ପାରାଦ୍ୱୀପ,୧୨/୧୧/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ବନ୍ଦର ପକ୍ଷରୁ ଆଜି ନୌବାଣିଜ୍ୟ ପରମ୍ପରାର ପ୍ରତିକ ବୋଇତ ବନ୍ଦାଣ ଉତ୍ସବ ସହିତ ବନ୍ଦର ଦିବସ ପାଳନ କରାଯାଇଛି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ସାତ ସାଧବପୁଅଙ୍କ ହାତରେ ଶୁଭ କଳସ ପ୍ରଦାନ କରିବା ପରେ ସାତ ସାଧାବାଣୀ ସେମାନଙ୍କର ଶୁଭ କାମନା କରି ମେଲାଣି ଦେଇଥିଲେ । ପରେ ପାରମ୍ପାରିକ ସଂସ୍କୃତିକୁ ବଜାଏ ରଖି ସାଧବପୁଅ ମାନେ ବୋଇତ ନେଇ ଦରିଆକୁ ଯାଇଥିଲେ । ତେବେ ଏହି ଅବିସରରେ ପାରାଦ୍ୱୀପ ବନ୍ଦର ଆଗାମୀ ଦିନରେ ଆର୍ଥିକ ବର୍ଷରେ ପଣ୍ୟ କାରବାର କ୍ଷେତ୍ରରେ ଦେଶର ସର୍ବ ବୃହତ ବନ୍ଦରର ମାନ୍ୟତା ଲାଭ କରିବ ବୋଲି ଅଧ୍ୟକ୍ଷ କହିଛନ୍ତି । ପାରାଦ୍ୱୀପ ବନ୍ଦର ପକ୍ଷରୁ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରାଦ୍ୱୀପ ବନ୍ଦର ଦିବସ ପାଳନ କରାଯାଇଛି । ତେବେ ପ୍ରତିବର୍ଷ ଏହି କାର୍ତିକ ପୂର୍ଣ୍ଣିମାରେ ପାରାଦ୍ୱୀପ ବନ୍ଦର ପକ୍ଷରୁ ଏକ ସୁସଜ୍ଜିତ ବୋଇତରେ ସାତ ସାଧବପୁଅ ପ୍ରତୀକାତ୍ମକ ଭାବେ ବିଦେଶକୁ ନୌବାଣିଜ୍ୟ କରିବାକୁ ଯାଇଥାନ୍ତି । ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ତାଙ୍କ ହାତରେ ଶୁଭ କଳସ ପ୍ରଦାନ କଲା ପରେ ସାତ ସାଧବାଣୀ ତାଙ୍କର ନୌବାଣିଜ୍ୟର ସଫଳତା ସହିତ ଶୁଭ କାମନା କରି ବନ୍ଦାପନା କରି ମେଲାଣି ଦେଇଥିଲେ । ତେବେ ଆଜି ଏଭଳି ଏକ ପାରମ୍ପାରିକ ଦିନ ବନ୍ଦରର କର୍ମଚାରୀ ସାଧବପୁଅ ଭାବେ ଏଭଳି ସୁଯୋଗ ପାଇଥିବାରୁ ନିଜକୁ ଗର୍ବ କରୁଥିବା ବେଳେ ସାଧବାଣୀ ବେଶରେ ଥିବା ଝିଅ ମାନେ ମଧ୍ୟ ବହୁତ ଆନନ୍ଦ ଅନୁଭବ କରିଛନ୍ତି ।
ଏହି ଅବସରରେ ପାରାଦ୍ୱୀପ ସମେତ ଆଖପାଖ ଅଂଚଳର ହଜାର ହଜାର ଜନସାଧାରଣ ଏହି ପାରମ୍ପାରିକ ନୌବାଣିଜ୍ୟର ପ୍ରତୀକ ତଥା ଓଡିଆ ସଂସ୍କୃତି ସହିତ ଜଡିତ ଏହି ବୋଇତ ବନ୍ଦାଣ ଉତ୍ସବକୁ ଆନନ୍ଦ ସହକାରେ ଉପଭୋଗ କରିଥିଲେ । ଅପରପକ୍ଷେ ଆଜି ପାରାଦ୍ୱୀପ ବନ୍ଦର ପୂର୍ବ ଭାରତର ଏକ ନଂ ବନ୍ଦର ରହିଥିବା ବେଳେ ବିଗତ ପାଂଚ ବର୍ଷ ମଧ୍ୟରେ ଏହି ବନ୍ଦରରେ ପଣ୍ୟ କାରବାର କ୍ଷେତ୍ରରେ ଦୃଢ ଅଭିବୃଦ୍ଧି ଘଟିଛି ଏବଂ ପାରାଦ୍ୱୀପ ବନ୍ଦର ସର୍ବଦା ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରି ସଫଳତାର ପାହାଚ ଚଢିବାରେ ଲାଗିଛି । ପାରାଦ୍ୱୀପ ବନ୍ଦର ବହୁ ସଫଳତା ହାସଲ କରିଥିବା ବେଳେ ବନ୍ଦରର ପଣ୍ୟ କାରବାର ତଥା ବର୍ଥର ଆଧୁନିକ କରଣ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଇଛି । ଆଗାମୀ ଆର୍ଥିକ ବର୍ଷରେ ଏହା ସାରା ଦେଶରେ ଏକ ନଂ ସ୍ଥାନ ନିଶ୍ଚିତ ହାସଲ କରିବ ବୋଲି ବନ୍ଦର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।
ଏହି ବୋଇତ ବନ୍ଦାଣ ତଥା ବନ୍ଦର ଦିବସ ଅବସରରେ ବନ୍ଦରର ବିକାଶ ସହିତ ଜଡିତ ପାଂଚ ଜଣ ସଫଳ ବ୍ୟକ୍ତିଙ୍କୁ ସମ୍ମାନିତ କରା ଯାଇଥିବା ବେଳେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ସମସ୍ତ କର୍ମଚାରୀ ତଥା ବନ୍ଦର ସହିତ ଜଡିତ ଥିବା ଜନ ସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର