Tuesday , January 28 2020
Breaking News
Home / ସ୍ୱାସ୍ଥ୍ୟ / ପାରାଦ୍ୱୀପ ବନ୍ଦର ପକ୍ଷରୁ ମାଗଣା ଏଡ୍ସ୍ ଓ ମଧୁମେହ ପରୀକ୍ଷା ଶିବିର

ପାରାଦ୍ୱୀପ ବନ୍ଦର ପକ୍ଷରୁ ମାଗଣା ଏଡ୍ସ୍ ଓ ମଧୁମେହ ପରୀକ୍ଷା ଶିବିର

ପାରାଦ୍ୱୀପ ୧୩/୧୧/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ଠାରେ ଚାଲିଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବ ରେ ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ, ସରକାରୀ ଅନୁଷ୍ଠାନ, ଓଡମାସ ସମେତ ପାରାଦ୍ୱୀପ ବନ୍ଦର, ଇଫକୋ, ଆଇଓସିଏଲ ପ୍ରଭୃତି ସଂସ୍ଥାମାନେ ସେମାନଙ୍କର ବ୍ୟବସାୟ ଓ ପ୍ରଚାର ପ୍ରସାର ପାଇଁ ଷ୍ଟଲମାନ ଖୋଲିଥାନ୍ତି । କିନ୍ତୁ ଚଳିତବର୍ଷ ପ୍ରଥମଥର ପାଇଁ ଏହି ମହୋସôବରେ ପାରାଦ୍ୱୀପ ବନ୍ଦର ପକ୍ଷରୁ ଏକ ମାଗଣା ଏଡ୍ସ୍ ଓ ମଧୁମେହ  ରୋଗ ପରିକ୍ଷା ଶିବୀର ଖୋଲାଯାଇଛି । ବନ୍ଦର ଚିକିତ୍ସାଳୟ ର ମୁଖ୍ୟ ଚିକିତ୍ସାଧିକାରୀ ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱ ଓ ଓଡିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ସହଯୋଗରେ ଏହି ପରୀକ୍ଷା ଶିବିର ଅନୁଷ୍ଠିତ ହେଉଛି । ଏହି ଶିବୀର ୮ଦିନ ଧରି ଚାଲିବ । ତେବେ ଅନ୍ୟାନ୍ୟ ଷ୍ଟଲ ଅପେକ୍ଷା ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ହୋଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଉଥିବାର ଦେଖିବାକୁ ମିଳୁଛି । ତେବେ ବନ୍ଦର ପକ୍ଷରୁ ଏପରି ଦୃଷ୍ଟାନ୍ତ ମୂଳକ ଷ୍ଟଲ ଖୋଲାଯାଇଥିବାରୁ ବନ୍ଦର କର୍ତୃପକ୍ଷଙ୍କୁ ସାଧାଣରେ ପ୍ରସଂସା କରାଯାଇଛି ।  ଓଡ଼ିଶା ସମାଚାର

About admin

Check Also

ବଦଳିବ ଏସ୍ସିବି ରୂପ, ହେବ ବିଶ୍ୱସ୍ତରୀୟ ମେଡିକାଲ୍

ଭୁବନେଶ୍ୱର ,୨୩/୦୧/୨୦୨୦ (ଓଡ଼ିଶା ସମାଚାର)- କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସସିବି)ମେଡିକାଲର ନବକଳେବର ହେବ । ଏସସିବିକୁ ବିଶ୍ୱସ୍ତୀୟ ମେଡିକାଲ୍ କରାଯିବାପାଇଁ …

Leave a Reply

Your email address will not be published. Required fields are marked *