Saturday , January 25 2020
Breaking News
Home / ବିଶେଷ / ପାରାଦ୍ୱୀପରେ ଆଂଚଳିକ ପରିବହନ କାର୍ଯ୍ୟାଳୟ ପ୍ରତିଷ୍ଠା ହେବ କେବେ?

ପାରାଦ୍ୱୀପରେ ଆଂଚଳିକ ପରିବହନ କାର୍ଯ୍ୟାଳୟ ପ୍ରତିଷ୍ଠା ହେବ କେବେ?

ପାରାଦ୍ୱୀପ ୦୮/୧୨/୨୦୧୯(ଓଡ଼ିଶା ସମାଚାର)-ବିଜୁ ବାବୁଙ୍କର ସ୍ୱପ୍ନର ପାରାଦ୍ୱୀପ ବନ୍ଦର ଦେଶର ଗଭୀରତମ ବୃହ ବନ୍ଦର ଭାବରେ ମାନ୍ୟତା ପାଇବା ସହିତ ଅନେକ ସୁନାମ ଅର୍ଜନ କରିବାରେ ସଫଳ ହୋଇଛି । ଆମଦାନୀ, ରପ୍ତାନୀ, ପରିବହନ ବନ୍ଦରର ମୁଖ୍ୟ କାର୍ଯ୍ୟ ହୋଇଥିôବା ବେଳେ ଏଥିରେ ନିୟୋଜିତ ହୋଇଥାନ୍ତି ହଜାର ହଜାର ଯାନବାହାନ । ଯଥା ଟ୍ରକ, ଟିପର, ଟ୍ରାକ୍ଟର, ଟ୍ରେଲର, ହାଇୱା, ହାଇଡ୍ରା, ଜେସିବି, କ୍ରେନ୍, ପ୍ରୋକ୍ଲିନ୍ ପରି ଅନେକ ମେସିନ ଇତ୍ୟାଦି । ଅନ୍ୟପକ୍ଷ୍ୟରେ ଦେଖିବାକୁ ଗଲେ ପ୍ରତ୍ୟେକ ଲୋକର କିଛିନା କିଛି ପରିବହନ କାର୍ଯ୍ୟାଳୟରେ କାମ ପଡେ । ମହିଳାମାନେ ମଧ୍ୟ ବ୍ୟବହାର କରୁଥିବା ଯାନ ରେଜିଷ୍ଟେସନ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଜଗତସିଂହପୁର ଆଂଚଳିକ ପରିବହନ କାର୍ଯ୍ୟାଳୟକୁ ଦୀର୍ଘ ୬୫କିଲୋମିଟର ଯିବାକୁ ପଡେ । ପାରାଦ୍ୱୀପରେ ଆରଟିଓ କାର୍ଯ୍ୟାଳୟ ନଥିବାରୁ ଦୀର୍ଘ ପଥ ଯାଇ କୌଣସି କାମ ପାଇଁ ପରିବହନ କାର୍ଯ୍ୟାଳୟ ପାଖରେ ପଇଁତରା ମାରିବାକୁ ପଡିଥାଏ । ଉଲ୍ଲେଖଯୋଗ୍ୟ ବିଜୁ ବାବୁଙ୍କ ଶାସନ କାଳରେ ତି୍ରସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ଲାଗୁକରି ଲୋକଙ୍କ ପାଖରେ ଶାସନ ଓ ପ୍ରଶାସନକୁ, ପହଁଚାଇ ବାରେ ସଫଳ ହୋଇ ଗୌରବାନ୍ୱିତ ହୋଇଥିଲେ । ବିଜୁ ବାବୁ କହିଥିଲେ ‘ମାକୁ ସମ୍ମାନ’ ଦୀନ ଦୀନ ଝିଅଟିଏ, ବୋହୁଟିଏ, ମହିଳାଟିଏ ୬୫କିଲୋମିଟର ଯାଇ ପରିବହନ କାର୍ଯ୍ୟାଳୟରେ ପଇଁତରା ମାରିବା କଣ ‘ମାକୁ ସମ୍ମାନ’ ବୋଲି? ସାଧାରଣରେ ଆଲୋଚନା ହୁଏ । ବନ୍ଦର କାର୍ଯ୍ୟରେ ନିୟୋଜିତ ହଜାର ହଜାର ଯାନ ବାହାନ ଟ୍ୟାକ୍ସ, ଫିଟିନେସ୍, ପରିମିଟ କରିବାକୁ ପଡେ । ସରକାରଙ୍କ ୫ଟି ଓ ମୋ ସରକାର ଯୋଜନା କାର୍ଯ୍ୟକାରୀ ହେଲା ଠାରୁ ଆରଟିଓରୁ ଦଲାଲ ଚାଳିଆ ହଟିଯିବା ପରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଜେ ବାରମ୍ବାର ଯାଇ କାର୍ଯ୍ୟାଳୟରେ କାମ କରିବାକୁ ପଡୁଛି । ଯେଉଁମାନେ ଅଧିକାରୀଙ୍କ କାଇଦା କଟକଣା, ଟାଳଟୁଳ ନୀତି ବୁଝିପାରୁନାହାଁନ୍ତି, ତାଙ୍କୁ ବାରମ୍ବାର ଦୌଡିବାକୁ ପଡୁଛି ବୋଲି ଗାଡିମାଲିକ ମାନେ ଅଭିଯୋଗ କରୁଛନ୍ତି । ଫିଟନେସ ପାଇଁ ପାରାଦ୍ୱୀପରୁ ପ୍ରତ୍ୟେହ ଏତେ ସଂଖ୍ୟକ ଗାଡି ଜଗତସିଂହପୁର ଯାଇଥନ୍ତି ଏବଂ ପ୍ରସସ୍ଥ ରାସ୍ତା ଅଭାବରୁ ସେଠାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହିତ ଛୋଟମୋଟ ଦୁର୍ଘଟଣା ମଧ୍ୟ ଘଟେ ଓ ଖର୍ଚ୍ଚ ମଧ୍ୟ ବଢେ । ଓଡିଶା ପରିବହନ ବିଭାଗକୁ ପାରାଦ୍ୱୀପରୁ ସିଂହଭାଗ ଟିକସ ମିଳୁଥିଲେ ମଧ୍ୟ ପରିବହନ ବିଭାଗ ଗାଁ ଗଣ୍ଡାରେ ମୋବାଇଲ ସେବା ପ୍ରଦାନ କରୁଥିଲା ବେଳେ ପାରାଦ୍ୱୀପରେ ଏକ ଆଂଚଳିକ ପରିବହନ କାର୍ଯ୍ୟାଳୟ ଖୋଲିପାରୁନାହିଁ କାହିଁକି ବୋଲି ବୁଦ୍ଧଜୀବିମାନେ ମତ ଦିଅନ୍ତି । ସୂଚନା ଯୋଗ୍ୟ ଓଡିଶା ସରକାରଙ୍କ ଅନେକ ବିଭାଗର କାର୍ଯ୍ୟାଳୟ ଯଥା ବିଦୁ୍ୟତ୍, ପାଣି, ପାଣିପାଗ, ପରିବେଶ, ଖଣି, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ମୁନିସ୍ ପାଲଟି ଓ ୧୦କିଲୋମିଟର ଭିତରେ ପାଂଚ ପାଂଚଟି ପୋଲିସ ଥାନା ଓ ଅନେକ ଫାଣ୍ଡି କାର୍ଯ୍ୟକରୁଥିଲେ ମଧ୍ୟ ଆରଟିଓ କାର୍ଯ୍ୟାଳୟ ହେବା ଅତ୍ୟନ୍ତ ଜରୁରୀ ବୋଲି ଆଲୋଚନା ଜୋର ଧରିବା ସହିତ ସାଧାରଣରେ ଅସନ୍ତୋଷର ଦାନା ବାନ୍ଧୁଛି । ସୂଚନା ଥାଉକି ଭାରତର ବିଭିନ୍ନ ବନ୍ଦରରେ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଓ ଆଂଚଳିକ ପରିବହନ କାର୍ଯ୍ୟାଳୟ ରହିଥିବା ବେଳେ ପାରାଦ୍ୱୀପ ବନ୍ଦରରେ ଏହାର ବ୍ୟତିକ୍ରମ ସାଜିଛି କାହିଁକି ବୋଲି ଆଲୋଚନା ହୁଏ । ଓଡ଼ିଶା ସମାଚାର

About admin

Check Also

୧୨୩ ତମ ନେତାଜୀ ଜୟନ୍ତୀ ପାଳିତ

 କେନ୍ଦ୍ରାପଡା,୨୪/୦୧/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହର ଉପକଣ୍ଠ ସୁଜାନଗର ଗ୍ରାମ ନେତାଜୀ  ମଡେଲ ଏମ.ଇ ସ୍କୁଲ ପରିସରରେ ଆଜାଦ ହିନ୍ଦ ଯୁବକେନ୍ଦ୍ର  …

Leave a Reply

Your email address will not be published. Required fields are marked *