Tuesday , July 16 2019
Home / ବ୍ୟବସାୟ ବାଣିଜ୍ୟ / ପାରାଦ୍ୱୀପ ବନ୍ଦରରେ “ପିସିଏସ୍ ୧ଏକ୍ସ” ରୋଡ୍ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରାଦ୍ୱୀପ ବନ୍ଦରରେ “ପିସିଏସ୍ ୧ଏକ୍ସ” ରୋଡ୍ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରାଦ୍ୱୀପ ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ସାମୁଦ୍ରିକ  ବାଣିଜ୍ୟ, ସହଜ ବ୍ୟବସାୟ ତଥା ବ୍ୟବସାୟ ସଂସ୍ଥା ମାନଙ୍କୁ ବନ୍ଦରରେ ବ୍ୟବସାୟ କରିବା ପାଇଁ ଆକୃଷ୍ଠ କରିବା ଲକ୍ଷ୍ୟରେ ପାରାଦ୍ୱୀପ ବନ୍ଦର, ଇଣ୍ଡିଆନ ପୋର୍ଟସ ଆସୋସିଏସନ (ଆଇପିଏ) ଏବଂ ପୋର୍ଟାଲ ଇନ୍ଫେସିଷ୍ଟମ୍ ପ୍ରା.ଲି ମିଳିତ ଆନୁକୁଲ୍ୟରେ ପୋର୍ଟ କମ୍ୟୁନିଟି ସିଷ୍ଟମ୍ (ପିସିଏସ୍) “ପିସିଏସ୍ ୧ଏକ୍ସ” ରୋଡ ସୋ ନାମକ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ସଦନ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଅଛ । ଏହି ଅବସରରେ ଆଇପିଏ ର ସିଏଓ ରାଜିବ ପୁରି, ପାରାଦ୍ୱୀପ ବନ୍ଦରର ଏମ୍ଏମ୍ଡି ସର୍ଭେୟର ଏସ୍.କେ.ଦାସ, ମୁଖ୍ୟ ଅର୍ଥ ପରାମର୍ଶଦାତା ଏସ୍.କେ. ସାହୁ ଓ ଉପସଂରକ୍ଷକ କ୍ୟାପଟେନ୍ ଏ.କେ.ମହାପାତ୍ର ୍ରସମ୍ମାନୀତ ଅତିଥିଭାବେ ଯୋଗଦେଇ ଏହି ସଚେତନତା କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବନ୍ଦର ଟ୍ରାଫିକ୍ ମ୍ୟାନେଜର ଏସ୍.କେ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଡିଟିଏମ ଏ.କେ ସାହୁ ଏଥିରେ ସହଯୋଗ କରିଥିଲେ । ଏହି ରୋଡ୍ ସୋ କାର୍ଯ୍ୟକ୍ରମରେ ୧୫୦ରୁ ଉଦ୍ଧ୍ୱର୍ ଷ୍ଟିମର ଏଜେଂଟ, ସିଏଚ୍ଏ , ପରିବହନ ସଂସ୍ଥା, ଅମାଦାନୀ ଓ ରପ୍ତାନୀକାରୀ ସଂସ୍ଥା, ଷ୍ଟିଭେଡୋର୍ସ, ଏମ୍ଏମ୍ଡି ଓ ବନ୍ଦର ବ୍ୟବହାରକାରୀ ସଂସ୍ଥାର ପ୍ରତିନିଧି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ରୟାଲ ପାମ ଭିଲେଜ୍ : ସାତଶଙ୍ଖ ଠାରେ ଏସ ଜେ ଡେଭଲପର୍ସର ବିଳାସପୂର୍ଣ୍ଣ ଭ୍ୟାକେସନ୍ ହୋମ୍ ଏବଂ ରିସୋର୍ଟ 

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)-  ଓଡିଶାର ଅଗ୍ରଣୀ ରିୟଲଇଷ୍ଟେଟ୍ ସଂସ୍ଥା ଏସ ଜେ ଡେଭଲପର୍ସ ନିଜର ବିଶ୍ୱସ୍ତରୀୟ ବିଳାସପୂର୍ଣ୍ଣ ଭ୍ୟାକେସନ୍ …

Leave a Reply

Your email address will not be published. Required fields are marked *