Friday , November 15 2019
Home / ନିର୍ବାଚନ / ପାଟକୁରା : କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ଅମାନତ ହରାଇଲେ

ପାଟକୁରା : କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ଅମାନତ ହରାଇଲେ

କେନ୍ଦ୍ରାପଡା,୨୫/୦୭/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ୯୬- ପାଟକୁରା ବିଧାନସଭା ନିର୍ବାଚନରେ ବିଜୁ ଜନତାଦଳର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ  ୧୭ହଜାର ୯୨୦ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲ  ମୋଟ ୯୬ହଜାର ୦୧୭ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି  ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ମୋଟ ୭୮ ହଜାର ୦୯୭ ଖଣ୍ଡ ଭୋଟ  ପାଇଛନ୍ତି । ତୃତୀୟ ସ୍ଥାନରେ ଥିବା ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୨ହଜାର ୧୦୪ଖଣ୍ଡ ଭୋଟ ପାଇ ଅମାନତ ହରାଇଥିବା ଜଣାପଡିଛି । ସେହିଭଳି ସମାଜବାଦୀ ପାର୍ଟିର ପ୍ରଦୀପ କୁମାର ମିଶ୍ର ୩୫୯ ଖଣ୍ଡ ଭୋଟ ପାଇଥିବା ବେଳେ କୃପା ପାର୍ଟିର ଶ୍ରୀକାନ୍ତ ସାମଲ ୧୪୯,ସ୍ୱାଧୀନ ପ୍ରାର୍ଥୀ ଦିବ୍ୟସିଂହ ଦାସ ୫୮,ପରମାନନ୍ଦ ମହାରଣା ୧୭୦ଖଣ୍ଡ,ପ୍ରଫୁଲ୍ଲ କୁମାର ବେହେରା ୧୭୬ଖଣ୍ଡ,ରତିକାନ୍ତ କାନୁନଗୋ ୪୦୮ଖଣ୍ଡ ଓ ସଞ୍ଜୟ କୁମାର ସ୍ୱାଇଁ ୧୪୧ଖଣ୍ଡ ଭୋଟ ପାଇ ନିଜର ଅମାନତ ହରାଇଥିବା ବେଳେ ନୋଟାରେ ୪୧୬ଖଣ୍ଡ ଭୋଟ ପଡିଥିବା ଜଣାପଡିଛି । ଏହି ଭୋଟ ଗଣତି କଡା ସୁରକ୍ଷା ବଳୟ ମଧ୍ୟରେ ବୁଧବାର ପୂର୍ବାହ୍ନ ୮ଟାରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆରମ୍ଭ  ହୋଇ ଅପରାହ୍ନ ପ୍ରାୟ ସାଢେ୨ଟାରେ ଶେଷ ହୋଇଥିଲା  ।  ଭୋଟ ଗଣତିକୁ ସୁଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ୧୮ଟି ଟେବୁଲରେ ଭୋଟ ଗଣତି କରାଯାଇଥିଲା  । ଭାରତ ନିର୍ବାଚନ କମିଶନଙ୍କ ନିର୍ଦେଶ ମତେ ଭୋଟ ଗଣତିର ସମସ୍ତ କାର୍ଯ୍ୟକ୍ରମକୁ  ସମ୍ପାଦନ ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀ ସମର୍ଥ ବର୍ମା, ସାଧାରଣ ପର୍ଯ୍ୟବେକ୍ଷକ ଅମିତ ଚୈାଧୁରୀ,ଖର୍ଚ୍ଚ ଅନୁଧ୍ୟାନ ପର୍ଯ୍ୟବେକ୍ଷକ ଦେବାଶିଷ ପଲ,ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ୯୬-ପାଟକୁରାର ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର,ଡେପୁଟୀ କଲେକ୍ଟର(ନିର୍ବାଚନ)ସମ୍ବିତ ଶତପଥୀ, ଗରଦପୁର ବିଡିଓ ଧରଣୀଧର ବେହେରା,ଗରଦପୁର ଅତିରିକ୍ତ ତହସିଲଦାର  ଉମାକାନ୍ତ ବିଶ୍ୱାଳ ପ୍ରମୁଖ ଭୋଟ ଗଣତି ପରିଚାଳନା କରିଥିଲେ । ଭୋଟ ଗଣତି ପାଇଁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ୧୮ଜଣ ଗଣତି ସହାୟକ,୧୮ଜଣ ଗଣତି ସୁପରଭାଇଜର ଏବଂ ୧୮ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ସର୍ବ ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣାଯିବା ପରେ ଇଭିଏମରୁ ଭୋଟ ଗଣତି ଆରମ୍ଭ କରାଯାଇଥିଲା । ୧୯ଟି ରାଉଣ୍ଡରେ ଭୋଟ ଗଣତି ସମ୍ପନ୍ନ ହୋଇଥିଲା । ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ଅଗ୍ରୱାଲ ଦୁହୁରିଆସ୍ଥିତ ନୟନବିହାରସ୍ଥିତ  ବାସଭବନରୁ ଏକ ପଟୁଆରରେ ଆସି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରୁ ରିଟର୍ଣ୍ଣିଂ ଅଫିସର ଶ୍ରୀ ମହାପାତ୍ରଙ୍କ ଠାରୁ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରମାଣପତ୍ର ଗ୍ରହଣ କରିଥିଲେ । ଏହି ଅବସରରେ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳି ଗସ୍ତ,ପାଟକୁରାର ବିଜେଡି କର୍ମୀଙ୍କ ଆକୁଣ୍ଠ ସହଯୋଗ ସର୍ବୋପରି ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଆଶିର୍ବାଦରୁ ସେ ନିର୍ବାଚନରେ ବିଜୟୀ ହୋଇଛନ୍ତି ।  ଶ୍ରୀମତୀ ଅଗ୍ରୱାଲଙ୍କ ସହିତ ଝିଅ ମଧୁସ୍ମିତା ଅଗ୍ରୱାଲ,ପୁଅ ସଞ୍ଜୟ  ଅଗ୍ରୱାଲ, ରାଜ୍ୟ ବିଜେଡି  ଆଇନ ସାମ୍ମୁଖ୍ୟ  ସଦସ୍ୟ ସଞ୍ଜୟ କୁମାର ଜେନା, ଆଇନଜୀବି ରମାକାନ୍ତ ସ୍ୱାଇଁ, ଧିରେନ୍ଦ୍ର କୁମାର ଦାସ, ମନୋଜ କୁମାର ସାହୁ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ ପ୍ରମୁଖ କଲେଜ ପରିସରରେ ଉପସ୍ଥିତ ଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ୮ପ୍ଲାଟୁନ କେନ୍ଦ୍ର ଏବଂ ରାଜ୍ୟ ପୋଲିସ ସୁରକ୍ଷା ବଳ କଲେଜ ପରିସରରେ ମୃତୟନ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

୫ଟି ଜିଲ୍ଲାର ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷଙ୍କ ଆହ୍ୱାନ

‘ବାତ୍ୟା ପୂର୍ବ ଓ ପରବର୍ତୀ ସ୍ଥିତିରେ ଜିଲ୍ଲା ପ୍ରଶାସନ ସହଯୋଗରେ ଲୋକଙ୍କ ସହାୟତା କର’ ଭୁବନେଶ୍ୱର ,୦୯/୧୧/୨୦୧୯(ଓଡ଼ିଶା ସମାଚାର)- ଘୂର୍ଣ୍ଣି …

Leave a Reply

Your email address will not be published. Required fields are marked *