Thursday , September 19 2019
Breaking News
Home / ବିଶେଷ / ପହରିଆଙ୍କୁ ଆଦିବାସୀ ମାନ୍ୟତା ଦାବି

ପହରିଆଙ୍କୁ ଆଦିବାସୀ ମାନ୍ୟତା ଦାବି

ନୂଆପଡ଼ା,୧୨/୦୯/୨୦୧୯(ଓଡ଼ିଶା ସମାଚାର)-ପହରିଆ ବାକମାର୍ ଏକ ଜନଜାତି । ଛତିଶଗଡ଼ ତଥା ମଧ୍ୟ ପ୍ରଦେଶରେ କମାର ମାନଙ୍କୁ ଆଦିମ ଜନଜାତି ମର୍ଯ୍ୟାଦା ମିଳିଥିବା ସ୍ଥଳେ, ଓଡ଼ିଶାରେ ସେମାନଙ୍କୁ ଆଦିବାସୀ ମାନ୍ୟତା ମିଳି ପାରି ନାହିଁ । ଏଥିଲାଗି ଓଡ଼ିଶାର କମାର ମାନେ ଗତ୨ ଦଶନ୍ଧି ଧରି ସଂଗ୍ରାମ ଜାରି ରଖିଛନ୍ତିା କେତେ ବେଳେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ତ ଆଉ କେତେବେଳେ ରାଜ୍ୟ ସରକାର ସହ କେନ୍ଦ୍ରକୁ ବିଭିନ୍ନ ସମୟରେ ପତ୍ର ଲେଖି ଦାବି କରିଛନ୍ତି, ହେଲେ ଆଦିବାସୀ ମାନ୍ୟତାମିଳିବା ସେମାନଙ୍କ ପାଇଁ ସତେ ଯେମିତି ସ୍ୱପ୍ନ ହୋଇଯାଇଛି । ପହରିଆ ଜନଜାତିଆମ ରାଜ୍ୟର ନୂଆପଡ଼ା, ବଲାଙ୍ଗିର,ବରଗଡ, କଳାହାଣ୍ଡି ଓ ନବରଙ୍ଗପୁର ପ୍ରଭୃତି ଜିଲ୍ଲାରେ ବସବାସ କରୁଥିବାବେଳେ ଏମାନଙ୍କ ଜନସଂଖ୍ୟା ୭ ହଜାରଭିତରେ ରହିଛି । ଏମାନଙ୍କ ସର୍ବାଧିକ୬୦ ପ୍ରତିଶତ ନୂଆପଡ଼ା ଜିଲ୍ଲାରେ ବାସକରନ୍ତି । ନୂଆପଡ଼ା ଜିଲ୍ଲାର ଛତିଶଗଡ଼ ସୀମାକୁ ଲାଗି ରହିଥିବା ସିନାପାଲି ଓ କୋମନା ବ୍ଲକ୍ର ପାର୍ବତ୍ୟ ମାଳଭୁମି ଅଂଚଳରେ ଅଧିକାଂଶ କମାର ଜନଜାତିଙ୍କ ବସତି ଦେଖିବାକୁ ମିଳେ ।ଏମାନଙ୍କ ଚଳଣୀ ଓ ଘରକରଣା ବାଉଁଶକୁ ନେଇ କେନ୍ଦ୍ରିତ । ବାଉଁଶରେ ଘରକରଣା ଏବଂ କୃଷି ଉପଯୋଗୀ ଯାବତୀୟ ସାମଗ୍ରୀ ପ୍ରସ୍ତୁତି କାର୍ଯ୍ୟକୁ କୌଳିକ ତଥା ମୁଖ୍ୟ ଜିବୀକା ଭାବେ ଆଦରି ଥିବା ଅଧିକାଂଶ ପହରିଆ-କମାର ଦାରୀଦ୍ର୍ୟର ସୀମାରେଖା ତଳେ ବାସବାସ କରୁଛନ୍ତି । ବାଉଁଶ କାମରୁ ସପ୍ତାହକୁ ମିଳୁଥିବା କେବଳ ୨୦୦/୩୦୦ ଟଙ୍କା ହିଁ ଅଧିକାଂଶ ପହରିଆ ପରିବାରଙ୍କର ସର୍ବସ୍ୱ ଆୟ ।