Sunday , December 8 2019
Breaking News
Home / ନିର୍ବାଚନ / ପାଟକୁରା : ନବୀନଙ୍କ ନିର୍ବାଚନ ପ୍ରଚାର – ‘ପାଟକୁରାର ବିକାଶ ମୁଁ ନିଜେ ଦେଖିବି’ – ନବୀନ

ପାଟକୁରା : ନବୀନଙ୍କ ନିର୍ବାଚନ ପ୍ରଚାର – ‘ପାଟକୁରାର ବିକାଶ ମୁଁ ନିଜେ ଦେଖିବି’ – ନବୀନ

ପାଟକୁରା ,୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଭୋଟ ପ୍ରଚାର କାର୍ଯ୍ୟ ବିଭିନ୍ନ ଦଳରୁ ଯୋରଦାର ଭାବରେ ଚାଲିଥିବାବେଳେ,ଆଜି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ନିର୍ବାଚନ ମଣ୍ଡଳିର ବିଭିନ୍ନ ସ୍ଥାନମାନଙ୍କରେ ଦଳୀୟ ପ୍ରାର୍ଥିନୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ବସ୍ ଯୋଗେ ବିଭିନ୍ନ ସ୍ଥାନମାନଙ୍କରେ ରୋଡ୍ ଶୋ କରିବା ସହିତ ବିଭିନ୍ନ ଛକ ସ୍ଥାନମାନଙ୍କରେ ଉପସ୍ଥିତ ଶତାଧିକ ଲୋକମାନଙ୍କୁ ଦଳୀୟ ପ୍ରାର୍ଥିନୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ପାଟକୁରା ନିର୍ବାଚନ ମଣ୍ଡଳୀ ଆରମ୍ଭ ହେଉଥିବା ଗରଦପୁର ବ୍ଲକର ପଦ୍ମପୁର ପଂଚାୟତ ଅଧିନ ନୂଆପଡା ବଜାର ଠାରେ ଆଜି ଅପରାହ୍ନ ୩ଟା୧୫ମିନିଟ୍ରେ ମୂଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପହଂଚିଥିଲେ । ସେଠାରେ ଉପସ୍ଥିତ ଥିବା ଶତାଧିକ ଲୋକମାନଙ୍କୁ ବସ୍ ଉପରକୁ ଉଠି ‘ପ୍ରିୟ ଭାଇ ଓ ଭଉଣୀମାନେ ମୋର ନମସ୍କାର,ଆପଣମାନେ ଆଶିର୍ବାଦ କରନ୍ତୁ ସାବିତ୍ରୀ ଅଗ୍ରୱାଲଙ୍କୁ ଭୋଟ ଦିଅନ୍ତୁ,ମୁଁ ନିଜେ ପାଟକୁରାର ବିକାଶ ଦେଖିବି’ ବୋଲି କହିଥିଲେ । ସେହିପରି ନଦୀବନ୍ଧ ରାସ୍ତାରେ ବେଡାରୀ ଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ମଧ୍ୟ ସେଇ ଗୋଟିଏ କଥା ସମ୍ବୋଧନ କରି କହିଥିଲେ । ଧାର୍ଯ୍ୟ କାର୍ଯ୍ୟସୂଚୀର ଗୋଟିଏ ଘଂଟା ବିଳମ୍ବରେ ଟାଣ ଖରାରେ ମୂଖ୍ୟମନ୍ତ୍ରୀଙ୍କୁ ବେଡାରୀ ଠାରେ ଅପେକ୍ଷା କରିଥିବା ଦୁଇ ହଜାରରୁ ଉଦ୍ଧ୍ୱର୍ ମହିଳା ଓ ଦଳୀୟ କର୍ମୀମାନେ ଏକତ୍ରୀତ ହୋଇଥିବାର ଦେଖାଯାଇଥିଲା । ପାଟକୁରା ବଜାର ଠାରେ ହଜାର ହଜାର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ । ମୂଖ୍ୟମନ୍ତ୍ରୀ ସେଠାରେ ପହଂଚି ପାଟକୁରାର ବିକାଶ କାର୍ଯ୍ୟ ମୁଁ ନିଜେ ଦେଖିବି ବୋଲି କହିଥିଲେ । ପାଟକୁରା ଠାରେ ବହୁ ସଂଖ୍ୟକ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା,ସଂକିର୍ତନ ସଂଗଠନର କଳାକାରମାନଙ୍କ ସହିତ ବିଭିନ୍ନ ସ୍ଥାନରୁ ଆସିଥିବା ଦଳୀୟ କର୍ମକର୍ତାମାନେ ସେଠାରେ ଉପସ୍ଥିତ ଥିଲେ । ମୂଖ୍ୟମନ୍ତ୍ରୀ ଗରଦପୁର,କୋରୁଆ ଓ ମାହାଳ ଆଦି ସ୍ଥାନକୁ ରୋଡ ସୋରେ ଯାଇ ନିର୍ବାଚନ ପ୍ରଚାର କରିଥିଲେ । ମୂଖ୍ୟମନ୍ତ୍ରୀଙ୍କର ଏହି ନିର୍ବାଚନ ପ୍ରଚାର କାର୍ଯ୍ୟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର , ସୁଶାନ୍ତ ସିଂ, ବିଧାୟକ ପ୍ରଣବ ବଳବନ୍ତରାୟ, ପ୍ରିତୀରଞ୍ଜନ ଘଡେଇ, ଅଶୋକ କୁମାର ବଳ, ଦେବୀ ପ୍ରସାଦ ମିଶ୍ର ଓ ପାଟକୁରା ବିଧାୟିକା ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲଙ୍କ ସହିତ ବିଜେଡି ନେତା ସଞ୍ଜୟ ଅଗ୍ରୱାଲ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ, ରାଜ୍ୟ ଯୁବ ବିଜେଡି ସଭାପତି ଅମରେନ୍ଦ୍ର ପତ୍ରୀ, ରାଜ୍ୟ ଛାତ୍ର ବିଜେଡି ଉପ-ସଭାପତି ରାକେଶ ମହାପାତ୍ର ପ୍ରମୁଖ ହଜାର ହଜାର ଦଳୀୟ କର୍ମକର୍ତା ମାନେ ରୋଡ-ଶୋରେ ସାମିଲ ହୋଇଥିଲେ । ମୂଖ୍ୟମନ୍ତ୍ରୀଙ୍କର ଗସ୍ତ ପାଇଁ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବାର ଦେଖାଯାଇଥିଲା । ମୂଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସ୍ୱାଗତ କରିବା ପାଇଁ ଦଳୀୟ କର୍ମକର୍ତାମାନେ ଶଙ୍ଖବାଦ୍ୟ,ବିଭିନ୍ନ ଛକ ସ୍ଥାନରେ ମୁରୁଜ ପକାଇ ସୁ-ସଜ୍ଜିତ କରିବା ଆଦି ଦେଖାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ପୁରୀ ପୀଡିତାଙ୍କୁ ନ୍ୟାୟ ପାଇଁ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର,୦୫/୧୨/୨୦୧୯(ଓଡ଼ିଶା ସମାଚାର)- ଅଖିଳ ଭାରତୀୟ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ଗଣଦୁଷ୍କର୍ମ …

Leave a Reply

Your email address will not be published. Required fields are marked *