Sunday , December 8 2019
Breaking News
Home / ନିର୍ବାଚନ / ପାଟକୁରା : ବିଧାନସଭା ନିର୍ବାଚନ ପ୍ରଚାର ଶେଷ ହେଲା – ୨୦ ରେ ଭୋଟ ଗ୍ରହଣ ଓ ୨୪ ରେ ଗଣତି

ପାଟକୁରା : ବିଧାନସଭା ନିର୍ବାଚନ ପ୍ରଚାର ଶେଷ ହେଲା – ୨୦ ରେ ଭୋଟ ଗ୍ରହଣ ଓ ୨୪ ରେ ଗଣତି

ପାଟକୁରା, ୧୮/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ଶେଷ ହେଲା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ । ଆସନ୍ତା ୨୦ ତାରିଖରେ ଭୋଟ ଗ୍ରହଣ ଏବଂ ୨୪ ତାରିଖ ଦିନ ଭୋଟଗଣତି ହେବ । ପାଟକୁରା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୦୯ ଗୋଟି ବୁଥ ଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୪୪ ହଜାର ୭୪୭ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୨୭ ହଜାର ୪୩୧ ହୋଇଥିବା ବେଳେ ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୧୭ ହଜାର ୩୦୬ ଏବଂ ଅନ୍ୟାନ୍ୟ ୧୦ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରେ ୨୮୫୩ଜଣ ଭିନ୍ନକ୍ଷମ ରହିଥିବା ସୂଚନା ଦିଆଯାଇଛି । ଆଜି ପ୍ରଚାରର ଶେଷ ଦିନରେ କଂଗ୍ରେସ, ବିଜେପି ଓ ବିଜେଡ଼ି ୩ ପ୍ରମୁଖ ରାଜନୈତକ ଦଳ ପକ୍ଷରୁ ପ୍ରଚାରକୁ ଯୋରଦାର କରାଯାଇଥିଲା ।  ତେବେ ଚଳିତ ନିର୍ବାଚନରେ କଂଗ୍ରେସ ଦଳର ପ୍ରଚାର ପଛରେ ପଡ଼ିଥିଲା ବୋଲି ଆଲୋଚନା ହୁଏ । ଗୁରୁବାର ସନ୍ଧ୍ୟା ୬ ଟାରେ ପ୍ରଚାର ଶେଷ ହୋଇଥିବାବେଳେ ମଝିରେ ଗୋଟିଏ ଦିନ । ଶନିବାର ୨୦ ତାରିଖ ଭୋଟ ଗ୍ରହଣ । ଏଥର ନିର୍ବାଚନରେ ଭୋଟରଙ୍କ ମଧ୍ୟମା ଆଙ୍ଗୁଳିରେ କାଳି ଲାଗିବ । ଯଦି କୌଣସି ଭୋଟ କେନ୍ଦ୍ରରେ କିମ୍ବା କୌଣସି ଭୋଟରଙ୍କୁ ପୁଣି ଭୋଟ ଦେବାକୁ ପଡ଼େ ତେବେ ଅନାମିକା ଆଙ୍ଗୁଳିରେ କାଳି ଲାଗିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ ଭୋଟର ମାନଙ୍କୁ ସହାୟତା କରିବା ପାଇଁ ନିଯୁକ୍ତ ସ୍ୱେଛାସେବୀ ମାନେ ଘର ଘର ବୁଲି ଭୋଟର ମାନଙ୍କ କ୍ରମିକ ସଂଖ୍ୟା ଥିବା ଚିରିକୁଟି ବଂଟନ କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

୨୭ରେ ଭୋଟ, ୨୮ରେ ଗଣତି

ଯାଜପୁରଟାଉନ,୨୨/୧୧/୨୦୧୯(ଓଡ଼ିଶା ସମାଚାର)-ଆସନ୍ତା ୨୭ ତାରିଖ ଦିନ ହେବାକୁ ଥିବା ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପଂଚାୟତ ଓ ଜିଲ୍ଲାପରିଷଦ …

Leave a Reply

Your email address will not be published. Required fields are marked *