Tuesday , January 28 2020
Breaking News
Home / ବ୍ୟବସାୟ ବାଣିଜ୍ୟ / ପାଟକୁରା ହାଟରେ ପରିବା ବଜାର ଲଗାମ ଛଡ଼ା – ପିଆଜ କିଲୋ ୧୫୦ – ରସୁଣ କିଲୋ ୨୦୦

ପାଟକୁରା ହାଟରେ ପରିବା ବଜାର ଲଗାମ ଛଡ଼ା – ପିଆଜ କିଲୋ ୧୫୦ – ରସୁଣ କିଲୋ ୨୦୦

ପାଟକୁରା, ୦୮/୧୨/୨୦୧୯(ଓଡ଼ିଶା ସମାଚାର)-ଆଜି ପାଟକୁରା ହାଟରେ ପରିବା ବଜାର ଲଗାମ ଛଡ଼ାଥିଲା । ପିଆଜ କିଲୋ ପିଛା ୧୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ପିଆଜ ଦୋକାନରେ ଗ୍ରାହକ ସଂଖ୍ୟା କମ ଥିଲା । ସେହିଭଳି ରସୁଣ କିଲୋ ପିଛା ୨୦୦ ଟଙ୍କା ରେ ବିକ୍ରି ହେଉଥିଲା । ଯେଉଁ ଗ୍ରାହକ ଏକ କିଲୋ ପିଆଜ ନେବାକଥା ସେମାନେ ୨୫୦ ରୁ ୩୦୦ ଗ୍ରାମ ପିଆଜ ନେଉଥିଲେ । ଅଦା କିଲୋ ୧୨୦ ଟଙ୍କା କଲରା ୬୦ ଟଙ୍କା ବାଇଗଣ ୫୦ ଟଙ୍କା,ବିନ୍ସ ୮୦ ଟଙ୍କା,କଖାରୁ ୨୫ ଟଙ୍କା ,ଆଳୁ ୨୦ ଟଙ୍କା,ଅମୃତଭଣ୍ଡା ୨୫ ଟଙ୍କା,ସାରୁ ୩୦ ଟଙ୍କା,ଛୋଟ ଫୁଲ କୋବି ଗୋଟା ୪୦ ଟଙ୍କା,ଟମାଟୋ ୩୦ ଟଙ୍କା,ମୂଳା ୩ ଟାକୁ ୧୦ ଟଙ୍କା ରେ ବିକ୍ରି ହେଉଥିବାବେଳେ ଶାଗ ୩ ବିଡ଼ାକୁ ୧୦ ଟଙ୍କା ,ସୁଖିଲା ଚାଲଣ ପୋଟଳ ୬୦ ଟଙ୍କାରେ ବିକ୍ରି ହେଉଥିବାରୁ ଦରଦାମକୁ ନେଇ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଓଡ଼ିଶା ସମାଚାର

About admin

Check Also

’ ଚିତ୍ରୋତ୍ପଳା ବଣିକ ସଂଘ’ର ବୈଠକ   –  ଉଜ୍ଜ୍ୱଳ ଆଲୋକୀ କରଣ ଓ ଜଳ ଯୋଗଣ ଉପରେ ଗୁରୁତ୍ୱାରୋପ

ଗରଦପୁର ୨୩/୦୧/୨୦୨୦ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡା ଠାରେ ଥିବା ’ ଚିତ୍ରୋତ୍ପଳା ବଣିକ …

Leave a Reply

Your email address will not be published. Required fields are marked *