Tuesday , January 28 2020
Breaking News
Home / ତାଜା ଖବର / ପାରାଦୀପରେ ବାଘ ଆତଙ୍କ, ସାଧାରଣରେ କୋକୁଆ ଭୟ

ପାରାଦୀପରେ ବାଘ ଆତଙ୍କ, ସାଧାରଣରେ କୋକୁଆ ଭୟ

ପାରାଦୀପ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- ବନ୍ଦର ସହର ପାରାଦ୍ୱୀପ ନିକଟସ୍ଥ ବାଉରିଆପାଳନ୍ଦା ବସ୍ତି ନିକଟସ୍ଥ ଆଇଓସିଏଲ୍ ଏଲପିଜି ଟର୍ମିନାଲ ପରିସରରେ ଏକ ବାଘ ପଶିବା ଘଟଣାକୁ ନେଇ ଟର୍ମିନାଲ ସିକ୍ୟୁରିଟି ଗାର୍ଡ, କର୍ମଚାରୀ ଓ ସାଧାରଣରେ ଆତଙ୍କ ଖେଳିଯାଇଥିଲା । କିଏ ଏହାକୁ ଚିତା, କଲରାପତ୍ରିଆ ବାଘ ତ ଆଉ କିଏ ଏହାକୁ ଜଙ୍ଗଲ ବିଲେଇ ବୋଲି କହୁଛନ୍ତି । ଖବରରୁ ପ୍ରକାଶ ଯେ ଗତ ଗୁରୁବାର ରାତିରେ ଟର୍ମିନାଲର ଫାଟକ ଡେଇଁ ଏହି ଜନ୍ତୁଟି ଭିତରକୁ ପଶିଥିବା କୁହାଯାଉଛି । ଏହି ଟର୍ମିନାଲର ଆଖପାଖ ଅଂଚଳ ଜଙ୍ଗଲିଆ ହୋଇଥିବାରୁ ଘନ ଅନ୍ଧାର ରାତିରେ ଏହାକୁ ଠାବ କରିବା କଷ୍ଟକର ବ୍ୟାପାର ହୋଇଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଓ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଉକ୍ତ ଜନ୍ତୁକୁ ଖୋଜାଖୋଜି କରି ନିରାଶ ହୋଇଥିବା ବେଳେ ଘଟଣାସ୍ଥଳରେ ଉକ୍ତ ଜନ୍ତୁର ପାଦଚିହ୍ନ ଦେଖିବାକୁ ମିଳିଥିଲା । ତେବେ ଏହା କଲରାପତ୍ରିଆ ବାଘ ନା ଅନ୍ୟ ଯନ୍ତୁର ପଦଚିହ୍ନ ତାହା ତଦନ୍ତ ପରେ ଜଣାପଡିବ ବୋଲି ଜଣାପଡିଛି । ତେବେ ଜନ୍ତୁଟି ଏବେ ଜନବସତି ମୁହାଁ ହେଉଥିବା ଶୁଣାଯାଉଥିବା ବେଳେ ଏ ନେଇ ପାରାଦ୍ୱୀପରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଘଟଣା ପ୍ରଚାର ପରେ ସ୍ଥାନୀୟ ବସ୍ତି ଅଂଚଳ ଅଧିବାସୀ ଓ ସାଧାରଣରେ ବହୁ ଲୋକ ଠେଙ୍ଗା ଓ ବାଡି ଧରି ରାସ୍ତାରେ ଛିଡା ହୋଇ ଜଗି ରହୁଥିବାର ଦେଖିବାକୁ ମିଳିଛି । ଓଡ଼ିଶା ସମାଚାର

About admin

Check Also

ଗାଡ଼ି ଧକାରେ ଜଣେ ମୃତ

ଭବାନୀ ପାଟଣା, ୨୭/୦୧/୨୦୨୦ (ଓଡ଼ିଶା ସମାଚାର)- ସାଙ୍ଗମାନଙ୍କ ସହ ମିଶି ଶୌଚ ହେବାକୁ ନିକଟସ୍ଥ ପାଖରୀକୁ ଜଣେ ଯୁବକ ଯାଉଥିବା …

Leave a Reply

Your email address will not be published. Required fields are marked *