Saturday , January 25 2020
Breaking News
Home / ବିଶେଷ / ପାରାଦ୍ୱୀପ ଆଦର୍ଶ ଥାନା ଏସଆଇ ପଦ୍ମଳୟାଙ୍କୁ କ୍ରାଇମ୍ ବ୍ରାଂଚ ଦ୍ୱାରା ସମ୍ମାନୀତ ଓ ସମ୍ବର୍ଦ୍ଧନା

ପାରାଦ୍ୱୀପ ଆଦର୍ଶ ଥାନା ଏସଆଇ ପଦ୍ମଳୟାଙ୍କୁ କ୍ରାଇମ୍ ବ୍ରାଂଚ ଦ୍ୱାରା ସମ୍ମାନୀତ ଓ ସମ୍ବର୍ଦ୍ଧନା

ପାରାଦ୍ୱୀପ ୧୩/୧୧/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ଆଦର୍ଶ ଥାନାର ଏସଆଇ ପଦ୍ମାଳୟା ପ୍ରଧାନଙ୍କୁ ରାଜ୍ୟ କ୍ରାଇମ୍ ବ୍ରାଂଚ ପକ୍ଷରୁ ସମ୍ମାନୀତ ଓ ସମ୍ବର୍ଦ୍ଧନା କରାଯାଇଛି । ଏସଆଇ ପ୍ରଧାନ ଜଣେ ଦକ୍ଷ, ସଚ୍ଚୋଟ ଓ ସାହାସୀ ପୋଲିିସ ଅଫିସର । ତେବେ ଜଗତସିଂହପୁର ଥାନାରେ ୧୧୯, ତା୦୬.୦୫.୨୦୧, ୟୁଏସ୍-୪୫୦/୩୭୬/(୨) (ଆଇ)୫୧୧/୩୫୪ ଆଇପିସି ରେ ଏକ ରେପ୍ କେସ୍ ରେ ଆସାମୀ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଇବାରେ ପଦ୍ମାଳୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମୀକା ପାଇଁ ତାଙ୍କୁ ସମ୍ମାନୀତ କରାଯାଇଛି । ଗତ ୮ତାରିଖ ଦିନ ରାଜ୍ୟ କ୍ରାଇମବ୍ରାଂଚ ମୁଖ୍ୟାଳୟରେ ୨୫ଜଣ ପୋଲିସ ଅଧିକାରୀଙ୍କୁ କ୍ରାଇମବ୍ରାଂଚ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଏହି ସମ୍ବର୍ଦ୍ଧନା ପର୍ବରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦ୍ୱୀପ ଆଦର୍ଶ ଥାନାର ଏସଆଇ ପ୍ରଧାନଙ୍କୁ ଏହି ସମ୍ମାନ ମିଳିବା ପରେ ପାରାଦ୍ୱୀପ ତଥା ଜିଲ୍ଲା ପୋଲିସ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ସମ୍ବର୍ଦ୍ଧନା ଉସôବରେ ଅତିରିକ୍ତ ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଲିସ ଡିଜି ବିଜୟ କୁମାର ଶର୍ମା ଯୋଗଦେଇ ସମ୍ମାନ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏଠାରେ ପ୍ରକାଶଥାଉକି ପାରାଦ୍ୱୀପ ଆଦର୍ଶ ଥାନାରେ ଆରକ୍ଷୀ ନିରକ୍ଷକ ରଜନୀକାନ୍ତ ସାମଲ ଆସନ୍ତା ୨୦୨୦ ଜାନୁଆରୀ ୨୬ ତାରିଖରେ ତାଙ୍କର କର୍ତବ୍ୟନିଷ୍ଠତା ପାଇଁ ରାଷ୍ଟ୍ରପତି ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ପି.ସି.ବିଦ୍ୟା ମନ୍ଦିର ୧୯୯୫ ବ୍ୟାଚର ବନ୍ଧୁମିଳନ: ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିରର ୧୯୯୫ ବ୍ୟାଚର ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ଓ …

Leave a Reply

Your email address will not be published. Required fields are marked *