Tuesday , August 20 2019
Breaking News
Home / ବିଶେଷ / ପାରାଦ୍ୱୀପ ବନ୍ଦରରେ ଓଡିଶାର ପ୍ରଥମ ଲବଣ ମୁକ୍ତ ପାନୀୟ ଜଳ ପ୍ରକଳ୍ପର ଏମ୍ଓୟୁ ସ୍ୱାକ୍ଷର

ପାରାଦ୍ୱୀପ ବନ୍ଦରରେ ଓଡିଶାର ପ୍ରଥମ ଲବଣ ମୁକ୍ତ ପାନୀୟ ଜଳ ପ୍ରକଳ୍ପର ଏମ୍ଓୟୁ ସ୍ୱାକ୍ଷର

ପାରାଦ୍ୱୀପ ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଓଡିଶାର ପ୍ରଥମ ୧୦ ଏମ୍.ଏଲ୍.ଡି (ମିଲିୟନ ଲିଟରସ୍ ପର୍ଡେ) କ୍ଷମତା ସମ୍ପର୍ଣ୍ଣ  ଏକ ଲବଣ ଅପସାରଣ ପାନୀୟ ଜଳ ପ୍ରକଳ୍ପ ର ପ୍ରତିଷ୍ଠା ହେବାକୁ ଯାଉଅଛି । ଏହି ପରିପ୍ରେକ୍ଷୀରେ  ଜୁଲାଇ ୧୫ ତାରିଖ ସୋମବାର ଦିନ ପାରାଦ୍ୱୀପ ବନ୍ଦର ଓ ଚେନାଇସ୍ଥିତ  (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓସେନ  ଟେକ୍ନୋଲୋଜି) ଭାରତ ସରକାର ପୃଥିବୀ ବିଜ୍ଞାନ ମଧ୍ୟରେ ଏକ ବୁଝାମଣା ବା ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା । ପାରାଦ୍ୱୀପ ବନ୍ଦରର ମୁଖ୍ୟଯନ୍ତ୍ରୀ କେ ରାମଚନ୍ଦ୍ର ରାଓ ଓ ଏନ୍ଆଇଓଟି ପ୍ରକଳ୍ପ ନିର୍ଦ୍ଦେଶକ ଏନ୍.ଭି ରାମନା ମୃର୍ତିଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ପରିପ୍ରେକ୍ଷିରେ ଏସ୍ଡବ୍ଳୁ ଆରଓ (ସି ୱାଟର ରିଭର୍ସ ଓ ସମୋଶିସ ) ଅର୍ଥାତ୍ ସବୁଦ୍ର ଜଳ ଏହି ପ୍ଳାଂଟ ମାଧ୍ୟମରେ ଲବଣମୁକ୍ତ ହୋଇ ବିଷୁଦ୍ଧ ବନ୍ଦର ସହରାଂଚଳରେ ଯୋଗାଇ ଦିଆଯିବ । ଏହି କ୍ରମରେ ଆସନ୍ତା ୨୦୧୯ ମସିହା ସୁଦ୍ଧା ଏହି ପ୍ରକଳ୍ପର ଟେଣ୍ଡର ହୋଇଯିବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଖରାଦିନେ ବନ୍ଦରର ଜଳକଷ୍ଟ ସମ୍ପୁର୍ଣ୍ଣ ଭାବେ ଦୂରଭୂତ ହେବ ବୋଲି ଆଶା କର।।ଏ । ଏହି ପ୍ରକଳ୍ପର ମୂଲ୍ୟ ୧୧୬ କୋଟି ଟଙ୍କା ହୋଇଥିବା ବେଳେ ପାରାଦ୍ୱୀପ ବନ୍ଦରର ଏହି ସମୁଦ୍ର ଜଳକୁ ପାନୀୟ ଜଳ କରିବାର ପ୍ରକଳ୍ପ ରାଜ୍ୟରେ ଏକ ମାଇଲ ଖୁଂଟ ସଦୃଶ ହୋଇପାରିବ । ଏହି ଚୁକ୍ତି ସ୍ୱାକ୍ଷରିତ ଅବସରରେ ବନ୍ଦରର ସୁପରିଟେଣ୍ଡଂଟ ଇଂ.ପିକେ.ବିନ୍ଧାଣୀ, ବନ୍ଦର ପରିବେଶ ଅଧିକାରୀ ଜିତ୍ ଶତୃ ମହାନ୍ତିଙ୍କ ସହିତ ଏନ୍.ଆଇ.ଓଟି ର ବୈଜ୍ଞାନିକ ଦ୍ୱୟ ଡ. ଶିଶିର କୁମାର ଦାସ ଓ ଡକ୍ତର ଶ୍ୟାମଲା ଉପସ୍ଥିତ ରହିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଆଇପିଏସ ସ୍ତରରେ ବଦଳି – ବଦଳିଲେ ପୋଲିସ କମିଶନର

ଭୁବନେଶ୍ୱର,୧୯/୦୮/୨୦୧୯(ଓଡ଼ିଶା ସମାଚାର)- ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଦଳି କରିଛନ୍ତି । ସୁଧାଂଶୁ ଷଢ଼ଙ୍ଗୀ ପୋଲିସ କମିଶନର ହେଲେ …

Leave a Reply

Your email address will not be published. Required fields are marked *