ଏପରିସ୍ଥଳେ, ଆଦୀବାସୀ ମାନ୍ୟତାରୁ ବଂଚିତ ହେବା, ସରକାରଙ୍କର ବିଭିନ୍ନ ସୁବିଧା ସୁଯୋଗ ନ ପାଇବା ଦ୍ୱାରା ଏମାନଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତିଦିନକୁ ଦିନ ଅତ୍ୟନ୍ତ ଖରାପ ହେବାରେ ଲାଗିଛି । ଇଂରେଜ ଶାସନ କାଳର ପ୍ରଶାସନିକ ବିବରଣୀରୁ କମାର ମାନଙ୍କ ବିଷୟରେ ଜାଣିବାକୁ ମିଳେ । ସେତେବେଳର ବ୍ରିଟିଶ ପ୍ରଶାସକ ତାଙ୍କର ବିବରଣୀରେ କମାର ସଂପ୍ରଦାୟର ଲୋକେ ଏକାନ୍ତରେ ରହିବା, ଜଙ୍ଗଳରେ ବସବାସ କରିବାସହ ଜଙ୍ଗଳ ଜାତ ସାମଗ୍ରୀ ସଂଗ୍ରହ କରି ଜିବିକା ନିର୍ବାହ କରୁଥିବା ନେଇ ଉଲ୍ଲେଖ କରିଛନ୍ତି । ୧୯୦୧, ୧୯୧୧ ଓ୧୯୧୬ ଜନଗଣନାରେ ପହରିଆ ମାନଙ୍କୁ ଆଦିବାସୀ ରୂପେ ଗଣନା କରାଯାଇଛି । ଫଳରେ ବି୍ରଟିସ୍ ଶାସନକାଳରେ ଏମାନଙ୍କୁ ସଂରକ୍ଷଣ ବ୍ୟବସ୍ଥାଲାଗୁ କରାଯାଇଥିଲା । ଏହି ବ୍ୟବସ୍ଥାମାଧ୍ୟମରେ ପହରିଆ ଗଉଁନ୍ତିଆ ମାନଙ୍କୁସୁରକ୍ଷା ବ୍ୟବସ୍ଥା ମିଳିଥିବା ବିଭିନ୍ନନଥିପତ୍ରରୁ ଜଣାଯାଏ । ଖଡ଼ିଆଳ ବ୍ଲକର କେନ୍ଦୁପାଟି ଗ୍ରାମ, ବୋଡ଼େନ ବ୍ଲକ୍ ର କାଠଫାର ଏବଂ କୋମନା ବ୍ଲକ ର ଅଡ଼ାର ଗ୍ରାମର ଗଉଁନ୍ତିଆ ମାନଙ୍କୁ ସୁରକ୍ଷା ବ୍ୟବସ୍ଥା ମିଳିଥିଲା । ଫଳରେ ବିଭିନ୍ନ ଗ୍ରାମରେ ପହଁରିଆ ମାନେ ଗଉଁନ୍ତିଆ ଥିବା ପ୍ରମାଣ ମିଳେ । ତେବେ, ୧୯୩୬ ମସିହାରେ ଖଡ଼ିଆଳ ଜମିଦାରୀ ଓଡ଼ିଶାରେ ମିଶ୍ରଣ ହେଲା ଏବଂ ଏହି ଅଂଚଳରେ ବାସକରୁଥିବା ପହରିଆ-କମାର ମାନେଓଡ଼ିଶାର ଅଧିବାସୀ ହୋଇ ନିଜର ଆଦିବାସୀ/ଜନଜାତି ମାନ୍ୟତା ହରାଇଥିଲେ । ଏହା ସହ ପହରିଆ ଗଉଁନ୍ତିଆ ମାନେ ବ୍ରିଟିସଙ୍କ ଠାରୁ ମିଳିଥିବା ତାଙ୍କର ପଦବୀ ସୁରକ୍ଷା ବ୍ୟବସ୍ଥା ହରାଇଥିଲେ ଏବଂ ଧିରେ ଧିରେ ତାଙ୍କର ଜମି ଅଣ ଆଦିବାସୀ ମାନଙ୍କୁ ହସ୍ତାନ୍ତର ହୋଇଯାଇଥିଲା । ବର୍ତମାନ ଓଙ୍ଗÿିଶାର ପହରିଆ ମାନଙ୍କ ମଧ୍ୟରେ ୯୦ ରୁ ଉଦ୍ଧ୍ୱର୍ଭାଗ ପରିବାର ଜମିହୀନ ଅଟନ୍ତି । ଓଡ଼ିଶାର ପହରିଆ ମାନଙ୍କୁ ସ୍ୱାଧିନ ଭାରତର ସମ୍ବିଧାନରେ ଜନଜାତି ତାଲିକାରେ ସ୍ଥାନ ଦିଆନଯିବା ପଛରେ କୌଣସି ଅଭିଶନ୍ଧି ଥାଇପାରେ । ତେବେ,ସେତେବେଳେ ଜନଗଣନା ଦାୟିତ୍ୱରେ ଥିବା କର୍ମଚାରୀ ମାନେ କମାର ବାପହରିଆ ମାନଙ୍କ ବିଷୟରେ ଜାଣିନଥିବାରୁ, କମାର ମାନଙ୍କୁ ଲୁହା କାମ କରୁଥିବା ଜାତି ଭାବେ ଅଭିହିତ କରି ଜନଜାତି ତାଲିକାରୁ ବାଦ୍ ଦେଇଥିବା ଅନୁମାନ କରାଯାଏ । ୧୯୮୩ ମସିହାରେ ଅଧ୍ୟାପକ ଡ.