Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦ୍ୱୀପ ବନ୍ଦର ଦ୍ୱାରା “ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ

ପାରାଦ୍ୱୀପ ବନ୍ଦର ଦ୍ୱାରା “ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ

ପାରାଦ୍ୱୀପ ,୧୩/୦୯/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ କାର୍ଯ୍ୟକ୍ରମ ଅନ୍ତର୍ଗତ “ସ୍ୱଚ୍ଛତା ହିଁ ସେବା-୨୦୧୯” ପାରାଦ୍ୱୀପ ବନ୍ଦର ପକ୍ଷରୁ ଆୟୋଜିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୧ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଗତ ବୁଧବାର ଦିନ ବନ୍ଦର ପ୍ରଶାସନିକ ଭବନ ପ୍ରାଙ୍ଗଣରେ ବନ୍ଦର ଅଧ୍ୟକ୍ଷ ରିେଙ୍କଶ ରଏ ଙ୍କ ତତ୍ୱାବଧାନରେ ଏକ ସ୍ୱଚ୍ଛତା ସଂକଳ୍ପ ସମାବେଶ ହୋଇଥିଲା । ଏଥିରେ ବନ୍ଦରର ସମସ୍ତ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ସେପ୍ଟେମ୍ବର ୧୧ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ବନ୍ଦରର ସମସ୍ତ ଶ୍ରମିକ , କର୍ମଚାରୀ , ଡିପାର୍ଟମେଂଟ , ଡିଭିଜନ ଏବଂ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ “ସ୍ୱଚ୍ଛତା ହିଁ ସେବା” ସଚେତନତା ନିମନ୍ତେ ପ୍ରଶାସନ ତରଫରୁ ବିଭିନ୍ନ ସ୍କୁଲ ମାନଙ୍କରେ ସ୍ୱଚ୍ଛତା ସଚେତନତା କର୍ମଶାଳା, ଝୁମ୍ପୁଡି ବସ୍ତି ମାନଙ୍କରେ ସଫେଇ କାର୍ଯ୍ୟକ୍ରମ , ବନ୍ଦର ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଡିଜିଟାଲ ପ୍ରଦର୍ଶନୀ ଦ୍ୱାରା ସ୍ୱଚ୍ଛତା ସଚେତନତା ସହିତ ପ୍ଲାଷ୍ଟିକ ୱେଷ୍ଟ୍ ମ୍ୟାନେଜମେଂଟ ଉପରେ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାର ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *