Saturday , November 16 2019
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଖୋଲିଲା

ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଖୋଲିଲା

ଭୁବନେଶ୍ୱର,୦୧/୧୧/୨୦୧୯(ଓଡ଼ିଶା ସମାଚାର)- ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଖୋଲିଲା । ଆଜି ସକାଳ ୬ ଟାରୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ କାଉଂଟର ଖୋଲିଛି । ଦୈନିକ ସର୍ବାଧିକ ପ୍ରଥମେ ଆସିଥିବା ଯଶିପୁର କାଳିଆଣି ଫାଟକ ଦେଇ ୩୫ ଟି ଗାଡ଼ି ଓ ପିଠାବଟା ଫାଟକ ଦେଇ ୨୫ ଟି ଗାଡ଼ି ଯିବା ପାଇଁ ଅନୁମତି ଦିଆଯିବ । ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ଟିକଟ ଦିଆଯିବ । ପ୍ରବେଶ ସମୟରେ ନୀୟମ ପାଳନ କରିବା ପାଇଁ ଲିଖିତ ଭାବେ ଅଣ୍ଡରଟେକିଙ୍ଗ ଦେବେ । ନୀୟମ ଭଙ୍ଗ କଲେ ଦଣ୍ଡନୀୟ ହେବେ । ସମସ୍ତେ ସାଙ୍ଗରେ ଗାଇଡ଼ ନେବା ବାଧ୍ୟତା ମୂଳକ । ପ୍ରବେଶ ପୂର୍ବରୁ ସମସ୍ତ ପର୍ଯ୍ୟଟକ, ଯାନ ଓ ତାଙ୍କ ଜିନିଷ ପତ୍ର ତନଖି କରାଯିବ । ୩ ଟା ପୂର୍ବରୁ ପର୍ଯ୍ୟଟକମାନେ ଯୋରନ୍ଦା ଓ ବରେହିପାଣି ଜଳ ପ୍ରପାତ ଓ ୪ ଟା ପୂର୍ବରୁ ଚହଲା ଛାଡ଼ିବାକୁ ପଡ଼ିବ । ପର୍ଯ୍ୟଟକମାନେ ୫ ଟା ପୂର୍ବରୁ ପ୍ରସ୍ଥାନ ସ୍ଥଳ ( ପିଠାବଟା, କାଳିଅଣି ,ତୁଳସିବଣି ) ରେ ପହଂଚିବାକୁ ପଡ଼ିବ । ଯାନ ଖରାପ ହେଲେ ୪ ହଜାର ଟଙ୍କା ନଗଦ ରାଶି ଜମା କଲେ ବାରିପଦା / ଯଣିପୁର ବସ ଷ୍ଟାଣ୍ଡ ରେ ଛାଡ଼ିଦିଆଯାଇପାରିବ । କୁମାରୀ, ଗୁଡ଼ଗୁଡ଼ିଆ,ରାମତୀର୍ଥ,ବରେହିପାଣି ଓ ଜାମୁଆଣିରେ ଥିବା ଯାତ୍ରୀ ନିବାସରେ ରାତ୍ରି ଯାପନ କରିବା ପାଇଁ ପୂର୍ବରୁ ଆରକ୍ଷଣ କରିବାକୁ ପଡ଼ିବ ବୋଲି ବିଭାଗିୟ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଚଇତି ଇଡିତାଲ ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗୁଣପୁର,୧୪/୧୧/୨୦୧୯(ଓଡ଼ିଶା ସମାଚାର)-ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲାପାଳ ଡ. ବନ୍ଦୋର ସିଦ୍ଧେଶ୍ୱର ବଳିରାମଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ଚଇତି ଇଡିତାଲ ଉତ୍ସବର …

Leave a Reply

Your email address will not be published. Required fields are marked *