Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦ୍ୱୀପରେ ଆରବିଆଇ ଦ୍ୱାରା ଇଲେକ୍ଟ୍ରୋନିକ୍ସ ବ୍ୟାଙ୍କିଙ୍ଗ ପ୍ରଶିକ୍ଷଣ ଓ ସଚ୍ଚେତନତା କାର୍ଯ୍ୟକ୍ରମ

ପାରାଦ୍ୱୀପରେ ଆରବିଆଇ ଦ୍ୱାରା ଇଲେକ୍ଟ୍ରୋନିକ୍ସ ବ୍ୟାଙ୍କିଙ୍ଗ ପ୍ରଶିକ୍ଷଣ ଓ ସଚ୍ଚେତନତା କାର୍ଯ୍ୟକ୍ରମ

ପାରାଦ୍ୱୀପ୦୭/୦୯/୨୦୧୯(ଓଡ଼ିଶା ସମାଚାର)- ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ), ଭୁବନେଶ୍ୱର ପକ୍ଷରୁ ଏକ ଦିନିକିଆ ଇଲେକ୍ଟ୍ରୋନିକ୍ସ ବ୍ୟାଙ୍କିଙ୍ଗ ପ୍ରଶିକ୍ଷଣ ଓ ସଚ୍ଚେତନତା କାର୍ଯ୍ୟକ୍ରମ ପାରାଦ୍ୱୀପର ପାନ୍ଥନିବାସ  ଠାରେ ଆୟୋଜିତ ହୋଇଯାଇଅଛି ।  ଏଥିରେ ଭୁବନେଶ୍ୱର ଆରବିଆଇ ଏଜିଏମ୍  ସଞ୍ଜିବ କୁମାର ବାଶକ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ଏଲଡିବି ସତିଶ କୁମାର ପାତ୍ର ଏବଂ ନାବାର୍ଡ ଡିଜିଏମ୍  ବି.ବି.ମହାନ୍ତି  ଅତିଥିଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆର୍ବିଆଇ ର ମନୋଜ ପତି,  ସୁବାସ ଲୁୟାଙ୍ଗୁ  ଓ ଏସ୍.ସି. ପିରିଡା ପରିଚାଳନା କରିଥିବା ବେଳେ ଏଥିରେ  ବହୁସଂଖ୍ୟାରେ ବ୍ୟାଙ୍କ  ଆକାଉଧାରୀ, ବ୍ୟବସାୟୀ ଓ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ଏହି କାର୍ଯ୍ୟକ୍ରମର ମୁଳଲକ୍ଷ୍ୟ ହେଲା ସମସ୍ତ ଗ୍ରାହାକଙ୍କୁ ତ୍ୱରିତ ସୁବିଧା ପାଇଁ ଇଲେକ୍ଟ୍ରୋନିକ୍ସ ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ, ଇରନେଟ୍  ଓ  ମୋବାଇଲ୍ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଆପଣେଇବା । ସୂଚନାଥାଉକି ପାରାଦ୍ୱୀପ ପରି ଏକ ବନ୍ଦର ଓ ଶିଳ୍ପ ସହରରେ ବ୍ୟାଙ୍କ  ଗ୍ରାହାକ  ଓ ବ୍ୟବସାୟୀଙ୍କୁ ସଚ୍ଚେତନ  ଓ ଆଗ୍ରହ ସୃଷ୍ଟି କରିବା ଉଦ୍ଧେଶ୍ୟରେ ପ୍ରଥମଥର ପାଇଁ ଆରବିଆଇ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବାର ଜଣାଯାଏ । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *