓ ଭବିଷ୍ୟତ ବିଷୟରେ ବକ୍ତବ୍ୟ ରଖିôଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିିଥି ମାନେ ସମ୍ମାନିତ ଓ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷା ଡ. ସୁପ୍ରେମା କାନୁନଗୋ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଅଧ୍ୟାପକ ଗଣେଶ୍ୱର ପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସର୍ବଶେଷରେ ଅଧ୍ୟାପକ ଡ.ବିଭୂତି ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ବିଦ୍ୟାଳୟର ବିଲଡ଼ିଙ୍ଗ୍ ଭାଙ୍ଗି ରୁଜି ଯାଇଥିବା ଦେଖି ମୁଖ୍ୟ ଅତିଥି ଡା.ରାଉତ କ୍ଷୋଭ ପ୍ରକାଶ କରିଥିଲେ । ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ନିବେଦନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ୪ଶହ ଥର ବସଉଠ କଲେ- ଜଣେ ବୋହୋସ୍ ୯ ଆହତ

ସାଲେପୁର, ୧୮/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ କୋମଳମତି ଶିଶୁମାନେ ବିଦ୍ୟାଳୟ ପ୍ରତି ଆକୃଷ୍ଟ …

Leave a Reply

Your email address will not be published. Required fields are marked *