ଫଣିନ୍ଦମ ଦେଓ ତାଙ୍କର ଗବେଷଣା ମାଧ୍ୟମରେ ପହରିଆଙ୍କୁ ଆଦିବାସି ମାନ୍ୟତା ନେଇକଥା ଉଠାଇଥିଲେ । ଅଶି ଦଶକରେ ବିଧାନସଭାରେ ମଧ୍ୟ ପହରିଆଙ୍କ ସମସ୍ୟାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ସମସ୍ୟାର ସମାଧାନ ଲାଗି କୌଣସି ପଦକ୍ଷେପ ନିଆଯାଇନଥିଲା । ଗତ ୨୦୦୦ ମସିହା ବେଳକୁ ଘନଶ୍ୟାମ ପହରିଆ, ଲଛମନ ପହରିଆ, ଇନ୍ଦ୍ର ପହରିଆ ଏବଂ ସୁକଲସାଏ ପହରିଆ ପ୍ରମୁଖଙ୍କ ନେତୃତ୍ୱରେ ପହରିଆ-କମାର ବିକାଶ ମଂଚ ଗଠନ ହୋଇଥିଲା ଏବଂ ଆଦିବସୀ ମାନ୍ୟତା ଦାବି ଜୋର ଧରିଥିଲା । ଅର୍ନ୍ତଜାତୀୟ ସଂଗଠନ ୟୁ.ଏନ୍.ଡି.ପି. ତରଫରୁମଧ୍ୟ ଏହି ବିଷୟକୁ ନେଇ ଏକ ବିବରଣୀ ପ୍ରକାଶ ପାଇଥିଲା । ଡ.ଫଣିନ୍ଦମ ଦେଓ ୨୦୦୫ ମସିହାରେ ପହରିଆ ମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିକୁ ନେଇ ଏକ ସର୍ଭେ କରିଥିଲୋ ।ଏହି ସବୁ ଗବେଷଣା, ସଂଦର୍ଭ ଓ ବିବରଣୀକୁ ନେଇ ପହରିଆ ମାନେ ଜନଜାତିର ମାନ୍ୟତା ଲାଗି ଓଡ଼ିଶା ତଥା ଭାରତ ସରକାରଙ୍କ ଦୃଷ୍ଟି ଅକର୍ଷଣ କରିଥିଲେ । ଓଡ଼ିଶା ସରକାରଙ୍କ ଅନୁସୂଚୀତ ଜାତି, ଜନକାତି ଗବେଷଣାଏବଂ ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ପହରିଆଙ୍କ ଜାତିଗତ ସ୍ଥିତି ସମନ୍ଧରେ ଅନୁଧ୍ୟାନ କରାଯିବା ପରେ ଗତ୨୦୦୫ ମସିହାରେ ଓଡ଼ÿିଶାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଟି.ଏ.ସି. ବୈଠକରେ ପହରିଆ ମାନଙ୍କୁ ସମ୍ବିଧାନରେ ଜନଜାତି ଭାବେ ସ୍ଥାନ ଦେବାଲାଗି କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା । ଏହାପରେ କ୍ରମାଗତ ଭାବେ ୨୦୦୬ ଏବଂ ୨୦୦୭ ମସିହାରେ ଟି.ଏ.ସି. ବୈଠଳରେ ମଧ୍ୟ ଓଡ଼ିଶା ସରକାରଙ୍କ ତରଫରୁ କେନ୍ଦ୍ର ସରକାରଙ୍କୁ ଜନଜାତି ତାଲିକାରେ ସ୍ଥାନ ଦେବା ଲାଗି ଅନୁରୋଧ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପ୍ଲାଷ୍ଟିକ ବର୍ଜନ ଏବଂ ପରିବେଶ ସୁରକ୍ଷାକୁ ନେଇ ସଚେତନତା

ରାଜଗାଙ୍ଗପୁର, ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ ଏକ ମୁଖ୍ୟ କାରଣ ହୋଇଥିବା ଯୋଗୁ …

Leave a Reply

Your email address will not be published. Required fields are marked *