Sunday , December 8 2019
Breaking News
Home / ନିର୍ବାଚନ / ପାଟକୁରା : ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ – ଭୋଟ ଗ୍ରହଣ କୁ ଅପେକ୍ଷା

ପାଟକୁରା : ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ – ଭୋଟ ଗ୍ରହଣ କୁ ଅପେକ୍ଷା

ପାଟକୁରା, ୧୯/୦୭/୨୦୧୯ (ଓଡ଼ିଶା ସମାଚାର)-ପାଟକୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଆସନ୍ତା କାଲି ଭୋଟ ଗ୍ରହଣ କରାଯିବ । ସମସ୍ତ ବୁଥ୍ କେନ୍ଦ୍ରମାନଙ୍କରେ ଗତକାଲି ଠାରୁ ପୁଲିଙ୍ଗ୍ ଅଫିସର,ପ୍ରିଜାଡିଙ୍ଗ ଅଫିସର ମାନେ ପହଂଚି ଯାଇଛନ୍ତି । ଗରଦପୁର ବ୍ଳକ ପାଇଁ ୧୩ ଜଣ ସେକ୍ଟର ଅଫିସର ନୁଯୁକ୍ତି ପାଇ ବିଭିନ୍ନ ବୁଥ୍ କେନ୍ଦ୍ର ସ୍ଥାନଗୁଡିକୁ ପରିଦର୍ଶନ କରିବା ସହିତ ଭୋଟ ଗ୍ରହଣ କରାଯିବା ପାଇଁ ପ୍ରସ୍ୁତି କାର୍ଯ୍ୟକୁ ତଦାରଖ କରୁଛନ୍ତି । ଭୋଟ ଗ୍ରହଣ ସମୟରେ ବର୍ଷା ଓ ଖରାରୁ ରକ୍ଷା ପାଇବା ପାଇଁ ପ୍ରଶାସନଙ୍କ ପକ୍ଷରୁ ପ୍ରତି ବୁଥ୍ କେନ୍ଦ୍ରଗୁଡିକୁ ପଲିଥିନ୍ ଯୋଗାଣ କରାଯାଇଛି । ପାଟକୁରା ନିର୍ବାଚନ ମଣ୍ଡଳୀରେ ମୋଟ ୩୦୯ ଗୋଟି ବୁଥ୍ କେନ୍ଦ୍ର କରାଯାଇଥିବାବେଳେ,ସେଥି ମଧ୍ୟରୁ ଗରଦପୁର ବ୍ଲକ ଅଂଚଳରେ ୧୨୫ ଗୋଟି ଭୋଟ ଗ୍ରହଣ କେନ୍ଦ୍ର,ଡୋରୀବିଶ ବ୍ଲକ ଅଂଚଳରେ ୧୪୫ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ରହିଥିବାବେଳେ,ମାର୍ଶାଘାଇ ବ୍ଲକ ଅଂଚଳରେ ୩୯ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ରହିଛି । ଗରଦପୁର ବ୍ଳକ ଅଂଚଳରେ ଥିବା ୧୨୫ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟରୁ ୧୦ ଗୋଟି ଭୋଟ ଗ୍ରହଣ କେନ୍ଦ୍ରକୁ ଆଦର୍ଶ ଭୋଟ ଗ୍ରହଣ କେନ୍ଦ୍ର ଭାବରେ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି । ସେଗୁଡିକ ହେଲା ବାସୁଦେଇପୁର ପ୍ରାଇମେରୀ ସ୍କୁଲ,ଡାହାଳପୁର ପ୍ରାଇମେରୀ ସ୍କୁଲ,ବ୍ରହ୍ମପୁର