Monday , December 16 2019
Breaking News
Home / କ୍ରୀଡ଼ା / ପାରାଦ୍ୱୀପରେ ୬୮ ତମ ଆନ୍ତଃ ଜିଲ୍ଲା ଭଲିବଲ ଚମ୍ପିୟନସିପ – ୨୦୧୯

ପାରାଦ୍ୱୀପରେ ୬୮ ତମ ଆନ୍ତଃ ଜିଲ୍ଲା ଭଲିବଲ ଚମ୍ପିୟନସିପ – ୨୦୧୯

ପାରାଦ୍ୱୀପ ୨୨/୧୧/୨୦୧୯(ଓଡ଼ିଶା ସମାଚାର)-ଓଡିଶା ଭଲିବଲ ଆସୋସିଏସନ ଆନୁକୁଲ୍ୟରେ ପାରାଦ୍ୱୀପ ବନ୍ଦର ସ୍ପୋର୍ଟ୍ସ କାଉନସିଲ ଦ୍ୱାରା ଆୟୋଜିତ ୬୮ ତମ ସିନିଅର ପୁରୁଷ ଓ ମହିଳା ବର୍ଗର ଆନ୍ତଃଜିଲ୍ଲା ଭଲିବଲ ଚମ୍ପିଅନସିପ-୨୦୧୯ ଶନିବାର ଦିନ ଠାରୁ ଆରମ୍ଭ ହେଉଅଛି । ଏହି ଚମ୍ପିଅନସିପରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୫୦ଟି ଦଳ ଅଂଶଗ୍ରହଣ କରିବେ । ଏହା ନଭେମ୍ବର ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲିି ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ । ଉଦଘାଟନୀ ଦିବସରେ ବନ୍ଦର ଅଧ୍ୟକ୍ଷ ରିେଙ୍କଶ ରଏ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲାବେଳେ ଉଦ୍ୟାପନୀ ଦିବସରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଣୁ ଏଥିରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ କ୍ରିଡାପ୍ରେମୀ ଦର୍ଶକ ମାନଙ୍କୁ ବନ୍ଦର ଲୋକସମ୍ପର୍କ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ରେ ୬୫ତମ ରାଜ୍ୟ ବିଚ୍ ଭଲିବଲ ପ୍ରତିଯୋଗିତା

ପାରାଦ୍ୱୀପ ୦୯/୧୨/୨୦୧୯(ଓଡ଼ିଶା ସମାଚାର)-୬୫ତମ ରାଜ୍ୟ ବିଦ୍ୟାଳିୟ ସମୁହ ଦିନିକିଆ ବିଚ୍ ଭଲିବଲ ପ୍ରତିଯୋଗିତା ପାରାଦ୍ୱୀ ବେଳାଭୂମିର ବିଜୁ ମଇଦାନ ଠାରେ …

Leave a Reply

Your email address will not be published. Required fields are marked *