Sunday , December 8 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦ୍ୱୀପ ପିଆଇସିଟି ବର୍ଥରେ ଶ୍ରମିକ ଅଶାନ୍ତି

ପାରାଦ୍ୱୀପ ପିଆଇସିଟି ବର୍ଥରେ ଶ୍ରମିକ ଅଶାନ୍ତି

                      ୫ନଂ ଗେଟ୍ ଆଗରେ ବିକ୍ଷୋଭ ପ୍ରତିବାଦ

ପାରାଦ୍ୱୀପ ୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ୫ନଂ ଗେଟ୍ ପାରାଦ୍ୱୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ (ପିଆଇସିଟି)ରେ କାର୍ଯ୍ୟ କରୁଥିବା ପ୍ରାୟ ୬୦୦ ଶ୍ରମିକଙ୍କୁ ଚିକିତ୍ସା ସୁବିଧା, ସଠିକ୍ ପ୍ରାପ୍ୟ ପ୍ରଦାନ, ପାନୀୟ ଜଳ ଯୋଗାଣ, ଇପିଏଫ୍ ଓ ଇଏସ୍ଆଇ ପଇସା କଟୁଥିବା ବେଳେ ଦୀର୍ଘ ଦିନ ହେବ ଏହାର କାର୍ଡ ପ୍ରଦାନ  ନକରି  ଇତ୍ୟାଦି ଦାବିରେ  ଗୁରୁବାର ଦିନ ସକାଲେ ଶ୍ରମିକ ମାନେ ବିଭୋକ୍ଷ ଓ ପ୍ରତିବାଦ କରିଥିଲେ । ଖବରରୁ ପ୍ରକାଶ ଗତ ବୁଧବାର ଦିନ ବିଳମ୍ବିତ ରାତ୍ରିରେ ଜଣେ ଶ୍ରମିକ ଆହାତ ହୋଇଥିବା ବେଳେ କମ୍ପାନୀ ପକ୍ଷରୁ କୌଣସି ଚିକିତ୍ସା ସୁବିଧା ଯୋଗାଇ ଦିଆ ନଯିବାକୁ ନେଇ ଏହି ଶ୍ରମିକ ଅଶାନ୍ତି ଦେଖାଯାଇଥିଲା । ପାରାଦ୍ୱୀପ ବନ୍ଦର କ୍ଲିନ୍ କାର୍ଗୋ ହ୍ୟାଣ୍ଡେଲ ପାଇଁ ଏହି ବର୍ଥ ନିର୍ମାଣ କରାଯାଇଛି । ଏଠାରେ ସାର, କଂଟେନର ପ୍ରଭୃତି ପରିବହନ ହୋଇଥାଏ । ମାତ୍ର ପିଆଇସିଟିରୁ ଶ୍ରମିକ ନିଯୁକ୍ତି ଠିକା କାର୍ଯ୍ୟ ପାଇଥିବା ବକ୍ସକୋ ସଂସ୍ଥା ଏହି କାର୍ଯ୍ୟକୁ ଆଉ ଏକ ଠିକା ସଂସ୍ଥା କେଂଟକୋ କାର୍ଯ୍ୟ ହସ୍ତାନ୍ତର କରିଛି । ମାତ୍ର ଏହି କମ୍ପାନୀ ଶ୍ରମିକ ମାକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଶ୍ରମିକ ମାନଙ୍କୁ ସଠିକ ପ୍ରାପ୍ୟ ସମୟରେ ନଦେଇ ସେମାନଙ୍କୁ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ଏହି କମ୍ପାନୀମାନେ ଗ୍ରହଣ କରୁନଥିବାରୁ ବିଭିନ୍ନ ସମୟରେ ଅଘଟଣ ଘଟି ଶ୍ରମିକଙ୍କ ମଧ୍ୟରେ ଅସାନ୍ତି ସୃଷ୍ଟି କରୁଛି । ଏହି କ୍ରମରେ ଗତ ବୁଧବାର ମଧ୍ୟରାତ୍ରରେ ସଞ୍ଜୟ ପଲେଇ ନାମ ଜଣେ ଶ୍ରମିକ ଗୁରୁତ୍ୱର ଭାବେ ଆହାତ ହୋଇଥିଲେ । ମାତ୍ର ତାଙ୍କୁ ଆମ୍ବୁଲାନ୍ସ ଯୋଗାଇ ଦିଆନଯାଇ ଚିକିତ୍ସା ନିମନ୍ତେ କୌଣସି ବ୍ୟବସ୍ଥା ଗ୍ରହଣ କରାନଯିବାରୁ ଶ୍ରମିକ ମାନେ ଗୁରୁବାର ସକାଳେ ଏହାର  ବିରୋଧ କରିଥିଲେ । ଶହ ଶହ ସଂଖ୍ୟାରେ ଶ୍ରମିକ ମାନେ ଏହି ବିକ୍ଷୋଭ ସାମିଲ ହୋଇଥିଲେ । ଏଠାରେ ସୂଚନା ଥାଉକି ପିଆଇସିଟି କ୍ଳିନ୍ କାର୍ଗୋ ପରିବହନ କାର୍ଯ୍ୟପାଇଁ ଏହି ୫ନଂ ଗେଟ୍ ନିକଟସ୍ଥ ବର୍ଥକୁ ନିର୍ମାଣ କରି ବିଓଟି ସୁତ୍ରରେ ପାରାଦ୍ୱୀପ ବନ୍ଦରରୁ ୩୦ବର୍ଷ ଲିଜ୍ରେ ନେଇଛି । ଏବଂ ପାରାଦ୍ୱୀପ ପରି ଏକ ଆନ୍ତର୍ଯ୍ୟାତୀୟ ଓ ସ୍ପର୍ଶକାତର ବନ୍ଦରାଂଚଳରେ ଏହାର ସୁରକ୍ଷା ପାଇଁ ଦେଶର ବିଶ୍ୱସନୀୟ କେନ୍ଦ୍ରିୟଶିଳ୍ପନିରାପତା ବାହିନୀ ସଂସ୍ଥା ନିୟୋଜିତ ଥିବା ବେଳେ ବନ୍ଦରର୫ନଂ ଫାଟକରେ ପିଆଇସିଟି ଦ୍ୱାରା ସୁରକ୍ଷା ସଂସ୍ଥା କୁ ଏହାର ସୁରକ୍ଷା ଦାୟିତ୍ୱ ଦେବା ବନ୍ଦରାଂଚଳ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ସମାଚାର

About admin

Check Also

ସାଲେପୁରର ଗ୍ରାମାଂଚଳରେ ଥିବା ବହୁ ଦୋକାନମାନଙ୍କରେ ବିକ୍ରି ହେଉଛି ନକଲି ସିମେଂଟ୍‌!

ସାଲେପୁର,୨୬/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଅଂଚଳରେ ଗ୍ରାମାଂଚଳରେ ଥିବା ବିଭିନ୍ନ ବଜାରମାନଙ୍କରେ ବ୍ୟାପକ ମାତ୍ରାରେ ବିଭିନ୍ନ କମ୍ପାନୀର …

Leave a Reply

Your email address will not be published. Required fields are marked *