ପ୍ରାଇମେରୀ ସ୍କୁଲ,ଗରଦପୁରର ଜଗନ୍ନାଥ ନୋଡାଲ ସ୍କୁଲ,ନଇନ୍ଦିପୁର ପ୍ରାଇମୋରୀ ସ୍କୁଲ ଦୁଇ ଗୋଟି,ଜଗନ୍ନାଥପୁର ପ୍ରାଇମେରୀ ସ୍କୁଲ,ସମସରା ପ୍ରାଇମେରୀ ସ୍କୁଲ ଓ ପାଟକୁରା ହାଇସ୍କୁଲରେ କରାଯାଇଥିବା ଭୋଟ ଗ୍ରହଣ କେନ୍ଦ୍ରଗୁଡିକୁ ଆଦର୍ଶ ଭୋଟ ଗ୍ରହଣ କେନ୍ଦ୍ର ଭାବରେ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି । ଗରଦପୁର ବ୍ଳକ ଅଂଚଳକୁ ୨ ଗୋଟି ଯୋନରେ ବିଭକ୍ତ କରାଯାଇଛି, ଏହି ଦୁଇଗୋଟି ଜୋନ ରେ ମହାକାଳପଡା ତହସିଲଦାର ନରେଶ ଚନ୍ଦ୍ର ସେଠୀ ଓ ରାଜନଗର ତହସିଲଦାର ଦ୍ୱବେନ୍ଦୁ କୁମାର ଦାସଙ୍କୁ ଜୋନାଲ୍ ମାଜିଷ୍ଟ୍ରେଟ ଭାବରେ ନିଯୁକ୍ତି ଦିଆଯାଇଛି । ଗରଦପୁର ବ୍ଳକ ଅଂଚଳରେ ମୋଟ୧୨୫ଗୋଟି ଭୋଟ ଗ୍ରହଣ କେନ୍ଦ୍ର ରହିଥିବାବେଳେ,ସେଥି ମଧ୍ୟରୁ ଜଣେ ଜୋନାଲ ମାଜିଷ୍ଟ୍ରେଟ୍ଙ୍କ ଅଧିନରେ ୬୨ଗୋଟି ଭୋଟ ଗ୍ରହଣ କେନ୍ଦ୍ର ରହିଥିବାବେଳେ, ଅନ୍ୟଜଣେ ମାଜିଷ୍ଟ୍ରେଟ୍ଙ୍କ ଅଧିନରେ ୬୩ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ଦାଇତ୍ୱ ରହିଛି । ମତଦାନ କରାଯିବାବେଳେ ନିର୍ବାଚନ ମଣ୍ଡଳୀର୪୦ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ରେ ସିସିଟିଭି କ୍ୟାମେରା ବ୍ୟବସ୍ତା କରାଯାଇଥିବା ବେଳେ,୩୬ ଗୋଟି ଭୋଟ ଗ୍ରହଣ କେନ୍ଦ୍ରରେ ଭିଡିଓଗ୍ରାଫ୍ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ୯୬ ଗୋଟି ବୁଥ୍ କେନ୍ଦ୍ରରେ ସେଣ୍ଡାଲ ଆଡ୍ ପୋଲିସ୍ ଫୋର୍ସର ବ୍ୟବସ୍ଥା କରାଯାଇଛି ଓ ୩୧ ଗୋଟି ବୁଥ୍ରେ ୱେବ୍ କାଷ୍ଟିଙ୍ଗି କରାଯିବାର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ବୋଲି ବିଡିଓ ଶ୍ରୀ ବେହେରାଙ୍କ ସୂତ୍ରରୁ ଜଣାଯାଇଛି । କୌଣସି ଭୋଟ ଗ୍ରହଣ କେନ୍ଦ୍ର ରେ ଭୋଟିଂ ମେସିନ୍ରେ ସମସ୍ୟା ଦେଖାଦେଲେ ସେଥିପାଇଁ ୨୫ ଗୋଟି ବାଲାଟ ୟୂନିଟ୍,୨୧ଗୋଟି ସେଂଟର ଭରଚୁ ,୪୬ ଗୋଟି ଭିଭିପାଟ୍ ମହଜୁଦ୍ ରଖାଯାଇଥିବାବେଳେ,ଏଥିପାଇଁ ୪ଜଣ ଇଂଜିନିୟର ମଧ୍ୟ ସଜାଗ ରହିଛନ୍ତି । ସେହିପରି ମତଦାନକୁ ଅଧିକ କରାଇବା ପାଇଁ ଭିନ୍ନକ୍ଷମ ଲୋକମାନଙ୍କୁ ଭୋଟ ଗ୍ରହଣ କେନ୍ଦ୍ରକୁ ଆଣିବା ପାଇଁ ସ୍ୱେଛାସେବୀମାନଙ୍କୁ ନିଯୁକ୍ତି କରାଯାଇଛି । ପ୍ରତିବୁଥ୍ରେ୨ଜଣ ସ୍ୱେଛାସେବୀ ଭିନ୍ନକ୍ଷମମାନଙ୍କୁ ଭୋଟ ଗ୍ରହଣ କେନ୍ଦ୍ରକୁ ଆଣି ଭୋଟ ଦାନ କରାଇବାର ବ୍ୟବସ୍ଥା କରାଯାଇଛି । ଗରଦପୁର ବ୍ଳକରେ ୨୫୦ ଜଣ ସ୍ୱେଛାସେବୀଙ୍କୁ ଏଥିପାଇଁ ନିଯୁକ୍ତିି କରାଯାଇଛି । ସ୍ୱେଛାସେବୀମାନଙ୍କୁ ପାରିଶ୍ରମିକ ଭାବରେ ଏକଶତ ଟଙ୍କା ପ୍ରଦାନ କରାଯିବା ସହିତ ସ୍ୱତନ୍ତ୍ର ଭାବରେ ଗଞ୍ଜି ଓ ପରିଚୟ ପତ୍ର ପ୍ରଦାନ କରାଯାଇଛି । ମତଦାନକୁ ଅଧିକରୁ ଅଧିକ କରାଇବା ପାଇଁ ଗୋଟିଏ ପଂଚାୟତରେ ଗୋଟିଏ ଲେଖାଏଁ ‘ସକ୍ଷମ ବାହାନ’ ନାମରେ ଅଟୋ ଗାଡିର ବ୍ୟବସ୍ଥା କରାଯାଇଛି । ସେହିପରି ପୁଲିସ ପ୍ରଶାସନଙ୍କ ପକ୍ଷରୁ ମତଦାନକୁ ଶାନ୍ତିପୂର୍ଣ୍ଣ ଭାବରେ କରାଇବା ପାଇଁ ପାଟକୁରା ଥାନା ଅଂଚଳକୁ ୪ଗୋଟି ଜୋନ୍ ଓ ୧୬ଗୋଟି ମୋବାଇଲ ଟିମ୍ରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍ରେ ଜଣେ ଲେଖାଏଁ ଡିଏସ୍ପି ପାହ୍ୟାର ପୁଲିସ ଅଫିସରଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି । ଆଜି ପୁଲିସ୍ ଆଇ.ଜି,କେନ୍ଦ୍ରାପଡା ଏସ୍.ପି ଓ ଡିଏସପିମାନେ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ କରାଯିବା ପାଇଁ ବିଭିନ୍ ଅଂଚଳ ପରିଦର୍ଶନ କରିଥିବାର ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

୨୭ରେ ଭୋଟ, ୨୮ରେ ଗଣତି

ଯାଜପୁରଟାଉନ,୨୨/୧୧/୨୦୧୯(ଓଡ଼ିଶା ସମାଚାର)-ଆସନ୍ତା ୨୭ ତାରିଖ ଦିନ ହେବାକୁ ଥିବା ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପଂଚାୟତ ଓ ଜିଲ୍ଲାପରିଷଦ …

Leave a Reply

Your email address will not be published. Required fields are marked *