Monday , December 16 2019
Breaking News
Home / ବିଶେଷ / ପାଟକୁରାରେ ହରେକୃର୍ଷ୍ଣ ମହତାବଙ୍କ ଜୟନ୍ତି ପାଳିତ  

ପାଟକୁରାରେ ହରେକୃର୍ଷ୍ଣ ମହତାବଙ୍କ ଜୟନ୍ତି ପାଳିତ  

ପାଟକୁରା,୨୧/୧୧/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଠାରେ ଆଜି ଡଃ.ହରେକୃର୍ଷ୍ଣ ମହତାବଙ୍କ ୧୨୦ ତମ ଜୟନ୍ତି ପାଳିତ ହୋଇଯାଇଛି । ଜୟନ୍ତି କମିଟିର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ଖୁଂଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ମୂଖ୍ୟ ଅତିଥି ଭାବରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ରବି ସାମଲ ଯୋଗ ଦେଇ ଡଃ.ହରେକୃର୍ଷ୍ଣ ମହତାବ ଜଣେ ବିଚକ୍ଷଣ ରାଜତୀତିଜ୍ଞ, ପ୍ରବୀଣ ସାମ୍ବାଦିକ, ସୁ-ସାହିତ୍ୟକ, ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଭାବରେ ପରିଚିତ ବୋଲି କହିବା ସହିତ ଉକ୍ରଳର ନବ ନିର୍ମାତା ବୋଲି ଅଭିହିତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ସମାଜସେବୀ ତଥା ‘ଶାନ୍ତି ମୈତ୍ରୀ’ସ୍ୱେଛାସେବୀ  ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଭଗବାନ ଜେନା ଯୋଗ ଦେଇ ଡଃ.ହରେକୃର୍ଷ୍ଣ ମହତାବଙ୍କ ଜୀବନି ସମ୍ପର୍କରେ କହିଥିଲେ । ତକ୍ରାଳିନ ସମୟରେ ରାଜ୍ୟରେ ରାଜନୈତିକ ପରିସ୍ଥିତି ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଟକୁରା ପଂଚାୟତର ସରପଂଚ ସୂର୍ଯ୍ୟମଣୀ ସେଠୀ, ପାଖଡ ସରପଂଚ ଗୌରାଙ୍ଗ ଚରଣ ପରିଡା, ବେଡାରୀ ସରପଂଚ ଗୋକୁଳାନନ୍ଦ ବେହେରା, ସାମ୍ବାଦିକ ନବଘନ ନାୟକ, ଯଶୋବନ୍ତ ପାତ୍ର, ସୁବାଷ ଚନ୍ଦ୍ର ସାମଲ, ରବିନ୍ଦ୍ରନାଥ ବାରିକ୍ , ଧିରେନ୍ ମିଶ୍ର, ରଞ୍ଜିତ କୁମାର ପରିଡା, ରଞ୍ଜିତ କୁମାର ମହାନ୍ତି, ଅମିୟ ରଞ୍ଜନ ବାରିକ୍, ସମାଜସେବୀ ଶିଶିର କୁମାର ପରିଡା,ପ୍ରକୃତିବନ୍ଧୁ ଉଦୟନାଥ ଚୌଧୁରୀ ପ୍ରମୁଖ ଡଃ.ହରେକୃର୍ଷ୍ଣ ମହତାବଙ୍କ ଜିବନୀ ସମ୍ପର୍କରେ କହିବା ସହିତ ଆଜିର ଦିନରେ ପୂଜ୍ୟପୂଜାର ଆବଶ୍ୟକତା ରହିଥିବା ସମ୍ପର୍କରେ କହିଥିଲେ । ସଭା ପୂର୍ବରୁ ପାଟକୁରା ନଦୀବନ୍ଧଗଡା ଛକ ଠାରେ ଥିବା ଡଃ.ହରେକୃର୍ଷ୍ଣ ମହତାବଙ୍କ ଆବକ୍ଷ ପ୍ରତିମୂର୍ତିରେ ପାଟକୁରା ଥାନା ଅଧିକାରୀ ସୁଜିତ୍ କୁମାର ପ୍ରଧାନ,ପାଟକୁରା ମେଡିକାଲର ମୂଖ୍ୟ ଚିକିତ୍ସକ ଡଃ. ହିମାଶୁଂଭୂଷଣ ଷଢଙ୍ଗି,ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରବି ସାମଲଙ୍କ ସମେତ ଉପସ୍ଥିତ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଜୟନ୍ତି କମିଟି ପକ୍ଷରୁ ପାଟକୁରା ଠାରେ ଥିବା ରାମେଶ୍ୱର ମହାଦେବ ମନ୍ଦିର ଓ କହ୍ନେଇଲାଲଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ।  ଓଡ଼ିଶା ସମାଚାର

About admin

Check Also

ବିଦେଶୀ ପକ୍ଷୀ ଜବତ, ୩ ଗିରଫ

ଖୋର୍ଦ୍ଧା, ୧୬/୧୨/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୱାଇଲ୍ଡ ଲାଇଫ୍ ପକ୍ଷରୁ ଚଢ଼ଉ କରାଯାଇ ୩ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ …

Leave a Reply

Your email address will not be published. Required fields are marked *