Friday , October 18 2019
Breaking News
Home / ନିର୍ବାଚନ / ପାଟକୁରାରେ ବିଜୟଙ୍କ ବିଜୟ ସୁନିଶ୍ଚିତ- ରାଜ୍ୟ ପ୍ରଭାରୀ ଅରୁଣ ସିଂ

ପାଟକୁରାରେ ବିଜୟଙ୍କ ବିଜୟ ସୁନିଶ୍ଚିତ- ରାଜ୍ୟ ପ୍ରଭାରୀ ଅରୁଣ ସିଂ

କେନ୍ଦ୍ରାପଡା, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)-ବହୁ ବାଧା ବିଘ୍ନ ଓ ପ୍ରତିବନ୍ଧକ ସତ୍ୱେ ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଦଳର ପାଟକୁରା ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଜିତିବା ସୁନିଶ୍ଚିତ ବୋଲି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଗୁରୁବାର ମୀରପାଟଣାସ୍ଥିତ ସ୍ୱୟଂସେଲିବ୍ରେସନ ମଣ୍ଡପରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରାପଡାର ପାଟକୁରାର ବିକାଶ ଏବଂ ଓଡିଶାର ବିକାଶ ନିମନ୍ତେ ବିଜୟଙ୍କୁ ଭୋଟଦେଇ ଜୟଯୁକ୍ତ କରିବାକୁ ରାଜ୍ୟ ପ୍ରଭାରୀ ଶ୍ରୀ ସିଂ ଲୋକମାନଙ୍କୁ ନିବେଦନ କରିଥିଲେ । ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହିତ ବହୁ ଭଲ ସମ୍ପର୍କ ରହିଥିବାରୁ ସେ ପାଟକୁରା ଲୋକଙ୍କ ପାଇଁ ଅନେକ କିଛି କରିପାରିବେ । ପାଟକୁରାର ଚାଷୀ,ମତ୍ସ୍ୟଜୀବୀ ଓ ସାଧାରଣଜନତାଙ୍କ ନିମନ୍ତେ  ସର୍ବଦା ଚିନ୍ତା କରୁଥିବା ବିଜୟ ମହାପାତ୍ରଙ୍କୁ ପାଟକୁରାବାସୀ ନିଶ୍ଚିନ୍ତ ଓଡିଶା ବିଧାନସଭାକୁ ପଠାଇବେ ବୋଲି ଆଶାବ୍ୟକ୍ତ କରିଥିଲେ ଶ୍ରୀ ସିଂ । କେନ୍ଦ୍ର କ୍ଷୁଦ୍ର ଓ ଅଣୁଶିଳ୍ପ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏଠାକୁ ପ୍ରଚାରରେ ଆସି ଶ୍ରୀ ମହାପାତ୍ରଙ୍କ ପାଇଁ ପ୍ରଚାର କରିଯାଇଥିବା ବେଳେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଚାର ପାଇଁ ଆସିବେ । ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏଠାରେ ରହି ଦଳର ପ୍ରଚାର କଥା ବୁଝୁଥିବା ବେଳେ ରାଜ୍ୟ ସଂଗଠନ ମନ୍ତ୍ରୀ ଭୃଗୁ ବକ୍ସିପାତ୍ରଠାରୁ ଆରମ୍ଭକରି ବିଭିନ୍ନ ନେତା ମଧ୍ୟ ପ୍ରଚାର ପାଇଁ ଆସିବେ ।  ରାଜ୍ୟ ପ୍ରଭାରୀ ଶ୍ରୀ ସିଂ କହିଥିଲେ ଯେ ବିଜେଡିର ଲୋକ,ସଂଗଠକ ଓ କେତେକ ପ୍ରମୁଖ ନେତା ଚାହୁଁଛନ୍ତି ବିଜୟ ମହାପାତ୍ର ପାଟକୁରାରୁ ଜିତି ବିଧାନସଭାକୁ ଯାଆନ୍ତୁ ବୋଲି । ତେଣୁ ଏଭଳି ପରିସ୍ଥିତିରେ ଶ୍ରୀ ମହାପାତ୍ରଙ୍କ ବିଜୟ ସୁନିଶ୍ଚିତ ବୋଲି ସେ କହିଥିଲେ । ପାଟକୁରା ବିଧାନସଭା କ୍ଷେତ୍ର ଅଂଚଳରେ ବିଜେଡି ବିଧାୟିକା ପ୍ରାର୍ଥୀନୀ ଖୋଲାଖୋଲି ଭାବରେ ଲୋକଙ୍କୁ ପଇସା ବାଂଟିବା ଘଟଣାର ଶ୍ରୀ ସିଂ ଦୃଢ ନିନ୍ଦା କରିବା ସହ ଏଭଳି ଘଟଣା ସାରା ଦେଶରେ ବିରଳ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜ୍ୟ ସଂଗଠନ ମନ୍ତ୍ରୀ ଘୃଗୁ ବକ୍ସିପାତ୍ର, ବିଧାୟକ ବିଷ୍ଣୁ ସେଠୀ, ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ, ବିଷ୍ଣୁ ଦାସ, ଭୁବନମୋହନ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପରିଦର୍ଶନ ଓ କାର୍ଯ୍ୟାନୁଷ୍ଠାନ ଯଥାର୍ଥ : ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି

ଭୁବନେଶ୍ୱର,୧୭/୧୦/୨୦୧୯ ( ଓଡ଼ିଶା ସମାଚାର)-ଓଡ଼ିଶା ସରକାରଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ବିଭିନ୍ନ ହସ୍ପିଟାଲ ପରିର୍ଶନ ଓ ତକ୍ରାଳ …

Leave a Reply

Your email address will not be published. Required fields are marked *