Monday , December 9 2019
Home / ସ୍ୱାସ୍ଥ୍ୟ / ପାରାଦ୍ୱୀପ ବନ୍ଦର ପକ୍ଷରୁ “ବିଶ୍ୱ ମଧୁମେହ ଦିବସ -୨୦୧୯” ପାଳିତ

ପାରାଦ୍ୱୀପ ବନ୍ଦର ପକ୍ଷରୁ “ବିଶ୍ୱ ମଧୁମେହ ଦିବସ -୨୦୧୯” ପାଳିତ

ପାରାଦ୍ୱୀପ ୧୪/୧୧/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ବନ୍ଦର ପକ୍ଷରୁ ‘ବିଶ୍ୱ ମଧୁମେହ ଦିବସ-୨୦୧୯ ନଭେମ୍ବର ୧୪ ତାରିଖ ଦିନ ବନ୍ଦର ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବନ୍ଦର  ଅଧ୍ୟକ୍ଷ ରିେଙ୍କଶ ରଏ ମୁଖ୍ୟ  ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ୱୀପ ଲେଡିଜ କ୍ଳବର ସଭାନେତ୍ରୀ  ଶୁଭଲକ୍ଷ୍ମୀ ରଏ, ବନ୍ଦର ଚିକିତ୍ସାଳୟ ର ମୁଖ୍ୟ ଚିକିତ୍ସାଧିକାରୀ ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ଉଚ୍ଚ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସାଧାରଣ ମଧୁମେହ ରୋଗ ଓ ଏହାର ପ୍ରତୀକାର ଏବଂ “ମଧୁମେହ ରୋଗରୁ ନିଜ ପରିବାରର ସୁରକ୍ଷା” ବିଷୟବସ୍ତୁକୁ ନେଇ ଏକ ସଚ୍ଚେତନ ପଦଯାତ୍ରାକୁ ଅଧ୍ୟକ୍ଷ ଶ୍ରୀ ରଏ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ବିଭିନ୍ନ ବର୍ଗରୁ ଡାକ୍ତର, ଚିକିତ୍ସା କର୍ମଚାରୀ, ଅଧିକାରୀ, ବନ୍ଦର କର୍ମଚାରୀ, ଅବସର କର୍ମଚାରୀ ଓ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ସୁଖ୍ୟାତ କର୍ପୋରେଟ୍ ହସ୍ପିଟାଲ ଦ୍ୱାରା ମାଗଣା ସୁଗାର ଟେଷ୍ଟ, ଚକ୍ଷୁ ପରିକ୍ଷା, ସ୍ନାୟୁରୋଗ ପରିକ୍ଷା, ଉଚ୍ଚ ରକ୍ତଚାପ, ଇସିଜି ପରିକ୍ଷା କରାଯାଇଥିଲା । ଏତଦ୍ବ୍ୟତୀତ ମଧୁମେହ ରୋଗ ଓ ଅନ୍ୟାନ୍ୟ ରୋଗ ବିଷୟରେ ଚିକିତ୍ସାଳୟ ର ଡାକ୍ତର ଓ କର୍ମଚାରୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ବନ୍ଦର ଚିକିତ୍ସାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଓ ପିଆଇସିଟିପିଏଲ ସଂସ୍ଥାମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବନ୍ଦର ଚିକିତ୍ସାଳୟ ଉପମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁର୍ଗାପ୍ରସାଦ ସେଠୀ ଓ ସିନିଅର ମେଡିକାଲ ଅଫିସର ଏଲ. ପାଧୁରିଆ ପରିଚାଳନା କରିଥିବାବେଳେ ଏଥିରେ ଚିକିତ୍ସାଳୟର କର୍ମଚାରୀମାନେ ସହଯୋଗ କରିଥିଲେ । ଏହି ମାଗଣା ଚିକିତ୍ସା ଶିବୀରରେ ୨୭୦ଜଣ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରିକ୍ଷା କରାଇଥିବା ବେଳେ ସେଥି ମଧ୍ୟରୁ ୧୯ଜଣ ମଧୁମେହ ଓ ୧୫ଜଣ ଉଚ୍ଚ ରକ୍ତଚାପ ରୋଗୀ ଚିହ୍ନଟ ହୋଇଥିଲେ । ଏଠାରେ ପ୍ରକାଶ ଥାଉକି, ସ୍ଥାନୀୟ ଅଳରେ ଜନସାଧାରଙ୍କ ମଙ୍ଗଳ ପାଇଁ ବନ୍ଦର ପ୍ରଶାସନ ପକ୍ଷରୁ ଏହିଭଳି ବିଭିନ୍ନ ଚିକିତ୍ସା ସମ୍ବନ୍ଧିୟ ସଚ୍ଚେତନତା ଓ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥାଏ । ପାରାଦ୍ୱୀପ ବନ୍ଦର ନିଜର ବ୍ୟବସାୟ ଓ ଲାଭଛଡା ସ୍ଥାନୀୟ ଅଂଚଳର ଜନସାଧାରଣଙକ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ମଧ୍ୟ ଧ୍ୟାନ ଦେଇଥାଏ । ଯାହାକି ବନ୍ଦରର ଏଭଳି  କାର୍ଯ୍ୟକ୍ରମରୁ ପ୍ରତୀୟମାନ ହେଉଛି । ଓଡ଼ିଶା ସମାଚାର

About admin

Check Also

ଛାତ୍ର,ଛାତ୍ରୀଙ୍କୁ ଜାପାନୀଜ ଏନସେଫାଲାଇଟିଜ  ଟିକାଦାନ

ରଘୁନାଥପୁର, ୦୫/୧୨/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ତଅଁରା ପଂଚାୟତ ରାମଚନ୍ଦ୍ରପୁର ଗ୍ରାମର ଜୟପ୍ରକାଶ ଶିକ୍ଷା ନିକେତନରେ ଛାତ୍ର,ଛାତ୍ରୀ ମାନଙ୍କୁ ଜାପାନୀଜ ଏନସେଫାଲାଇଟିଜ  …

Leave a Reply

Your email address will not be published. Required fields are marked *