Saturday , February 29 2020
Breaking News
Home / କୃଷି / ପାଣି ପଂଚାୟତ ପକ୍ଷ ପାଳନର ଶୁଭାରମ୍ଭ

ପାଣି ପଂଚାୟତ ପକ୍ଷ ପାଳନର ଶୁଭାରମ୍ଭ

କଟକ, ୧୮/୦୧/୨୦୨୦ (ଓଡ଼ିଶା ସମାଚାର)- ୨୦୨୦ ଜାନୁଆରୀ ୧୬ ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଂଚାୟତ ପକ୍ଷ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଜିଲ୍ଲାରେ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପାଣି ପଂଚାୟତ ରଥକୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ଜଳ ସଂଚୟ ପ୍ରକଳ୍ପଗୁଡିକର ସୁପରିଚାଳନା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ପାଣି ପଂଚାୟତ ରଥ ଜିଲ୍ଲାର କୃଷକମାନଙ୍କୁ ପାଣି ପଂଚାୟତ ବ୍ୟବସ୍ଥା ଉପରେ ବ୍ୟାପକ ଭାବେ ସଚେତନ କରାଇବା ଉଦ୍ଦେଶ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ପରିକ୍ରମା କରିବ । ଜିଲ୍ଲାର ମୋଟ ୧୧୯୧ ପାଣି ପଂଚାୟତ ରହିଥିବାବେଳେ ମୋଟ ୯୮୫୦୩.୮୮ ହେକ୍ଟର ଚାଷଜମିକୁ ଜଳର ସୁଷମ ବଣ୍ଟନ, ତଳମୁଣ୍ଡକୁ ଜଳସେଚନର ସୁବିଧା ପାଇଁ ଏହି ରଥ ଚାଷୀମାନଙ୍କୁ ସଚେତନ କରାଇବ । କଟକ ଜିଲ୍ଲାରେ ଚାଷୀମାନଙ୍କୁ ୧୬ ତାରିଖରୁ ବାହାରି ଆସନ୍ତା ଜାନୁଆରୀ୨୨ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତ ଦେଇ ପରିକ୍ରମା କରିବା ସହିତ ସଚେତନ କରାଇବ । ଏହି ପରିପ୍ରେକ୍ଷୀରେ ଜାନୁଆରୀ ୨୪ତାରିଖରେ ପ୍ରତାପ ନଗରୀସ୍ଥିତ ୱାଲମୀ (ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ) ଠାରେ ଉଦଯାପନୀ ସଭା ଅନୁଷ୍ଠିତ ହେବ । ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କଟକ ପୂର୍ବ ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ଇଂ. ବାଲେଶ୍ୱର ନାଥ ସାହୁ, ମହାନଦୀ ଦକ୍ଷିଣ ଡିଭିଜନ୍ ର ନିର୍ବାହୀଯନ୍ତ୍ରୀ ଇଂ. ବସନ୍ତ କୁମାର ରାଉତ, ମହାନଦୀ ଉତର ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ଇଂ. ଚିତରଞ୍ଜନ ଜେନା, ନିର୍ବାହୀ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ଇଂ.ଶଶାଙ୍କ ଶେଖର ପଣ୍ଡା, ସହକାରୀ ଯନ୍ତ୍ରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାରେ ଏହି ପାଣି ପଂଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ସହ ପ୍ରାଚୀ ଡିଭିଜନ୍‌, ମହାନଦୀ ସାଉଥ୍ ଓ ନର୍ଥ ଡିଭିଜନ୍ ସହଯୋଗ କରୁଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

କୃଷି ବିଜ୍ଞାନ କେନ୍ଦ୍ରରେ ଗବେଷଣା ଓ ସଂପ୍ରସାରଣ ପାଇଁ ମିଳିତ ବୈଠକ

କେନ୍ଦ୍ରାପଡା ୨୬/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ କୃଷି …

Leave a Reply

Your email address will not be published. Required fields are marked *