Sunday , January 26 2020
Breaking News
Home / ବିଶେଷ / ପାଟକୁରା ଅଂଚଳରେ ଭଷାଣ ଉତ୍ସବ

ପାଟକୁରା ଅଂଚଳରେ ଭଷାଣ ଉତ୍ସବ

ପାଟକୁରା,୦୯/୧୦/୨୦୧୯ ( ଓଡ଼ିଶା ସମାଚାର)-ମା’ ଦୂର୍ଗା ଦେବୀଙ୍କର ଆଜି ଭଷାଣ ଉତ୍ସବ ଆନନ୍ଦ ଉଲ୍ଲାସ ସହକାରେ ଅନୁଷ୍ଠିତ ହୋଇଯାଇଛି । ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁର୍ଗତି ନାଶିନୀ ମା ଦୂର୍ଗାଙ୍କର ଭଷାଣ ଉତ୍ସବ ଆନନ୍ଦ ଉଲାସର ସହ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅଂଚଳର ଦଶ ହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରି ଖୁସି ମନାଇଥିବା ଦେଖାଯାଇଛି । ପୋଲିସ ପ୍ରଶାସନ ଓ ଶାନ୍ତି କମିଟି ନିର୍ଦ୍ଧାରଣ କରିଥିବା ସମୟ ଅନୁଯାୟୀ ଭଷାଣ ଉତ୍ସବରେ ୯ ଟି ମେଢ଼ ଅଂଶ ଗ୍ରହଣ କରି ଅପରାହ୍ନ ୨ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଧୁମଧାମ ରେ ଶୋଭାଯାତ୍ରା କରିଥିଲେ । ପରମ୍ପରା ଅନୁଯାୟୀ ପ୍ରଥମେ ଗୋବିନ୍ଦପୁରର ପୁରୁଣା ଦେବୀଙ୍କ ମେଢ଼ ଭଷାଣ ଉତ୍ସବ ଆରମ୍ଭ କରିଥିଲା । ପରେ ପରେ ଭଡ଼ କଳାବୁଦା, ସାନ କଳାବୁଦା,ବାରୁଣୀ, ଅଣ୍ଢାଳୋ, ଭଦିଳୋ, ଢ଼ିଅସାହି,ଢ଼ିଅସାହି –ହରିପୁର ସମେତ ତିକନପୁର ର ମେଢ଼ ଆକର୍ଷଣିୟ ଶୋଭାଯାତ୍ରାରେ ୩ କିମି ପରିକ୍ରମା କରି ବାରୁଣୀ ତୁଠରେ ପହଂଚିଥିଲେ । ସେଠାରେ ଶାନ୍ତି କମିଟି ତରଫରୁ ମା ଙ୍କୁ ମେଲାଣି ଦିଆଯାଇଥିଲା । ପରେ ପରେ ଚିତ୍ରୋପôଳା ନଦୀର ଶନିଶ୍ଚର ଘାଟରେ ଓ ବାରୁଣୀ ଘାଟରେ ବିଷର୍ଜନ କରାଯାଇ ଜଳସମାଧି କରାଯାଇଥିଲା । ଏହି ଭଷାଣୀ ଉତ୍ସବରେ ଆକର୍ଷଣୀୟ ଆତସବାଜି ସାଙ୍ଗକୁ ସାଲେପୁର, ବ୍ରହ୍ମପୁରରୁ ଆସିଥିବା ବାଜା ଦଳ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ । ଶାନ୍ତି କମିଟି ସଭାପତି ଶୈଳେନ୍ଦ୍ର ମହାନ୍ତି, ସମାଜସେବୀ ଅଂଜନ ଦେବତା , ସରପଂଚ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ସମେତ ପାଟକୁରା ଥାନା ପୋଲିସ୍ ସଦଳବଳେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ଭଷାଣି ପରିଚାଳନା କରିଥିଲେ । ସେହିପରି ପାଟକୁରା ଠାରେ ମା ଦୂର୍ଗାଙ୍କୁ ଶ୍ରଦ୍ଧାଳୁମାନେ ବାଜା ବାଣ ରୋଷଣୀ କରି ଶୋଭାଯାତ୍ରାରେ ନିଆଯାଇ ନିକଟସ୍ଥ ବିଭିନ୍ନ ସ୍ଥାନ ପରିକ୍ରମା କରାଇଥିଲେ । ପରେ ଚିତ୍ରୋପôଳା ନଦୀରେ ମା’ମୂର୍ତିକୁ ବିସର୍ଜ୍ଜନ କରାଯାଇଥିଲା । ସେହିପରି ବିଚଣା ,ସିଙ୍ଗିଟିଆ, ମଦନା, ଅରିଲୋ, ମାହାଳ, ତଳକୁସୁମା, ବନ୍ତଳା, କୋଳିପଦା, କଦମଛନ୍ଦା ଠାରେ ମ୍ମ ମା’ ଦୂର୍ଗା ଦେବୀଙ୍କର ଭଷାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଳୁମାନେ ମା’ଙ୍କୁ ସୁ-ଶୋଭିତ ଭାବରେ ବାଜା ବାଣ ରୋଷଣୀରେ ନିଆଯାଇ ନିକଟସ୍ଥ ବିଭିନ୍ନ ସାହି,ପଡା,ଗ୍ରାମ ଆଦି ପରିକ୍ରମା କରାଇବା ପରେ ବିସର୍ଜ୍ଜନ କରାଯାଇଥିଲା । ଭଷାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ପାଟକୁରା ପୁଲିସ ଓ ସଶସ୍ତ୍ର ପୁଲିସବାହିନୀକୁ ମୁତୟନ କରାଯାଇଥିଲା । ପାଟକୁରା ଥାନା ଅଧିନରେ ଥିବା ବିଭିନ୍ନ ସ୍ଥାନମାନଙ୍କରେ ମୋଟ ୨୨ ଗୋଟି ମେଢ ହୋଇଥିବା ବେଳେ, ଭଷାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହିତ ଶେଷ କରିବା ପାଇଁ ୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ବିଭିନ୍ନ ସମ୍ବେଦନ ଶୀଳ ଥିବା ସ୍ଥାନମାନଙ୍କରେ ମୁତୟନ କରାଯାଇଥିବା ସମ୍ପର୍କରେ ପାଟକୁରା ଥାନା ଅଧିକାରୀ ସୁଜିତ୍ କୁମାର ପ୍ରଧାନ ସୁଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାଧାରଣତନ୍ତ୍ର ଦିବସ ୨୦୨୦ ପୂର୍ବ ସଂଧ୍ୟାରେ ମାନନୀୟ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଅଭିଭାଷଣ

ନୂଆଦିଲ୍ଲୀ, ଜାନୁଆରୀ ୨୫, ୨୦୨୦ ମୋର ପ୍ର୍ରିୟ ଦେଶବାସୀ, ୧. ୭୧ତମ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ, ମୁଁ …

Leave a Reply

Your email address will not be published. Required fields are marked *