Thursday , September 19 2019
Breaking News
Home / ବିଶେଷ / ପାରାଦ୍ୱୀପରେ ୭ଦିନ ବ୍ୟାପି ସୌନ୍ୟବାହିନୀ ନିଯୁକ୍ତି ରାଲି ଆରମ୍ଭ

ପାରାଦ୍ୱୀପରେ ୭ଦିନ ବ୍ୟାପି ସୌନ୍ୟବାହିନୀ ନିଯୁକ୍ତି ରାଲି ଆରମ୍ଭ

ପାରାଦ୍ୱୀପ ୧୯/୦୮/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ଗୋପବନ୍ଧୁ ଷ୍ଟାଡିୟମ ଠାର ୭ଦିନ ବ୍ୟାପି ସୌନ୍ୟବାହିନୀ ନିଯୁକ୍ତି ରାଲି ରବିବାର ଠାରୁ ଆରମ୍ଭ ହୋଇଛି । ଏହି ନିଯୁକ୍ତି ରାଲି ଚଳିତ ଅଗଷ୍ଟ ୧୮ ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ନିଯୁକ୍ତି ରାଲିରେ ଉପକୁଳ ଓଡିଶାର ୧୦ଟି ଜିଲ୍ଲା କଟକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ, ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର, ପୁରୀ, ଏବଂ ଭଦ୍ରକ ର ଇଚ୍ଛୁକ ପ୍ରାର୍ଥୀମାନେ ଅଂଶଗ୍ରଅହଣ କରୁଛନ୍ତି । ଏଥି ନିମନ୍ତେ ଜୁନ୍ ମାସ ୧୯ ତାରିଖରୁ ଅଗଷ୍ଟ ୨, ୨୦୧୯ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିଥିଲେ । ଏହି ରାଲିରେ ସୈନିକ, କିରାଣୀ, ସୋଲଜର ନସିଂ ଆସିଷ୍ଟାଣ୍ଟ, ସୋଲଜର ଟେକ୍ନିକାଲ, ସୋଲଜର ଜେନରାଲ ଡ୍ୟୁଟି, ସୋଲଜର ଟ୍ରେଡସମ୍ୟାନ ପଦବୀ ନିମନ୍ତେ ପ୍ରାର୍ଥୀମାନଙ୍କର ପ୍ରାଥମିକ ପରିକ୍ଷା ଅନୁଷ୍ଠିତ ହେଉଛି । ପ୍ରାର୍ଥୀମାନଙ୍କର ଶାରୀରିକ ଓ ସ୍ୱସ୍ଥ୍ୟ ସମ୍ବନ୍ଧୀୟ ଯାଞ୍ଚ ପରେ ଲିଖିତ ପରିକ୍ଷା ପାଇଁ ଆଡମିଟ କାର୍ଡ ପ୍ରଦାନ କରାଯିବ । ଏହାପରେ ଅକ୍ଟୋବର ୨୭ ତାରିଖରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମ ଠାରେ ଲିଖିତ ପରିକ୍ଷା ଅନୁଷ୍ଠିତ ହେବ । ପ୍ରକାଶଥାଉକି ଚଳିତ ନିଯୁକ୍ତି ରାଲିରେ ୧୮,୨୪୭ ଜଣ ପ୍ରାର୍ଥୀ ଅନଲାଇନ୍ରେ ଆବେଦନ କରିଛନ୍ତି ବୋଲି କଟକ ସୈନଞ ନିଯୁକ୍ତି ବିଭାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ କର୍ଣ୍ଣେଲ ଆଶିଷ ମୋହନ ଟିକ୍ରା ସୂଚନା ପ୍ରଦାନ କରିଛନ୍ତି । ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଡଃ.କାହ୍ନୁଚରଣ ଧିରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ତାପସ କୁମାର ସ୍ୱାଇଁ ଓ ଜିଲ୍ଲା ପ୍ରଶାସନ ବିଭାଗୀୟ ଅଧିକାରୀମାନେ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ପରିଚାଳନା କରୁଛନ୍ତି । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟୃ ବିଭାଗ, ପାରାଦ୍ୱୀପ ମ୍ୟୁନିସିପାଲଟି, ଜନସ୍ୱସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ସେସୁ(ବିଦ୍ୟୁତ), ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମ ଓ ନିୟୋଜନ ବିଭାଗ ପକ୍ଷରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ …

Leave a Reply

Your email address will not be published. Required fields are marked *