Thursday , September 19 2019
Breaking News
Home / ଶିକ୍ଷା / ପାଟକୁରା ହାଇସ୍କୁଲରେ ବୃତି ପରୀକ୍ଷା    

ପାଟକୁରା ହାଇସ୍କୁଲରେ ବୃତି ପରୀକ୍ଷା    

ଗରଦପୁର,୧୮/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ହାଇସ୍କୁଲରେ ଆଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଂଚମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ବୃତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପାଟକୁରା ପରିକ୍ଷା କେନ୍ଦ୍ରରେ ୧୦୫ ଜଣ ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା କରା ଯାଇଥିବାବେଳେ,ଏହି ପରୀକ୍ଷା କେନ୍ଦ୍ରରେ ମୋଟ ୯୨ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଂଟ୍ ମଳୟ କୁମାର ପାଣି ପ୍ରକାଶ କରିଛନ୍ତି । ସୁପରିଟେନଣ୍ଡେଂଟ୍  ଶ୍ରୀ ପାଣି ଆହୁରୀ ମଧ୍ୟ ପ୍ରକାଶ କରିଛନ୍ତି ଯେ,କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ପାରୀକ୍ଷାକେନ୍ଦ୍ରରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଂଚମ ଶ୍ରେଣୀ ବୃତି ପରୀକ୍ଷା ପାଇଁ ୧୪୫ ଜଣ ପରିକ୍ଷାର୍ଥୀମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ,ଏହି ପରୀକ୍ଷାକେନ୍ଦ୍ରରେ ୧୧୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ,୩୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ସେହିପରି ଚିତ୍ରୋତ୍ପଳା ବାଳିକା ଉଚ୍ଚ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ପାଇଁ ପ୍ରାଥମିକ ବୃତି ପରୀକ୍ଷାରେ୧୫୦ ଜଣପରୀକ୍ଷାର୍ଥୀ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ,ଏହି କେନ୍ଦ୍ରରେ୧୩୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।  ଅନ୍ୟ ଏକ ପରୀକ୍ଷାକେନ୍ଦ୍ର ନଇନ୍ଦିପୁର ହାଇସ୍କୁଲରେ ତୃତୀୟ ଶ୍ରେଣୀ ପାଇଁ ପ୍ରାଥମିକ ବୃତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ଗରଦପୁର ବ୍ଲକର ମୋଟ ୫୨ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା କେନ୍ଦ୍ରମାନଙ୍କରେ ପରୀକ୍ଷା ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର …

Leave a Reply

Your email address will not be published. Required fields are marked *