Monday , February 24 2020
Home / ତାଜା ଖବର / ପପଥର ବୋଝେଇ   ଟ୍ରକ୍ ବାଇକ୍ କୁ ଚାପିଦେଲା – ଘଟଣା ସ୍ଥଳରେ ଦୁଇ ମୃତଥର ବୋଝେଇ    ଟ୍ରକ୍ ବାଇକ୍ କୁ ଚାପିଦେଲା – ଘଟଣା ସ୍ଥଳରେ ଦୁଇ ମୃତ

ପପଥର ବୋଝେଇ   ଟ୍ରକ୍ ବାଇକ୍ କୁ ଚାପିଦେଲା – ଘଟଣା ସ୍ଥଳରେ ଦୁଇ ମୃତଥର ବୋଝେଇ    ଟ୍ରକ୍ ବାଇକ୍ କୁ ଚାପିଦେଲା – ଘଟଣା ସ୍ଥଳରେ ଦୁଇ ମୃତ

 ସାଲେପୁର, ୨୭/୦୧/୨୦୨୦ ( ଓଡ଼ିଶା ସମାଚାର/ ଅଭୟ ଜେନା ):ଆଜି ଜଗତପୁର ଥାନା ଅଧିନ ପୀର ବଜାର ଠାରେ ଏକ ଚୋରା ପଥର ବୋଝେଇ ଟ୍ରକ୍ ଦ୍ରୃତ ଗତିରେ ଯାଇ ଏକ ବାଇକ୍ କୁ ଧକ୍କା ଦେଇଥିଲା । ବାଇକ୍ ସହ ସେଥିରେ ବସିଥିବା ଦୁଇଜଣଙ୍କୁ ଟ୍ରକ୍ ଚାପି ଦେବାରୁ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣାରୁ ପ୍ରକାଶ ଆଜି ପୂର୍ବାହ୍ନରେ କଟକ-ଚାନ୍ଦବାଲି ରାସ୍ତାର ପୀରବଜାର ଠାରେ ଓଆର ୦୯ଏଫ୍ ୧୭୪୦ ନମ୍ବର ଥିବା ଏକ ପଥର ବୋଝେଇ ଟ୍ରକ୍ କେନ୍ଦ୍ରାପଡ଼ା ଅଭିମୁଖେ ଆସୁଥିବା ବେଳେ ଓଡ଼ି ୩୩ ୱାଇ ୦୨୩୫ ନମ୍ବର ଥିବା ବାଇକ୍‌ରେ କେନ୍ଦ୍ରାପଡ଼ା ଜିଲ୍ଳା ରାଜକନିକା ଥାନା ବଳରାମପୁର ଗ୍ରାମର ସତ୍ୟଜିତ୍ ପାତ୍ର  ନାବାଳକ ପୁଅକୁ ବାଇକ୍ ପଛରେ ବସାଇ ଆସୁଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା । ଟ୍ରକ୍ ଧକ୍କାରେ ବାପ ପୁଅ ତଳେ ପଡ଼ିଯିବା ପରେ ତାଙ୍କ ଉପରେ ଟ୍ରକ୍ ମାଡ଼ିଯାଇଥିଲା । ଫଳରେ ଉଭୟ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା । ଘଟଣାକୁ ପ୍ରତିବାଦ କରି ଜନସାଧାରଣ ରାସ୍ତାରୋକ କରିଥିଲେ । ଦୀର୍ଘ ସମୟ ପାଇଁ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଜଗତପୁର ଥାନା ଆଇଆଇସି ପ୍ରଦୀପ କୁମାର ନାୟକ , ଏସିପି ଓ ଡ଼ିସିପି ଅଖିଳେଶ୍ୱର ସିଂହ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ୍ ପ୍ରତ୍ୟାହାର ହୋଇଥିଲା । ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ନିଜ ହେପାଜତକୁ ନେଇଥିଲେ । ପ୍ରକାଶଥାଉକି କଟକ-ଚାନ୍ଦବାଲି ରାସ୍ତାର ଜଗତପୁରରୁ କଟିକଟା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଦୁର୍ଘଟଣା ପ୍ରବଣ ହୋଇପଡ଼ିଛି । ବାରମ୍ବାର ଦୁର୍ଘଟଣାମାନ ଘଟି ଜୀବନହାନୀ ଘଟୁଛି । ବେପରୁଆ ଗାଡ଼ି ଚାଳନା , ଦ୍ରୃତଗତି ଓ ମଦ୍ୟପ  ଗାଡ଼ିଚାଳକଙ୍କ ଯୋଗୁ ଦୁର୍ଘଟଣା ଘଟୁଛି ବୋଲି କୁହାଯାଇଛି । ଅପରପକ୍ଷେ ପୋଲିସ୍ ପ୍ରଶାସନ ବେପରୁଆ ଗାଡ଼ିଚାଳକଙ୍କ ପ୍ରତି ଲଗାମ ଲଗାଉ ନଥିବାରୁ ଏହା ସମ୍ଭବ ହେଉଛି ବୋଲି ଚର୍ଚ୍ଚା ଯୋର ଧରିଛି । ଓଡ଼ିଶା ସମାଚାର

About admin

Check Also

ନରହନ୍ତା ହାତୀ ଗୋଟିଏ ଦିନରେ ନେଲାଣି ୪ ଜୀବନ , ଘଉଡ଼ାଇବାକୁ ୧୭ ଖଣ୍ଡ ଗ୍ରାମ ବ୍ଲାକ୍ ଆଉଟ

ପିପିଲି, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)-ପୁରୀ ଜିଲା ବଳଙ୍ଗା ଓ ପିପିଲି ଥାନା ଅଧୀନ ଅଞ୍ଚଳରେ ରବିବାର ଦନ୍ତା ଉପଦ୍ରବ ଦେଖିବାକୁ …

Leave a Reply

Your email address will not be published. Required fields are marked *